ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ତିନି ଯୁବକ ନିଖୋଜ
ନୂଆପଡା: ସେପ୍ଟେମ୍ବର ୧୭: ନୂଆପଡା ଠାରୁ ୨୫ କିମି ଦୂର ଗୋଧସ ଜଳପ୍ରପାତରେ ଅଘଟଣ ଘଟିଛି । ଗୁରୁବାର ଅପରାହ୍ନରେ ଗଣେଷ ମୂର୍ତ୍ତି ବିଷର୍ଜନ କରିବାକୁ ଯାଇ ତିନି ଜଣ ନିଖୋଜ ଥିବା ଧରମବନ୍ଧା ଥାନାରେ ରିପୋର୍ଟ ହୋଇଛି । ତିନିଜଣ ହେଲେ ନୂଆପଡା ବିଦେଶୀ ମଦ ଦୋକାନର କର୍ମଚାରୀ । ମୋଟ ପାଞ୍ଚ ଜଣ ଗଣେଷ ବିଷର୍ଜନ କରିବାକୁ ଯାଇଥିଲେ । ଦୁଇ ଜଣ ବାହାରେ ଥିବା ବେଳେ ଅନ୍ୟ ତିନି ଜଣ ପାଣି ଭିତରକୁ […]
ନୂଆପଡା: ସେପ୍ଟେମ୍ବର ୧୭: ନୂଆପଡା ଠାରୁ ୨୫ କିମି ଦୂର ଗୋଧସ ଜଳପ୍ରପାତରେ ଅଘଟଣ ଘଟିଛି । ଗୁରୁବାର ଅପରାହ୍ନରେ ଗଣେଷ ମୂର୍ତ୍ତି ବିଷର୍ଜନ କରିବାକୁ ଯାଇ ତିନି ଜଣ ନିଖୋଜ ଥିବା ଧରମବନ୍ଧା ଥାନାରେ ରିପୋର୍ଟ ହୋଇଛି । ତିନିଜଣ ହେଲେ ନୂଆପଡା ବିଦେଶୀ ମଦ ଦୋକାନର କର୍ମଚାରୀ । ମୋଟ ପାଞ୍ଚ ଜଣ ଗଣେଷ ବିଷର୍ଜନ କରିବାକୁ ଯାଇଥିଲେ । ଦୁଇ ଜଣ ବାହାରେ ଥିବା ବେଳେ ଅନ୍ୟ ତିନି ଜଣ ପାଣି ଭିତରକୁ ଯାଇଥିଲେ । ତିନି ଜଣ ହେଲେ ନିଲେଶ ସିଂ (୩୩) ,ଅମିତ କୁମାର ଗୁପ୍ତା (୨୫) ଓ ଅନ୍ୟ ଜଣେ ରାଜକୁମାର ଗୁପ୍ତା (୨୪) ବୋଲି ପ୍ରାଥମିକ ସୂଚନାରୁ ଜଣାପଡିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନିଲେଶ ସିଂ ନୂଆପଡା ବିଦେଶୀ ମଦ ଦୋକାନର ମ୍ୟାନେଜର ବୋଲି ଜଣାପଡିଛି । ଅନ୍ୟ ଦୁଇ ଜଣ କର୍ମଚାରୀ ଅଟନ୍ତି । ପ୍ରଥମେ ଜଣେ ପାଣି ଭିତରକୁ ଯାଇ ପାଣି ଭଉଁରୀରେ ବୁଡ଼ି ଯାଉଥିବା ଦେଖି ଅନ୍ୟ ଦୁଇ ଜଣ ଉଦ୍ଧାର ପାଇଁ ଯାଇଥିଲେ । ସେମାନେ ମଧ୍ୟ ବୁଡି ଯାଇଥିବା ଜଣାପଡିଛି । ପାଣି ଭିତରେ ତିନି ଜଣ ନିଖୋଜ ହୋଇଛନ୍ତି । ତାଙ୍କର କୌଣସି ସୂଚନା ମିଳିପାରି ନାହିଁ । ଅଗ୍ନିଶମ ବିଭାଗ ଘଟଣା ସ୍ଥଳକୁ ନିଖୋଜ ଯୁବକମାନଙ୍କ ଉଦ୍ଧାର ପାଇଁ ଯାଇଛି । ରାତ୍ରି ହୋଇ ଯାଇ ଥିବାରୁ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହୋଇଛି । ଗୁରୁବାର ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ ।




