ବ୍ରାହ୍ମଣୀ ନଦୀର ଜାଙ୍ଗଳା ସେତୁରେ ଫାଟ, ରାସ୍ତା ଶୋଚନୀୟ

ବଣାଇ: ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବିଜୁ ସେତୁ ଯୋଜନାରେ ବ୍ରାହ୍ମଣୀ ନଦୀର ଜାଙ୍ଗଳା ଘାଟ ଉପରେ ୨୧ କୋଟି ୭ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ନିର୍ମିିତ ହୋଇଛି । ଗତ ୩/୧୧୮୨୦୧୫ ତାରିଖରୁ ସମ୍ବଲପୁରସ୍ଥିତ ମେସର୍ସ ଏମଏଲ ପଟେଲ ଠିକାସଂସ୍ଥା ନିର୍ମାଣ କାର୍ଯ୍ୟକୁ ୨୦୧୯ ମସିହାରେରେ ସମ୍ପୂର୍ଣ୍ଣ କରିଛି । କିନ୍ତୁ ସେତୁ ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ହେତୁ ସେତୁ ମଧ୍ୟ ଭାଗରେ ଫାଟ ସୃଷ୍ଟି ହେବା ସହିତ ଜାଙ୍ଗଳା […]

Samaya Live Picture
Published On

ବଣାଇ: ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବିଜୁ ସେତୁ ଯୋଜନାରେ ବ୍ରାହ୍ମଣୀ ନଦୀର ଜାଙ୍ଗଳା ଘାଟ ଉପରେ ୨୧ କୋଟି ୭ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ନିର୍ମିିତ ହୋଇଛି । ଗତ ୩/୧୧୮୨୦୧୫ ତାରିଖରୁ ସମ୍ବଲପୁରସ୍ଥିତ ମେସର୍ସ ଏମଏଲ ପଟେଲ ଠିକାସଂସ୍ଥା ନିର୍ମାଣ କାର୍ଯ୍ୟକୁ ୨୦୧୯ ମସିହାରେରେ ସମ୍ପୂର୍ଣ୍ଣ କରିଛି । କିନ୍ତୁ ସେତୁ ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ହେତୁ ସେତୁ ମଧ୍ୟ ଭାଗରେ ଫାଟ ସୃଷ୍ଟି ହେବା ସହିତ ଜାଙ୍ଗଳା ପାଶ୍ୱର୍ରେ ଏକ ସ୍ଲାପ ଦବି ଗଲାଣି । ସେପରି ସେତୁର ଉଭୟ ପାଶ୍ୱର୍ର ରାସ୍ତା ନଥିବା ଭଳି ଜଣାପଡୁଛି । ରାସ୍ତାଟିରୁ ପିଚୁ ଉଠିଯାଇ ଏବେ ଶୋଚନୀୟ ହୋଇପଡିଛି ।

ସେତୁର ଏପରି ଦୃଶ୍ୟ ଦେଖି ସାଧାରଣ ଜନତା ଏହାର ସ୍ଥାୟିତ୍ୱ ନେଇ ସନ୍ଦେହ ପ୍ରକାଶ କରିଛନ୍ତିି । ସୂଚନା ଯୋଗ୍ୟ ଯେ ୨୦୧୭ ମସିହାରେ ଠିକାଦାର ଜଣକ ସେତୁ ନିର୍ମାଣ ସମୟରେ ସେତୁର ଖମ୍ବ ମଧ୍ୟରେ ବାଲି ମାଟି ଭର୍ତି ଖବର ସେତେବେଳେ ବଣାଇରେ ଚହଳ ପଡିଥିବା ବେଳେ ପ୍ରଶାସନ ପକ୍ଷରୁ ତଦନ୍ତ ହୋଇଥିଲା ଏବଂ ଜଣେ ସେହି ବିଭାଗର ଜଣେ ଉଚ୍ଚ ପଦସ୍ଥ ଇିନିୟର ଏହି ନିମ୍ନ ମାନର କାର୍ଯ୍ୟକୁ କ୍ଲିନ ଚିଟ ଦେଇଥିଲେ । ସେହିପରି ଜାଙ୍ଗଳାଠାରୁ-ବଣାଇଗଡ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ହୋଇଥିବାବେଳେ ରାସ୍ତାର ଜମି ଚିହ୍ନଟ ହୋଇ ପାରୁ ନଥିବାର ରାସ୍ତା ନିର୍ମାଣ କାର୍ଯ୍ୟ ଅଟକି ରହିଛି । ଫଳରେ ସେଇ ରାସ୍ତା ଦେଇ ଯାତାୟତ କରୁଥିବା ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥି ପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେଇ ଏହାର ପ୍ରତିକାର କରିବାକୁ ସେମାନେ ଦାବୀ ଜଣାଇଛନ୍ତିି ।