ସିଟି ବସରୁ ୧୧ ହରିଣ ଶିଙ୍ଗ ଜବତ

ସମ୍ବଲପୁର : ସିଟି ବସରେ ହରିଣ ଶିଙ୍ଗ ଚାଲାଣ ହେଉଥିଲା । ସମ୍ବଲପୁର ଜିଲ୍ଲା ଠେଲକୋଲୋଇ ଥାନାର ପାଟ୍ରୋଲିଂ ଟିମ୍‌ ଏ ନେଇ ଗତକାଲି ସକାଳେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ବିଭିନ୍ନ ଗାଡ଼ି ଯାଞ୍ଚ କରିଥିଲା । ଠେଲକୋଲୋଇ ଛକ ନିକଟରେ ସିଟି ବସ୍‌ (ଓଡି ୧୫ ବି ୧୯୩୨)କୁ ଅଟକାଇବା ସହ ପୁଲିସ ଟିମ୍‌ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ଜଣଙ୍କ ଜରି ବ୍ୟାଗରୁ ୧୧ଟି ହରିଣ ଶିଙ୍ଗ ବାହାରି ଥିଲା […]

Samaya Live Picture
Published On

ସମ୍ବଲପୁର : ସିଟି ବସରେ ହରିଣ ଶିଙ୍ଗ ଚାଲାଣ ହେଉଥିଲା । ସମ୍ବଲପୁର ଜିଲ୍ଲା ଠେଲକୋଲୋଇ ଥାନାର ପାଟ୍ରୋଲିଂ ଟିମ୍‌ ଏ ନେଇ ଗତକାଲି ସକାଳେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ବିଭିନ୍ନ ଗାଡ଼ି ଯାଞ୍ଚ କରିଥିଲା । ଠେଲକୋଲୋଇ ଛକ ନିକଟରେ ସିଟି ବସ୍‌ (ଓଡି ୧୫ ବି ୧୯୩୨)କୁ ଅଟକାଇବା ସହ ପୁଲିସ ଟିମ୍‌ ଯାଞ୍ଚ କରିଥିଲା ।

ଯାଞ୍ଚ ବେଳେ ଜଣଙ୍କ ଜରି ବ୍ୟାଗରୁ ୧୧ଟି ହରିଣ ଶିଙ୍ଗ ବାହାରି ଥିଲା । ୧୧ଟି ସିଙ୍ଗକୁ ଜବତ କରିବା ପରେ ପୁଲିସ ଅଭିଯୁକ୍ତ ସୁନ୍ଦରଗଡ଼ ହେମଗିରି ଥାନା କନିକା ଗାଁର ବିକାଶ ଜାମୁଡୋଳିଆ(୩୫)କୁ ଧରିଥିଲା । ପଚରାଉଚରା ବେଳେ ସେ ତାର ଶ୍ୱଶ୍ୱୁର ଧମା ଥାନା ପୁଟିଆପାଲି ଗାଁର ଲାଲା ବିଶ୍ରାଙ୍କ ଘରୁ ଉକ୍ତ ଶିଙ୍ଗଗୁଡ଼ିକୁ ଆଣିଥିବା କହିଥିଲା । ବନ୍ୟପ୍ରାଣୀ ସୁରକ୍ଷା ଆକଫ, ୧୯୭୨ ଅଧୀନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁଲିସ ଅଭିଯୁକ୍ତ ବିକାଶ ଓ ଜବତ ଶିଙ୍ଗଗୁଡ଼ିକୁ ବନ୍ୟପ୍ରାଣୀ ଡିଏଫ୍‌ଓଙ୍କୁ ହସ୍ତାନ୍ତର କରିଛି ।