ଗଞ୍ଜାମରେ ଅପପୃଷ୍ଟି ରୋଗର ଶିକାର ହେଉଛନ୍ତି ପିଲା
ବ୍ରହ୍ମପୁର: ଅପ୍ରେଲ ୧୨: ଗଞ୍ଜାମରେ ଶିଶୁଙ୍କୁ ମିଳୁନି ପୁଷ୍ଟିକର ଖାଦ୍ୟ। ବିଶେଷକରି ବସ୍ତି ଓ ଦୁର୍ଗମ ଇଲାକାର ପିଲାମାନେ ପାଉନାହାଁନ୍ତି ପୁଷ୍ଟିକର ଖାଦ୍ୟ । ଫଳରେ ପ୍ରତିବର୍ଷ ଶହ ଶହ ଶିଶୁ ଅପପୁଷ୍ଟିର ଶିକାର ହେଉଛନ୍ତି। ଗଞ୍ଜାମ ଜିଲ୍ଲାରେ ଗତ ୩ବର୍ଷ ମଧ୍ୟରେ ୧୧୪୧ ଶିଶୁ ଅପପୁଷ୍ଟିର ଶିକାର ହୋଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟରୁ ପ୍ରକାଶ। ଶିଶୁ ଓ ମାର ସୁରକ୍ଷା ପାଇ ସରକାର ନାନା ଯୋଜନା କରିଛନ୍ତି। ଗର୍ଭଧାରଣ ଠାରୁ ଜନ୍ମ ପରେ ୫ବର୍ଷ […]
ବ୍ରହ୍ମପୁର: ଅପ୍ରେଲ ୧୨: ଗଞ୍ଜାମରେ ଶିଶୁଙ୍କୁ ମିଳୁନି ପୁଷ୍ଟିକର ଖାଦ୍ୟ। ବିଶେଷକରି ବସ୍ତି ଓ ଦୁର୍ଗମ ଇଲାକାର ପିଲାମାନେ ପାଉନାହାଁନ୍ତି ପୁଷ୍ଟିକର ଖାଦ୍ୟ । ଫଳରେ ପ୍ରତିବର୍ଷ ଶହ ଶହ ଶିଶୁ ଅପପୁଷ୍ଟିର ଶିକାର ହେଉଛନ୍ତି। ଗଞ୍ଜାମ ଜିଲ୍ଲାରେ ଗତ ୩ବର୍ଷ ମଧ୍ୟରେ ୧୧୪୧ ଶିଶୁ ଅପପୁଷ୍ଟିର ଶିକାର ହୋଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟରୁ ପ୍ରକାଶ। ଶିଶୁ ଓ ମାର ସୁରକ୍ଷା ପାଇ ସରକାର ନାନା ଯୋଜନା କରିଛନ୍ତି। ଗର୍ଭଧାରଣ ଠାରୁ ଜନ୍ମ ପରେ ୫ବର୍ଷ ପର୍ଯ୍ୟନ୍ତ ଶିଶୁ ପାଇଁ ରାଜ୍ୟ ସରକାର ପର୍ଯ୍ୟାୟ କ୍ରମେ ବିଭିନ୍ନ ପ୍ରକାର ସୁବିଧା ପ୍ରଦାନ କରୁଛନ୍ତି। ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ୱାରା ଏହି ସବୁ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଶିଶୁମାନେ କିପରି ପୁଷ୍ଟିକର ଖାଦ୍ୟ ପାଇବେ ସେଥିପ୍ରତି ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ଅଙ୍ଗନବାଡ଼ି କର୍ମୀ ଓ ଆଶାକର୍ମୀଙ୍କୁ ବିଭିନ୍ନ ସମୟରେ ଏ ଦିଗରେ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି। କିନ୍ତୁ ବିଭିନ୍ନ କାରଣରୁ ଅପପୁଷ୍ଟିକୁ ମୂଳପୋଛ କରାଯାଇ ପାରିନାହିଁ।୨୦୧୯ରେ ଜିଲ୍ଲାରେ ମୋଟ ୪୫୦ ଶିଶୁ ଅପପୁଷ୍ଟିର ଶିକାର ହୋଇଥିବାବେଳେ ୨୦୨୦ରେ ୩୨୬ ଓ ୨୦୨୧ରେ ୩୬୫ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି। ସେହିପରି ଚିକିତ୍ସା ପରେ ୨୦୧୯ରେ ୩୮୧ ଶିଶୁ ସୁସ୍ଥ ହୋଇଥିବା ବେଳେ ୨୦୨୦ରେ ୨୧୯ ଓ ୨୦୨୧ରେ ୨୮୩ ଶିଶୁ ସୁସ୍ଥ ହୋଇ ଏନ୍ଆର୍ସିରୁ ଡିସ୍ଚାର୍ଜ ହୋଇଛନ୍ତି। ଜିଲ୍ଲାରେ ଗତ ୩ବର୍ଷରେ ମୋଟ ୧୧୪୨ ଶିଶୁ ଅପପୁଷ୍ଟିର ଶିକାର ହୋଇଥିବା ୮୮୩ ସୁସ୍ଥ ହୋଇ ସାରିଛନ୍ତି।




