ସବୁଜ ମହାନଦୀ ମିସନର ଅକାଳ ମୃତ୍ୟୁ: ନା ମହାନଦୀ ଉପତ୍ୟକା ସବୁଜ ହେଲା, ନା ମିସନ ହେଲା ସଫଳ
ସମ୍ବଲପୁର : ଓଡ଼ିଶାର ଜୀବନରେଖା ମହାନଦୀ । ଏହାର ଦୁଇ ପାର୍ଶ୍ୱରେ ହୀରାକୁଦରୁ ପାରାଦୀପ ପର୍ଯ୍ୟନ୍ତ ସବୁଜ ବଳୟ ସୃଷ୍ଟି କରିବାକୁ ୨୦୧୮ରେ ରାଜ୍ୟ ସରକାର ‘ଗ୍ରିନ୍ ମହାନଦୀ ମିସନ୍ ହାତକୁ ନେଇଥିଲେ । ମହାନଦୀ ତଟବର୍ତ୍ତୀ ରାଜ୍ୟର ସମସ୍ତ ଜିଲ୍ଲାକୁ ନିଜନିଜ ଅଞ୍ଚଳରେ ମହାନଦୀ କୂଳେକୂଳେ ଉଭୟ ପାର୍ଶ୍ୱରେ ୧ କିଲୋମିଟର୍ ପର୍ଯ୍ୟନ୍ତ ସବୁଜିମା ସୃଷ୍ଟି ପାଇଁ କହାଯାଇଥିଲା । ଏହି କ୍ରମରେ ସମ୍ବଲପୁର ଜିଲ୍ଲାରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଥିଲା । ସବୁଜ […]
ସମ୍ବଲପୁର : ଓଡ଼ିଶାର ଜୀବନରେଖା ମହାନଦୀ । ଏହାର ଦୁଇ ପାର୍ଶ୍ୱରେ ହୀରାକୁଦରୁ ପାରାଦୀପ ପର୍ଯ୍ୟନ୍ତ ସବୁଜ ବଳୟ ସୃଷ୍ଟି କରିବାକୁ ୨୦୧୮ରେ ରାଜ୍ୟ ସରକାର ‘ଗ୍ରିନ୍ ମହାନଦୀ ମିସନ୍ ହାତକୁ ନେଇଥିଲେ । ମହାନଦୀ ତଟବର୍ତ୍ତୀ ରାଜ୍ୟର ସମସ୍ତ ଜିଲ୍ଲାକୁ ନିଜନିଜ ଅଞ୍ଚଳରେ ମହାନଦୀ କୂଳେକୂଳେ ଉଭୟ ପାର୍ଶ୍ୱରେ ୧ କିଲୋମିଟର୍ ପର୍ଯ୍ୟନ୍ତ ସବୁଜିମା ସୃଷ୍ଟି ପାଇଁ କହାଯାଇଥିଲା । ଏହି କ୍ରମରେ ସମ୍ବଲପୁର ଜିଲ୍ଲାରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଥିଲା । ସବୁଜ ମହାନଦୀ ମିସନକୁ ୪ ବର୍ଷ ପୂରି ସାରିିଛି । ହେଲେ ନା ମହାନଦୀ ଉପତ୍ୟକା ସବୁଜ ହୋଇଛି ନା ମିସନ ସଫଳ ହୋଇଛି । ଜିଲ୍ଲାର ପରିସୀମା ମଧ୍ୟରେ ମହାନଦୀ କୂଳେକୂଳେ ୫ ଲକ୍ଷ ଗଛ ଲଗାଇବାକୁ ବନ ବିଭାଗର ଉକ୍ତ ଅଭିଯାନ ଶୋଚନୀୟଭାବେ ଫେଲ ମାରିଛି । ବହୁ ଆଡ଼ମ୍ବରରେ ଲଘୁକ୍ରିୟା ଭଳି ଏହି ମେଗା ବୃକ୍ଷରୋପଣ ଅଭିଯାନରେ ଚାରା ରୋପଣ ବ୍ୟତୀତ ଆହୁରି ଅନେକ କିଛି କାର୍ଯ୍ୟକ୍ରମ ହାତକୁ ନିଆ ଯାଇଥିଲା । ହେଲେ ସବୁ ହେଲା, କେବଳ ଗଛ ବଞ୍ଚିଲା ନାହିଁଛ ପ୍ରଥମ ବର୍ଷରେ ଯେତିକି ଚାରା ରୋପଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ ଦାବି କରା ଯାଇଥିଲା, ସେହି ଲକ୍ଷ୍ୟ ପ୍ରଥମ ବର୍ଷ ତ ଦୂର ୪ ବର୍ଷରେ ବି ପୂରଣ ହୋଇପାରି ନାହିଁ । ଆଉ ଯେତିକି ଚାରା ଲଗାଯାଇଛି ତନ୍ମଧ୍ୟରୁ ୨୦% ଗଛ ବି ବଞ୍ଚାଯାଇ ପାରି ନାହିଁ । ଅର୍ଥାତ ସରକାରୀ ଅର୍ଥରେ ୫ ଲକ୍ଷ ଚାରା ଲଗାଇ ମହାନଦୀ ଦୁଇ କୂଳରେ ଜଙ୍ଗଲ ସୃଷ୍ଟି କରିବା ଦାୟତ୍ୱ ନେଇଥିବା ବନ ବିଭାଗ ୪ ବର୍ଷ ପରେ ୧ ଲକ୍ଷ ଚାରା ବି ବଞ୍ଚାଇ ରଖିବାରେ ବିଫଳ ହୋଇଛି ।

୨୦୧୮ ଜୁଲାଇ ୮ ତାରିଖରେ ସମ୍ବଲପୁରରେ ବହୁ ଆଡ଼ମ୍ବରରେ ସବୁଜ ମହାନଦୀ ମିସନକୁ ଶୁଭାରମ୍ଭ କରାଯାଇଥିଲା । ସମ୍ବଲପୁରର ତତ୍କାଳୀନ ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ତତ୍କାଳୀନ ଡିଏଫ୍ଓ ସଂଜିତ କୁମାରଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମର ଉ“ାଟନୀ ଉତ୍ସବରେ ସାଂସଦ, ବିଧାୟକ, ଅଧିକାରୀଙ୍କ ସମେତ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି ଓ ନିର୍ଦ୍ଦେଶକମାନେ ଅତିଥିଭାବେ ଯୋଗ ଦେଇଥିଲେ । ରିଂ ରୋଡ୍ ଡିଭାଇଡରେ ସୋ ଗଛ (ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଚାରା) ଲଗାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । କଚେରି ଛକରୁ ମନ୍ଦଲିଆ ପର୍ଯ୍ୟନ୍ତ ମାନବ ଶୃଂଖଳ କରା ଯାଇଥିଲା । କାର୍ଯ୍ୟକ୍ରମରେ ଭାଗ ନେଇଥିବା ସମସ୍ତଙ୍କୁ ଟି-ସାର୍ଟ ଓ ଟୋପି ପ୍ରଦାନ କରା ଯାଇଥିଲା । ପଥପ୍ରାନ୍ତ ନାଟକ, ପୁଚି ଖେଳ, ଚିତ୍ରାଙ୍କନ, ରସ୍ତ୍ରଗୋଲି, ଜୁଡୋ, ଝୋଟି, ସେଲ®ି, ସାସ୍ତ୍ରସ୍କୃତିକ କାର୍ଯ୍ୟକ୍ରମ, ବାଦିପାଲା ଭଳି ନାନା କାର୍ଯ୍ୟକ୍ରମ ଆୟୋଜନ କରା ଯାଇଥିଲା । ପ୍ରଥମ ଦିନରେ ୧୫୦୦ ଗଛ ଲଗା ଯାଇଥିଲାବେଳେ ସେଗୁଡ଼ିକୁ ଚିହ୍ନିବା ପାଇଁ ସୂତା (ସଂପର୍କର ସୂତ୍ର) ବନ୍ଧା ଯାଇଥିଲା । ଆଜି ତାରିଖରେ ସେହି ଚାରା ଗୁଡ଼ିକର ଆଉ ସତ୍ତା ନାହିଁ । ଉକ୍ତ ସ୍ଥାନରେ ପ୍ରତି ବର୍ଷ ସେ୍ୱଚ୍ଛାସେବୀ ମାନେ ନିଜ ଆଡ଼ୁ ପୁଣି ନୂଆ ଚାରା ଲଗାଉଛନ୍ତି । କିଛି ବଞ୍ଚୁଛି ଆଉ ଅଧିକାଂଶ ନଷ୍ଟ ହୋଇ ଯାଉଛି ।

ସବୁଜ ମହାନଦୀ ଅଭିଯାନର ଚାକଚକ୍ୟ କେବଳ ଉ“ାଟନୀ ଦିବସରେ ସୀମିତ ନଥିଲା । ପରବର୍ତ୍ତୀ ସମୟରେ ଏଥି ପାଇଁ ଗ୍ରିନ୍ ମହାନଦୀ ଫୁଟବଲ ଟୁର୍ନାମେଣ୍ଟ କରା ଯାଇଥିଲା । ମହାନଦୀ କୂଳ ବିଭିନ୍ନ ଗାଁ ଦଳ ଏଥିରେ ଭାଗ ନେଇଥିଲେ । ସଚେତନତା ସୃଷ୍ଟି ନାଁରେ ବନ ବିଭାଗ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା । କାର୍ଯ୍ୟକ୍ରମରେ ରେଙ୍ଗାଲି ଅଞ୍ଚଳରୁ ଆରମ୍ଭ କରି ଧନକଉଡ଼ା, ମାନେଶ୍ୱର, ସମ୍ବଲପୁର ହୋଇ ଲରାସରା ପର୍ଯ୍ୟନ୍ତ ୧୬୦ଟି ଗାଁକୁ ଏହି ସବୁଜ ବଳୟ ମଧ୍ୟକୁ ଅଣାଯିବ ବୋଲି କୁହା ଯାଇଥିଲା । ଇତିମଧ୍ୟରେ ମହାନଦୀରେ ଅନେକ ପାଣି ବୋହି ଗଲାଣି । ସେ ସମୟର ଜିଲ୍ଲାପାଳ, ଡିଏଫ୍ଓଙ୍କ ସମେତ କାର୍ଯ୍ୟକ୍ରମରେ ଅତିଥି ହୋଇଥିବା ସାଂସଦ, ବିଧାୟକ, କୁଳପତି ଓ ନିର୍ଦ୍ଦେଶକ ମାନେ ବଦଳି ଗଲେଣି । ବନ ବିଭାଗ ଏହି ମିସନକୁୁ ସଂପୂର୍ଣ୍ଣ ଭୁଲି ସାରିଲାଣି । କେବଳ ସମ୍ବଲପୁର ନୁହେଁ ମହାନଦୀ କୂଳର ପ୍ରାୟ ସବୁ ଜିଲ୍ଲାରେ ସମାନ ଦଶା । କହିବାକୁ ଗଲେ ଗ୍ରିନ୍ ମହାନଦୀ ମିସନର ଅକାଳ ମୃତ୍ୟୁ ହୋଇ ସାରିଛି । ବନ ବିଭାଗ ଚଳିତ ବର୍ଷ ସମ୍ବଲପୁର ଜିଲ୍ଲାର ମହାନଦୀ କୂଳରେ ପୁଣି ୧୦ ଲକ୍ଷ ଚାରା ରୋପଣ ଓ ୧ ଲକ୍ଷ ବିତରଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି । ହେଲେ ଏହା କେତେ ଦୂର କାର୍ଯ୍ୟକାରୀ ହେଉଛି ତାହା ଆଗାମୀ ଦିନରେ ଜଣା ପଡ଼ିବ ।




