ମାଓବାଦୀ ନାମରେ ୫ ଲକ୍ଷ ମାଗୁଥିଲେ ,୨ ଗିରଫ
କୋରାପୁଟ: ନିଜକୁ ମାଓବାଦୀ ପରିଚୟ ଦେଇ କୋରାପୁଟ ଜିଲ୍ଲା ପୋଡାଗଡରେ ଜଣେ ବ୍ୟବସାୟୀଙ୍କଠାରୁ ୫ ଲକ୍ଷ ଟଙ୍କା ଆଦାୟ କରିବା କରିବା ଅଭିଯୋଗରେ ପୁଲିସ ଦୁଇ ଜଣକୁ ଗିରଫ କରି କୋର୍ଟଚାଲଣ କରିଛି । ସେମାନେ ହେଲେ କୋରାପୁଟ ଜିଲ୍ଲା ପୋଡାଗଡ ନିକଟ ରୁଞ୍ଜାଗୁଡା ଗାଁର ପ୍ରଶାନ୍ତ ଖୋସଲା(୪୨) ଓ ବିଜାଘାଟି ଗାଁର ଅମନ ମହାନନ୍ଦିଆ(୩୦) । ଘଟଣାରେ ସମ୍ପୃକ୍ତି ରହିଥିବା ଅନ୍ୟ ଜଣେ ଯୁବକଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା କରାଯାଉଛି । ଏନେଇ ସାମ୍ବାଦିକ […]
କୋରାପୁଟ: ନିଜକୁ ମାଓବାଦୀ ପରିଚୟ ଦେଇ କୋରାପୁଟ ଜିଲ୍ଲା ପୋଡାଗଡରେ ଜଣେ ବ୍ୟବସାୟୀଙ୍କଠାରୁ ୫ ଲକ୍ଷ ଟଙ୍କା ଆଦାୟ କରିବା କରିବା ଅଭିଯୋଗରେ ପୁଲିସ ଦୁଇ ଜଣକୁ ଗିରଫ କରି କୋର୍ଟଚାଲଣ କରିଛି । ସେମାନେ ହେଲେ କୋରାପୁଟ ଜିଲ୍ଲା ପୋଡାଗଡ ନିକଟ ରୁଞ୍ଜାଗୁଡା ଗାଁର ପ୍ରଶାନ୍ତ ଖୋସଲା(୪୨) ଓ ବିଜାଘାଟି ଗାଁର ଅମନ ମହାନନ୍ଦିଆ(୩୦) । ଘଟଣାରେ ସମ୍ପୃକ୍ତି ରହିଥିବା ଅନ୍ୟ ଜଣେ ଯୁବକଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା କରାଯାଉଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ଏଏସପି ଉତ୍କଳ କେଶରୀ ଦାଶ ଓ କୋରାପୁଟ ସଦର ଆଇଆଇସି କୀରଣବାଳା ସାମଲ ସୂଚନା ଦେଇଛନ୍ତି । ପୁଲିସ ଏକ ମାମଲା ରୁଜୁ କରି ଗିରଫ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ପୁଲିସ ଘଟଣାରେ ୪ ହଜାର ଟଙ୍କା, ଦୁଇଟି ମୋବାଇଲ ଓ ଏକ କାର ଜବତ କରିଥିବା ଜଣାପଡିଛି ।
ମିଳିଥିବା ସୂଚନା ମୁତାବକ ଗତ ଜୁନ୍ ୨୭ ତାରିଖ ପୋଡାଗଡ ଅଞ୍ଚଳର ବ୍ୟବସାୟୀ ଅଶ୍ୱିନ କୁମାର ପାତ୍ରଙ୍କୁ ପ୍ରଶାନ୍ତ ଓ ଅମନ ପ୍ରଥମେ ଫୋନ କରି ୫ ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲେ । ଏହାପରେ ଅଶ୍ୱୀନଙ୍କୁ ବାରମ୍ବାର ଫୋନ କରିବା ସହ ମାଓବାଦୀଙ୍କ ଏକ ପ୍ୟାଡରେ ନାଲି ରଙ୍ଗରେ ଲେଖା ଥିବା ଏକ ଚିଠି ପଠାଇଥିଲେ । ନିର୍ଦ୍ଧାରିତ ସମୟରେ ଟଙ୍କା ନ ଦେଲେ ପ୍ରଜା କୋର୍ଟରେ ମୁଣ୍ଡ କାଟି ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ । ଏହାପରେ ପୁଲିସ ନିକଟରେ ଅଶ୍ୱିନ ଅଭିଯୋଗ ଦେବା ପରେ ପୁଲିସ ଧରିବାକୁ ଉଦ୍ୟମ କରିଥିଲା ।
ଏକ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରାଯିବା ସହ ଆଣ୍ଟି ନକ୍ସଲ ସେଲ ଓ ସାଇବର ସେଲର ସହଯୋଗ ନିଆଯାଇଥିଲା । ଦୁଇ ଦିନ ତଳେ ଅଶ୍ୱିନକୁ ପୁଣି ଥରେ କଲ କରି ଟଙ୍କା ମାଗିବା ସହ କୋରାପୁଟକୁ ଆସି ଟଙ୍କା ନେବାକୁ କହିଥିଲେ । ଏହାପରେ କୋରାପୁଟ ବସଷ୍ଟାଣ୍ଡକୁ ଏକ କାର ଯୋଗେ ଆସି ଥିଲେ ମଧ୍ୟ ଟଙ୍କା ବସରେ ପଠାଇ ଦେବାକୁ ଅଶ୍ୱିନକୁ ଫୋନରେ କହିଥିଲେ । ସେଠାରୁ ଦାମନଯୋଡି ଅଭିମୁଖେ ଯାଉଥିବାବେଳେ ପୁଲିସ ଏହି ଦୁଇ ଜଣଙ୍କ ସହ ଜରେ କାର ଚାଳକଙ୍କ ସହ ଦାମନଯୋଡିର ଇନଟାକ୍ ରୋଡରେ ଧରିଥିଲେ । ଏହାସରେ ସେମାନଙ୍କୁ ପଚରାଉଚୁରା କରିବା ପରେ ସେମାନେ ସବୁ ମାନିଥିଲେ ।
ତେବେ ପଚରାଉଚୁରା କରିବା ପରେ ପ୍ରଶାନ୍ତ ଖୋସଲା ୧୯୯୬ ମସିହାରେ ଏକ ଦୁଷ୍କର୍ମ ମାମଲାରେ ଛନ୍ଦି ହୋଇ ୧୦ ବର୍ଷ କାରାଦଣ୍ଡ ଭୋଗି ନିକଟରେ ଫେରିଛନ୍ତି । ସଜା କାଟି ଫେରିବା ପରେ ସେ ଗତ ତିନି ୪ ବର୍ଷ ହେବ ଧମକଚମକ ଦେଇ ଛୋଟ ମୋଟ ଲୁଟ, ରାହାଜାନି କରୁଥିଲା । ସେହିପରି ଅମନ ମହାନନ୍ଦିଆଙ୍କ ନାଁରେ ରୁଜୁ ହୋଇଥିବା ଏକ ହତ୍ୟା ଉଦ୍ୟମ ମାମଲା କୋର୍ଟରେ ବିଚରାଧୀନ ରହିଛି । ୧୨ ଦିନ ତଳେ ଅଶ୍ୱିନ ଓ ତାଙ୍କ ସାଥୀ ଏକ ପ୍ଲଟକୁ କୋଟିଏରୁ ଅଧିକ ଟଙ୍କାରେ ବିକ୍ରି କରିଥିଲେ । ଅଶ୍ୱୀନଙ୍କ ନିକଟରେ ଏହି ଟଙ୍କା ରହିଥିବା ନେଇ ସେମାନେ ଜାଣିବା ପରେ ଏପରି କାଣ୍ଡ କରିଥିବା ମାନିଛନ୍ତି । ତେବେ ଘଟଣାରେ କାର ଡ୍ରାଇଭର ଜଣକ ଅମନଙ୍କ ସମ୍ପର୍କୀୟ ଭଣଜା । ତାକୁ କୋରାପୁଟରେ ଛାଡି ଦେବାକୁ ସେମାନେ ଡାକିଥିଲେ । ପୁଲିସ ଧରିବା ପରେ ଗାଡିର ନମ୍ବର ପ୍ଲେଟ୍ ନଥିବା ସହ କୌଣସି କାଗଜପତ୍ର ନ ଥିବା ଜଣାପଡିଛି ।




