କୁଣ୍ଡା ବୋଝେଇ ଟ୍ରକ ଚାଲାଣ ବେଳେ ୧୫୦ କିଲୋ ଗଞ୍ଜେଇ ଜବତ
ବୌଦ୍ଧ : ଗଞ୍ଜେଇ ମାଫିଆଙ୍କ ବିରୋଧରେ ବୌଦ୍ଧ ପୁଲିସକୁ ମିଳିଛି ଏକ ବଡ ସଫଳତା । ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ଗ୍ୟାଙ୍ଗର ପର୍ଦାଫାସ କରିବା ସହିତ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବୌଦ୍ଧ ପୁଲିସ ସଫଳ ହୋଇଛି । ସୂଚନା ମୁତାବକ, କନ୍ଧମାଳ ଜିଲ୍ଲାରୁ ବୌଦ୍ଧ ଦେଇ ଗଞ୍ଜେଇ ଚାଲାଣ ହେଉଥିବା ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇ ବୌଦ୍ଧ ଥାନାର ସବ ଇନିସପେକଫର ରାମ ସୁବ୍ରମଣ୍ୟମ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ବୌଦ୍ଧ ମହାନଦୀ ବ୍ରିଜଛକଠାରେ ପେଟ୍ରୋଲିଂ […]
ବୌଦ୍ଧ : ଗଞ୍ଜେଇ ମାଫିଆଙ୍କ ବିରୋଧରେ ବୌଦ୍ଧ ପୁଲିସକୁ ମିଳିଛି ଏକ ବଡ ସଫଳତା । ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ଗ୍ୟାଙ୍ଗର ପର୍ଦାଫାସ କରିବା ସହିତ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବୌଦ୍ଧ ପୁଲିସ ସଫଳ ହୋଇଛି ।
ସୂଚନା ମୁତାବକ, କନ୍ଧମାଳ ଜିଲ୍ଲାରୁ ବୌଦ୍ଧ ଦେଇ ଗଞ୍ଜେଇ ଚାଲାଣ ହେଉଥିବା ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇ ବୌଦ୍ଧ ଥାନାର ସବ ଇନିସପେକଫର ରାମ ସୁବ୍ରମଣ୍ୟମ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ବୌଦ୍ଧ ମହାନଦୀ ବ୍ରିଜଛକଠାରେ ପେଟ୍ରୋଲିଂ କରୁଥିବାବେଳେ ଚାରିଛକ ପଟରୁ ସୁବର୍ଣ୍ଣପୁର ଆଡକୁ ଯାଉଥିବା ଏକ ଟ୍ରକକୁ ସନ୍ଦେହରେ ଅଟକାଇ ଯାଞ୍ଚ କରିଥିଲେ । ମହାରାଷ୍ଟ୍ର( ଏମଏଚ-ୱାଇ- ୪୦- ୪୩୧୯) ନମ୍ବର ଥିବା ଉକ୍ତ ଟ୍ରକରେ କୁଣ୍ଡା ବୋଝେଇ ହୋଇଥିବାବେଳେ ପୋଲିସ ଟ୍ରକକୁ ଅଟକାଇ ଯାଞ୍ଚ କରିବାପରେ ସେଥିମଧ୍ୟରୁ ୬ ଗୋଟି ବସ୍ତାରେ ଥିବା ୧୫୦ କିଲୋ ଗଞ୍ଜେଇ ଜବତ କରାଯାଇଥିଲା । କୁଣ୍ଡା ବୋଝେଇ ଟ୍ରକ ଭିତରେ ଗଞ୍ଜେଇ କନ୍ଧମାଳ ଜିଲ୍ଲାରୁ ମହାରାଷ୍ଟ୍ର ଚାଲାଣ କରାଯାଉଥିବା ତଦନ୍ତବେଳେ ଜଣାପଡିଥିବା ପୁଲିସ ସୁତ୍ରରୁ ସୂଚନା ମିଳିଛି । ତେବେ ଏକଜୁକୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇ ବସ୍ତାଗୁଡିକୁ ଜବତ ଓ ଓଜନ କରାଯାଇଥିବାବେଳେ ଟ୍ରକରେ ଥିବା ମହାରାଷ୍ଟ୍ର ରାଜ୍ୟର ନାଗପୁର ଜିଲ୍ଲା ନୟାଗୋଦାମ ଆନନ୍ଦ ବୁଦ୍ଧବିହାର, କାମ୍ପଟେ ଅଞ୍ଚଳର ଶ୍ୟାମଲ ୱାସନିକ ଓ ଅବିନାଶ ଚନ୍ଦ୍ର ମିତ୍ରମଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।




