ଜିଲ୍ଲାରେ ଯୁବତୀ ଚାଲାଣ ରୋକିବା ସଂପର୍କରେ ପ୍ରଶିକ୍ଷଣ ଶିବିର

ଭବାନୀପାଟଣା : ପରିବାରରେ ଅଭାବ ଅନାଟନ, ସ୍ୱଳ୍ପଶିକ୍ଷା ତଥା ସଚେତନତା ଅଭାବରୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ କେତେକ ଯୁବତୀ ଓ ନାବାଳିକା ବାହାର ରାଜ୍ୟ ଏମିତିକି ବିଦେଶକୁ ଚାଲାଣ ହେଉଥିବାର ନଜର ରହିଛି । ବାହାର ରାଜ୍ୟରେ ଅଧିକ ପଇସାରେ ଚାକିରି କରିବା, ବିବାହର ପ୍ରଲୋଭନ ଦେଖାଇ ପରିବାରର ସରଳ ପିତା ମାତାଙ୍କୁ ପ୍ରଭାବିତ କରି ଘରର ନିରିହା ଝିଅମାନଙ୍କୁ ନେଇ ଅନ୍ୟ ରାଜ୍ୟରେ ବିକ୍ରି କରିବା ଭଳି ବହୁ ଅଭିଯୋଗ ବିଭିନ୍ନ ଥାନାରେ ମଧ୍ୟ ପଞ୍ଜିକୃତ […]

Samaya Live Picture
Published On

ଭବାନୀପାଟଣା : ପରିବାରରେ ଅଭାବ ଅନାଟନ, ସ୍ୱଳ୍ପଶିକ୍ଷା ତଥା ସଚେତନତା ଅଭାବରୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ କେତେକ ଯୁବତୀ ଓ ନାବାଳିକା ବାହାର ରାଜ୍ୟ ଏମିତିକି ବିଦେଶକୁ ଚାଲାଣ ହେଉଥିବାର ନଜର ରହିଛି । ବାହାର ରାଜ୍ୟରେ ଅଧିକ ପଇସାରେ ଚାକିରି କରିବା, ବିବାହର ପ୍ରଲୋଭନ ଦେଖାଇ ପରିବାରର ସରଳ ପିତା ମାତାଙ୍କୁ ପ୍ରଭାବିତ କରି ଘରର ନିରିହା ଝିଅମାନଙ୍କୁ ନେଇ ଅନ୍ୟ ରାଜ୍ୟରେ ବିକ୍ରି କରିବା ଭଳି ବହୁ ଅଭିଯୋଗ ବିଭିନ୍ନ ଥାନାରେ ମଧ୍ୟ ପଞ୍ଜିକୃତ ହେଉଥିବାର ଦେଖାଯାଉଛି ।

ଏହି ଝିଅମାନଙ୍କ ଚାଲାଣ ରୋକିବା ପାଇଁ ପ୍ରଶାସନ ଏବଂ ବହୁ ସେ୍ୱଚ୍ଛାସେବୀ ସଂଗଠନ ସେମାନଙ୍କ ଅପ୍ରାଣ ଉଦ୍ୟମ ଚଳାଇଥିବା ବେଳେ ଆଇନ ମଧ୍ୟ ସେମାନଙ୍କ ସାଥିରେ ରହିଛି । ପରିବାରର ପିତା ମାତା, ସାହି ପଡିଶାଙ୍କୁ ସଚେତନ କରି ଏହି ଯୁବତୀ ଚାଲାଣ ରୋକିବା ଏବଂ ଏଥିପାଇଁ କାମ କରୁଥିବା ଦଲାଲ ମାନଙ୍କୁ ଚିହ୍ନଟ କରି ସେମାନଙ୍କ ଠାରୁ ଦୂରରେ ରହିବା ପାଇଁ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟ ନେଇ ସ୍ଥାନୀୟ ସେ୍ୱଚ୍ଛାସେବୀ ସଂଗଠନ ଦାପ୍ତା ପକ୍ଷରୁ କିଶୋରୀ କନ୍ୟାମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏକ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଥିଲା । ଏହି ପ୍ରଶିକ୍ଷଣ ଶିବିରରେ ବିଶିଷ୍ଟ ଆଇନଜୀବୀ ଭାରତ ପଣ୍ଡା, ଜୁଭିଲିଅନ୍‌ ଜଷ୍ଟିସ୍‌ ସଦସ୍ୟ ରୂପେଶ ହୋତା, ଚାଇଲïଲାଇନ୍‌ର କାଉନ୍‌ସେଲର୍‌ ସୁବାଷ ନାଏକ ପ୍ରମୁଖ ଯୋଗଦେଇ ଉପସ୍ଥିତ କିଶୋରୀ ମାନଙ୍କୁ ଯୁବତୀ ଚାଲାଣ ସଂପର୍କରେ ଆଇନଗତ ଓ ସାମାଜିକ ସମସ୍ୟା ଓ ସମାଧାନ ସଂପର୍କରେ ଜଣାଇଥିଲେ ।

ଦାପ୍ତା ସଂସ୍ଥାର ଦୀପନ କୁମାର ଶର୍ମା କାର୍ଯ୍ୟକ୍ରãୁ ଉଦXାଟନ କରି ତାଙ୍କ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ସଂଯୋଜକ ଅଞ୍ଜଳି ସିଂହ ଏହି ପ୍ରଶିକ୍ଷଣ ଶିବିରର ଆବଶ୍ୟକତା ଏବଂ ଲକ୍ଷ୍ୟ ସଂପର୍କରେ ବିଭିନ୍ନ ସୂଚନା ଦେଇଥିଲେ । ଏହି ଯୁବତୀ ଚାଲାଣ ରୋକିବା ଆଇନ ସଂପର୍କରେ ଉପସ୍ଥିତ କିଶୋରୀମାନେ ବିଭିନ୍ନ ପ୍ରଶ୍ନ ପଚାରିଥିଲା ବେଳେ ଅତିଥିମାନେ ସେମାନଙ୍କ ପ୍ରଶ୍ନର ସରଳ ଉତ୍ତର ପ୍ରଦାନ କରୁଥିବା ଦେଖିବାକୁ ମିଳିଥିଲା ।

କାର୍ଯ୍ୟକ୍ରମ ଶେଷରେ କମ୍ପୁ୍ୟନିଟି ମୋବିଲାଇଜର୍‌ ମଧୁସ୍ମିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଭବାନୀପାଟଣା ବ୍ଲକ ଅନ୍ତର୍ଗତ ପାଲସିଝରଣ ଗ୍ରାମପଞ୍ଚାୟତର ୬ ଟି ଗ୍ରାମ ଓ କାମଠଣା ଗ୍ରାମପଞ୍ଚାୟତର ୯ ଟି ଗ୍ରାମର ୩୦ ଜଣ କିଶୋରୀ ଯୁବତୀ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏଠାରୁ ପ୍ରଶିକ୍ଷିତ ହୋଇ ସେମାନେ ଗାଁ ଗାଁ ବୁଲି ଗ୍ରାମର ଜନସାଧାରଣଙ୍କ ମଧ୍ୟରେ ଯୁବତୀ ଚାଲାଣ ରୋକିବା ସଂପର୍କରେ ସଚେତନତା ସୃଷ୍ଟି କରିବେ ବୋଲି ଆୟୋଜକ ଦାପ୍ତା ସଂସ୍ଥା ପକ୍ଷରୁ ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମ ପରିଚାଳନା କରିବାରେ ଗୋଷ୍ଠୀ ସଚେତନକାରୀ ସେ୍ୱଚ୍ଛାସେବୀ ଭାବେ ହିମାଲିନୀ ନାଏକ, ଗୌତମୀ ବାଗ, ସୋନାଲୀ ଦାଶ ଓ ସ୍ନିଗ›ାରାଣୀ ରଥ ପ୍ରମୁଖ ସହଯୋଗ କରିଥିଲେ ।