ପାନୀୟ ଜଳ ଅଭାବ ଦୂର କରିବା ପାଇଁ ମହାନଦୀରେ ନିର୍ମାଣ ହେବ ଆଡ଼ିବନ୍ଧ
ବୌଦ୍ଧ : ବୌଦ୍ଧ ଜିଲ୍ଲା ପରିଷଦ ବୈଠକ ପଞ୍ଚାୟତ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବୌଦ୍ଧ ସହରବାସୀଙ୍କ ପାନୀୟ ଜଳ ଅଭାବ ଦୂର କରିବା ପାଇଁ ମହାନଦୀରେ ଆଡ଼ିବନ୍ଧ ନିର୍ମାଣ କରାଯିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିଥି ଭାବରେ ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ ଓ କଣ୍ଟାମାଳ ବିଧାୟକ ମହୀଧର ରଣା ଯୋଗଦେଇଥିଲେ । ଜିଲ୍ଲାପାଳ ଲଲାଟେନ୍ଦୁ […]
ବୌଦ୍ଧ : ବୌଦ୍ଧ ଜିଲ୍ଲା ପରିଷଦ ବୈଠକ ପଞ୍ଚାୟତ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବୌଦ୍ଧ ସହରବାସୀଙ୍କ ପାନୀୟ ଜଳ ଅଭାବ ଦୂର କରିବା ପାଇଁ ମହାନଦୀରେ ଆଡ଼ିବନ୍ଧ ନିର୍ମାଣ କରାଯିବା ପାଇଁ ପ୍ରସ୍ତାବ ଦିଆଯାଇଛି ।
ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିଥି ଭାବରେ ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ ଓ କଣ୍ଟାମାଳ ବିଧାୟକ ମହୀଧର ରଣା ଯୋଗଦେଇଥିଲେ । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ବୈଠକରେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପ ସଂପର୍କରେ ବିଷଦ ବିବରଣୀ ପ୍ରଦାନ କରିଥିଲେ । ବୈଠକରେ ବିଭିନ୍ନ ବିଭାଗୀୟ ସମୀକ୍ଷା କରାଯିବା ସହିତ ଅଧାରେ ରହିଥିବା ପ୍ରକଳ୍ପ ଗୁଡିକ ତୁରନ୍ତ ସମ୍ପୂର୍ଣ୍ଣ କରାଯିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ବୌଦ୍ଧଜିଲ୍ଲାବାସୀଙ୍କ ଦୀର୍ଘ ଦିନର ଦାବି ଜିଲ୍ଲାକୁ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତରୁ ବାହାର କରାଯାଇ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତରେ ସାମିଲ କରାଯିବା ସଂପର୍କରେ ସାଂସଦ ପ୍ରତିନିଧି ତାରେଣି ମହାପାତ୍ର ଆଲୋଚନା କରିବା ସହିତ ଜିଲ୍ଲାପରିଷଦ ବୈଠକରେ ସର୍ବସମ୍ମତିକ୍ରମେ ଏହି ପ୍ରସ୍ତାବକୁ ଗୃହୀତ କରାଯାଇ ରାଜ୍ୟସରକାରଙ୍କ ନିକଟକୁ ପଠାଯିବାକୁ ନିଷ୍ପତିଗ୍ରହଣ କରାଯାଇଥିଲା । ସମସ୍ତ ଉପସ୍ଥିତ ସଦସ୍ୟ ଏହି ପ୍ରସ୍ତାବକୁ ସ୍ୱାଗତ କରିବା ସହିତ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ମତପ୍ରକାଶ କରିଥିଲେ ।
ମହାନଦୀରେ ଜଳ ସଙ୍କଟ ଯୋଗୁଁ ନଦୀ କୂଳରେ ଥାଇ ମଧ୍ୟ ବୌଦ୍ଧ ସହରବାସୀ ବିଶୁଦ୍ଧ ପାନୀୟଜଳ ପାଇବାରୁ ବଞ୍ଚିତ ହେଉଥିବାବେଳେ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଥିବା ଆଡିବନ୍ଧ ନିର୍ମାଣ ଦାବିକୁ ମଧ୍ୟ ପରିଷଦ ବୈଠକରେ ଅନୁମୋଦନ କରାଯାଇଥିଲା । ମହାନଦୀରେ ନିର୍ମାଣାଧିନ ମର୍ଜାକୁଦ ସେତୁ ନିକଟରେ ସ୍ୱଳ୍ପ ଉଚ୍ଚତାରେ ଏକ ଆଡିବନ୍ଧ ନିର୍ମାଣ କରାଯିବାକୁ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିବାବେଳେ ଏଥିପାଇଁ ଯୋଜନା ଓ ବ୍ୟୟ ଅଟଳଳ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଆଡିବନ୍ଧ ନିର୍ମାଣହେଲେ ବୌଦ୍ଧଠାରେ ତଳମୁଣ୍ଡକୁ ବୋହିଯାଉଥିବା ମହାନଦୀ ଜଳ ସଂରକ୍ଷଣ ହେବା ସହିତ ସହରବାସୀଙ୍କ ଜଳକଷ୍ଟ ଦୂର ହୋଇପାରିବ ।
ବୈଠକରେ ଦିଆଯାଇଥିବା ସୂଚନା ମୁତାବକ ମନରେଗା ଯୋଜନାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୨୫୨୦୩୯୩ ଲକ୍ଷ ଶ୍ରମ ଦିବସ ସୃଷ୍ଟି ପାଇଁ ଅଟକଳ ଧାର୍ଯ୍ୟ କରାଯାଇଥିବାବେଳେ ଅଦ୍ୟାବଧି ୧୭୯୩୧୨ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରାଯାଇଛି । ଏଥିପାଇଁ ୯୮୮୪ ୯୮୧୩୫ କୋଟି ବ୍ୟୟ ଅଟକଳ କରାଯାଇଥିବାବେଳେ ଏପର୍ଯ୍ୟନ୍ତ ୪୪୦୨୪୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । କୃଷିକ୍ଷେତ୍ର ପୋଖରୀ ଖନନ ଯୋଜନାରେ ବୌଦ୍ଧ ବ୍ଲକ କୁ ୬୪ ଗୋଟି ହରଭଙ୍ଗା ବ୍ଲକକୁ ୭୨ ଗୋଟି ଏବଂ କଣ୍ଟାମାଳ ବ୍ଲକକୁ ୧୬୫ ଗୋଟି ପ୍ରକଳ୍ପ ଏହିପରି ମୋଟ ୩୦୩ ଗୋଟି କୃଷିକ୍ଷେତ୍ର ପୋଖରୀ ଖନନ ପାଇଁ ମଂଜୁର କରାଯାଇଛି ।




