ଭାଲୁ ଆକ୍ରମଣରେ ବୃଦ୍ଧ ଆହତ

ରେଢାଖୋଲ: ସେପ୍‌ଟମ୍ବର ୨୧: ସୋମବାର ସକାଳେ ଚାରମାଳ ଥାନା ବଡମୁଗପାଳ ଗ୍ରାମରେ ଜଣେ ବ୍ୟକ୍ତିକୁ ଭାଲୁ ଆକ୍ରମଣ କରିଛି । ପ୍ରକାଶ ଯେ, ସକାଳୁ ଚାରମାଳ ଥାନା ବଡମୁଗପାଳ ଗ୍ରାମର ପରମେଶ୍ୱର ପ୍ରଧାନ (୬୫) ନିଜ ଚାଷ ଜମିକୁ ଧାନ ଦେଖି ଯାଇଥିଲେ । ଚାଷ ଜମି ପାଖକୁ ଲାଗି ଜଙ୍ଗଲ ଥିବାରୁ ପରମେଶ୍ୱର କାଠି ଭାଙ୍ଗିବାକୁ ଯାଇଥିଲେ । ଜଙ୍ଗଲରେ ଭାଲୁ ଦୁଇଟିକୁ ଦେଖି ସେ ଶୋଇପଡିଥିଲେ । କାହିଁକି ନା ମଣିଷ ଶୋଇ ପଡିଲେ […]

Samaya Live Picture
Published On

ରେଢାଖୋଲ: ସେପ୍‌ଟମ୍ବର ୨୧: ସୋମବାର ସକାଳେ ଚାରମାଳ ଥାନା ବଡମୁଗପାଳ ଗ୍ରାମରେ ଜଣେ ବ୍ୟକ୍ତିକୁ ଭାଲୁ ଆକ୍ରମଣ କରିଛି । ପ୍ରକାଶ ଯେ, ସକାଳୁ ଚାରମାଳ ଥାନା ବଡମୁଗପାଳ ଗ୍ରାମର ପରମେଶ୍ୱର ପ୍ରଧାନ (୬୫) ନିଜ ଚାଷ ଜମିକୁ ଧାନ ଦେଖି ଯାଇଥିଲେ । ଚାଷ ଜମି ପାଖକୁ ଲାଗି ଜଙ୍ଗଲ ଥିବାରୁ ପରମେଶ୍ୱର କାଠି ଭାଙ୍ଗିବାକୁ ଯାଇଥିଲେ । ଜଙ୍ଗଲରେ ଭାଲୁ ଦୁଇଟିକୁ ଦେଖି ସେ ଶୋଇପଡିଥିଲେ । କାହିଁକି ନା ମଣିଷ ଶୋଇ ପଡିଲେ କୁଆଡେ ଭାଲୁ ଚାଟି ନ ଥାଏ ବୋଲି ଲୋକମାନଙ୍କର ବିଶ୍ୱାସ ରହିଛି । ସତକୁ ସତ ଭାଲୁଟି ପରମେଶ୍ୱର ପାଖକୁ ଆସି ତାର ମୁଣ୍ଡ ଉପରେ ଗୋଡ ରଖି ତାକୁ ଶୁଙ୍ଘା ଶୁଙ୍ଘି କଲା ପରେ ପରମେଶ୍ୱରଙ୍କ ହାତକୁ ସାମାନ୍ୟ କାମୁଡି ଦେଇଥିଲା । ସେ ଶୋଇ ପଡିବାରୁ ଭାଲୁ ବିଶେଷ କ୍ଷତି କରିପାରି ନ ଥିଲା । ଭାଲୁ ଦୂରକୁ ପଳାଇବାରୁ ସେ ଉଠି ପଡି ଜୀବନ ବିକଳରେ ଦୌଡ଼ି ପଳାଇ ଆସୁଥିବା ବେଳେ ପୁଣି ଭାଲୁ ଦୁଇଟି ଚାଟିବାକୁ ଉଦ୍ୟମ କରିଥିଲେ । ହେଲେ ସେ କୌଶଳ କ୍ରମେ ପଳାଇବାରେ ସକ୍ଷମ ହୋଇଥିବା ବେଳେ ଚାରମାଳ ଡାକ୍ତରଖାନାକୁ ଆସି ଚିକିତ୍ସିତ ହୋଇଥିଲେ । ଦିନକୁ ଦିନ ରେଢାଖୋଲ ଉପଖଣ୍ଡରେ ହାତୀ ଓ ଭାଲୁ ପ୍ରାଦୃର୍ଭାବରୁ ଲୋକେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ବର୍ତମାନ ପରମେଶ୍ୱର ସୁସ୍ଥ ଥିବା ଜଣା ପଡିଛି ।