ଥାନାରେ ଏତଲା ଦେବାରୁ ମହିଳାଙ୍କୁ ପିଟି ପିଟି ହତ୍ୟା
କବିସୂର୍ଯ୍ୟନଗର : ଗଂଜାମ ଜିଲ୍ଲା କବିସୂର୍ଯ୍ୟ ନଗରରେ ଘଟିଯାଇଛି ଏକ ଅଭବନୀୟ ଘଟଣା I ସ୍ୱାମୀଙ୍କ ଆକ୍ରମଣକାରୀଙ୍କ ବିରୁଦ୍ଧରେ ସ୍ତ୍ରୀ ଥାନାରେ ଏତଲା ଦେବାରୁ ,ତାଙ୍କୁ ଘରେ ପଶି ପିଟି ପିଟି ହତ୍ୟା କରାଯାଇଛି I ମହିଳା ଜଣକ ହେଲେ ଯୁଧିଷ୍ଠିର ନାହକଙ୍କ ସ୍ତ୍ରୀ ଝୁନୁ ନାହାକ (୫୫) I ଘଟନାନୁସାରେ ଗତ ୨୬ ତାରିଖ ରାତିରେ ଗଞ୍ଜାମଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବାଲିଛାଇ ଫାଣ୍ଡି ଅଧୀନ ମଧୁର ଝୋଳି ଗ୍ରାମରେ ଗୁଣିଆ ସନ୍ଦେହରେ ଗ୍ରାମର ୩୦ […]
କବିସୂର୍ଯ୍ୟନଗର : ଗଂଜାମ ଜିଲ୍ଲା କବିସୂର୍ଯ୍ୟ ନଗରରେ ଘଟିଯାଇଛି ଏକ ଅଭବନୀୟ ଘଟଣା I ସ୍ୱାମୀଙ୍କ ଆକ୍ରମଣକାରୀଙ୍କ ବିରୁଦ୍ଧରେ ସ୍ତ୍ରୀ ଥାନାରେ ଏତଲା ଦେବାରୁ ,ତାଙ୍କୁ ଘରେ ପଶି ପିଟି ପିଟି ହତ୍ୟା କରାଯାଇଛି I ମହିଳା ଜଣକ ହେଲେ ଯୁଧିଷ୍ଠିର ନାହକଙ୍କ ସ୍ତ୍ରୀ ଝୁନୁ ନାହାକ (୫୫) I
ଘଟନାନୁସାରେ ଗତ ୨୬ ତାରିଖ ରାତିରେ ଗଞ୍ଜାମଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବାଲିଛାଇ ଫାଣ୍ଡି ଅଧୀନ ମଧୁର ଝୋଳି ଗ୍ରାମରେ ଗୁଣିଆ ସନ୍ଦେହରେ ଗ୍ରାମର ୩୦ ରୁ ୪୦ ଯୁବକ ମାରଣାସ୍ତ୍ର ଧରି ବିଷ୍ଣୁ ନାହାକ ଓ ରାଜେନ୍ଦ୍ର ନାହାକଙ୍କୁ ଓ ଯୁଧିଷ୍ଠିର ନାହାକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଗ୍ରାମରେ ଜଣକୁ ପ୍ରତାତ୍ମା ଲାଗିଥିଲା I ତାକୁ ହତ୍ୟା କରାଯାଇଥିଲା ବୋଲି ସେ ୪ ଜଣ ଗୁଣିଆଙ୍କ ନାଁ କହିଥିଲା I ଗୁଣିଆ ମାନଙ୍କ ମଧ୍ୟରୁ ଉକ୍ତ ମହିଳାଙ୍କ ସ୍ୱାମୀ ଯୁଧିଷ୍ଠିର ନାହାକ ଅନ୍ୟତମ ଥିଲେ I ଘଟଣା ଦିନ ସେ ବାଘୁଆ ନଦୀରୁ ଗାଧୋଇ ଫେରୁଥିବା ବେଳେ କିଛି ଗ୍ରାମବାସୀ ତାଙ୍କୁ ଉଠାଇ ନେଇ ଆକ୍ରମଣ କରିଥିଲେ। ଯୁଧିଷ୍ଠିର ଙ୍କ ସହିତ ଗ୍ରାମର ଅନ୍ୟ ତିନିଜଣ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି।
ସେହିପରି ଗୁରୁତରମାନେ ହେଲେ ବିଷ୍ଣୁ ନାହାକ ଓ ରାଜେନ୍ଦ୍ର ନାହାକ। ତେବେ ଘଟଣା ସ୍ଥଳରୁ ଯୁଧିଷ୍ଠିର ନାହାକ କୌଶଳ କ୍ରମେ ଖସି ଯାଇ ଥାନାରେ ଖବର ଦେଇଥିଲେ I ପୋଲିସ ପହଂଚି ଗୁରୁତର ଆହତଙ୍କୁ ଡାକ୍ତରଖାନା ନେଇଥିଲା I ଏହାପରେ ସ୍ୱାମୀଙ୍କ ଆକ୍ରମଣକାରୀ ଙ୍କ ବିରୋଧରେ ଏତଲା ଦେବାକୁ ଯୁଧିଷ୍ଠିର ନାହକଙ୍କ ସ୍ତ୍ରୀ ଥାନାକୁ ଯାଇଥିଲେ I ତେବେ ଏଥିରେ ଉତ୍ୟକ୍ତ ହୋଇ ଆକ୍ରମଣ କାରୀମାନେ ଯୁଧିଷ୍ଠିର ନାହାକଙ୍କ ଘରେ ବାରି ପଟୁ ପଶିଥିଲେ। ହେଲେ ସେତେବେଳେ ଘରେ ଯୁଧିଷ୍ଠିରଙ୍କ ପତ୍ନୀ ଝୁନୁ ନାହାକ ଏକାକୀ ଥିଲେ। ଉତ୍ୟକ୍ତ ଲୋକମାନେ ଝୁନୁଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଝୁନୁଙ୍କ ମୃତ୍ୟୁ ଘଟିଥିଲା। ଏସଂପର୍କରେ ଯୁଧିଷ୍ଠିର ନାହାକଙ୍କ ସୂଚନା ଆଧାରରେ ପୁଲିସ ମଧୁର ଝୋଳି ଗ୍ରାମର ୯ ଜଣକୁ ଉଠାଇ ନେଇ ଅଟକ ରଖି ପଚରାଉଚରା କରୁଛି। ଅନ୍ୟ ପକ୍ଷରେ ଏବେବି ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ୪ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ଏସଡିପିଓ ସାମଲ ସୂଚନା ଦେଇଛନ୍ତି।




