ଆକର୍ଷଣୀୟ ରୂପ ନେବ ଉଦୟପୁର-ତାଳସାରୀ ପର୍ଯ୍ୟଟନସ୍ଥଳୀ ଖର୍ଚ୍ଚ ହେବ ୨୯କୋଟି

ଭୋଗରାଇ: ବଙ୍ଗୋପସାଗାର କୂଳରେ ଥିବା ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଉଦୟପୁର- ତାଳସାରୀ ୨.୭କି.ମି. ବ୍ୟାପ୍ତ ବେଳାଭୂମିର ସୌନ୍ଦର୍ଯ୍ୟକରଣ ନିମନ୍ତେ ଅ+୍ଳ ଭିଡ଼ିଛନ୍ତି ରାଜ୍ୟ ସରକାର । ଭୋଗରାଇ ସୀମାନ୍ତ ପଶ୍ଚିମବଂଗ ରାଜ୍ୟର ଦୀଘାକୁ ସେଠାକାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨ୟ ଗୋଆ ଭାବେO ଗଢିତୋଳିବାକୁ ଘୋଷଣା କରିଥିବା ବେଳେ ଓଡ଼ିଶା ସରକାର ମଧ୍ୟ ଓଡ଼ିଶାର ଏହି ଅନନ୍ୟ ବେଳାଭୂମିକୁ ଅତି ଆକର୍ଷଣୀୟ କରିବାକୁ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏଥିନିମନ୍ତେ ରାଜ୍ୟ ସରକାର ଗତ ୨୦୨୦ […]

Samaya Live Picture
Published On

ଭୋଗରାଇ: ବଙ୍ଗୋପସାଗାର କୂଳରେ ଥିବା ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଉଦୟପୁର- ତାଳସାରୀ ୨.୭କି.ମି. ବ୍ୟାପ୍ତ ବେଳାଭୂମିର ସୌନ୍ଦର୍ଯ୍ୟକରଣ ନିମନ୍ତେ ଅ+୍ଳ ଭିଡ଼ିଛନ୍ତି ରାଜ୍ୟ ସରକାର । ଭୋଗରାଇ ସୀମାନ୍ତ ପଶ୍ଚିମବଂଗ ରାଜ୍ୟର ଦୀଘାକୁ ସେଠାକାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨ୟ ଗୋଆ ଭାବେO ଗଢିତୋଳିବାକୁ ଘୋଷଣା କରିଥିବା ବେଳେ ଓଡ଼ିଶା ସରକାର ମଧ୍ୟ ଓଡ଼ିଶାର ଏହି ଅନନ୍ୟ ବେଳାଭୂମିକୁ ଅତି ଆକର୍ଷଣୀୟ କରିବାକୁ କାର୍ଯ୍ୟ ଆରମ୍ଭ କରିଛନ୍ତି ।

ଏଥିନିମନ୍ତେ ରାଜ୍ୟ ସରକାର ଗତ ୨୦୨୦ ମସିହା ଫେବୃୟାରୀମାସ ୨୦ ତାରିଖ ଦିନ ଏହି ବେଳାଭୂମିର ପର୍ଯ୍ୟଟନ ବଳୟ ନିମନ୍ତେ ୧ଶହ କୋଟି ଟଙ୍କାର ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିବାକୁ ନେଇ ୫-ଟି ସଚିବ ଭି.କେ. ପାଣ୍ଡିଆନ, ତତ୍କାଳୀନ ମୁଖ୍ୟ ଶାସନ ସଚିବ ଅସୀତ କୁମାର ତ୍ରୀପାଠୀଙ୍କ ସହ ୱାର୍କ ସଚିବ,ପର୍ଯ୍ୟଟନ ଶିଳ୍ପ ନିର୍ଦ୍ଦେଶକ, ପୂର୍ତ୍ତ ବିଭାଗ ସହ ଅତିରିକ୍ତ ଜିଲ୍ଲାପାଳ ଓ ବହୁ ଉଚ୍ଚ ପଦାଧିକାରୀ ଭୋଗରାଇ ଗସ୍ତ କରି ଉଦୟପୁର ତାଳସାରି ବେଳାଭୂମି ଅନୁଧ୍ୟାନ କରି ଫେରିଥିଲେ ।

ଉଦୟପୁର- ତାଳସାରି ମେରାଇନ୍ ଡ୍ରାଇଭ୍ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ୫କୋଟି ୧୪ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଥିବା ବେଳେ କାର୍ଯ୍ୟର ମନ୍ଥରତା ନେଇ ବିଭାଗୀୟ ଅଧିକାରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଏହି ତଟସୁରକ୍ଷା ପଥର ବନ୍ଧ ନିମନ୍ତେ ୫୬କୋଟି ଟଙ୍କା ରାଜ୍ୟ ସରକାର ଅନୁଦାନ ଦେଇଥିବା ବେଳେ ୨୦୧୨ ମସିହା ୟାସ ବାତ୍ୟା ଯୋଗୁଁ ପଥରବନ୍ଧ କ୍ଷତିଗ୍ରସ୍ତ ହୋଇଥିଲା । ଏହି ବର୍ଷ ଡିସେମ୍ବର ୨୮ରେ ମୁଖ୍ୟମନ୍ତ୍ରୀ ଭରଚୁଆଲ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ତତ୍କାଳୀନ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଉଦୟପୁର- ତାଳସାରୀ ବେଳାଭୂମିର ସୌନ୍ଦର୍ଯ୍ୟ କରଣ ନିମନ୍ତେ ୨୯କୋଟି ଟଙ୍କା ଅନୁଦାନ ଘୋଷଣା କରିଥିଲେ ।

ତଟସୁରକ୍ଷା ବନ୍ଧ କାର୍ଯ୍ୟ ନିମନ୍ତେ ଓସିବିିସିକୁ ଦାୟିତ୍ୱ ଦିଆଯାଇଥିବା ବେଳେ ଏହି କାର୍ଯ୍ୟ ମନ୍ଥର ବୋଲି ଅଭିଯୋଗ ହୋଇଆସୁଥିଲା । ଚନ୍ଦନେଶ୍ୱର, ତାଳସାରୀ, ଉଦୟପୁର,ବର୍ଡର ଓ ଚନ୍ଦନେଶ୍ୱର ରାସ୍ତାର ଉଭୟପାଶ୍ୱର୍ରେ ହାଇମାକ୍ସ ବିଦ୍ୟୁତ ଆଲୋକରେ ଆଲୋକିତ କରିବାକୁ ୭କୋଟି ୧୦ଲକ୍ଷ ଟଙ୍କାର ଅନୁଦାନ ଦିଆଯିବା ପରେ ଏବେ ଏନ୍ବିସିସି କାର୍ଯ୍ୟ କରି ଆସୁଅଛି ।

ନିକଟରେ ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ ପରେ ପ୍ରଥମଥର ଲାଗି ପର୍ଯ୍ୟଟନମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କ ସମେତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢୀ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଭୋଗରାଇ ବିଧାୟକ ଅନନ୍ତ ଦାସ,ପର୍ଯ୍ୟଟନ ଓ ସେଚ ବିଭାଗର ଉଚ୍ଚ ପଦାଧିକାରୀମାନେ ଗତ ରବିବାରଦିନ ତାଳସାରୀ- ଉଦୟପୁର ପର୍ଯ୍ୟଟନସ୍ଥଳୀ ବୁଲି ଦେଖିବାପରେ ୨୯କୋଟି ଟଙ୍କାର ଏକ ନକ୍ସା ପ୍ରସ୍ତୁତ କରି ଏନ୍.ବି.ସି.ସିକୁ କାର୍ଯ୍ୟାଦେଶ ଦେଇଛନ୍ତି । ଉକ୍ତ ବେଳାଭୂମିରେ ଲାଇଟ୍ପୋଷ୍ଟ, କଂକ୍ରିଟ କରାଯିବା ସହ ରାସ୍ତାର ଉଭୟ ପାଶ୍ୱର୍ରେ ପର୍ଯ୍ୟଟକଙ୍କ ବସିବା ପାଇଁ ବେଂଚ, ବୃକ୍ଷରୋପଣ, ଶୌଚାଳୟ ଓ ୧୬ଟି ଷ୍ଟଲ କରାଯାଇ ଦୁବାଇ ଭୋଳି ସୌନ୍ଦର୍ଯୀକରଣ କରାଯିବା ବୋଲି ଏନ୍ବିସିସିର ଜୋନାଲ ମେନେଜର ବିଭୁଦତ୍ତ ମିଶ୍ର ସୂଚନା ଦେଇଛନ୍ତି ।