ଶିଳ୍ପାଙ୍କ ମାଙ୍କ ନାଁରେ ୱାରେଣ୍ଟ ଜାରି
ନୂଆଦିଲ୍ଳୀ: ମାର୍ଚ୍ଚ ୧୬: ଶିଳ୍ପା ସେଟ୍ଟୀଙ୍କ ପରିବାରରେ ବିବାଦ ଥମିବାର ନାଁ ଧରୁନି। ଶିଳ୍ପା ସେଟ୍ଟୀଙ୍କ ମା ସୁନନ୍ଦା ସେଟ୍ଟୀଙ୍କ ବିରୋଧରେ ଠକେଇ ଅଭିଯୋଗ ହୋଇଛି, ଯେଉଁ କାରଣରୁ ତାଙ୍କୁ ଜାମିନଯୁକ୍ତ ଓ୍ଵାରେଣ୍ଟ ଜାରି କରାଯାଇଛି। ତେବେ ଏହି ମାମଲାରେ ଏ ପର୍ଯ୍ୟନ୍ତ ଶିଳ୍ପାଙ୍କ ପରିବାରରୁ କୌଣସି ବୟାନ ସାମ୍ନାକୁ ଆସି ନାହିଁ। ତାଙ୍କ ବିରୋଧରେ ୨୧ ଲକ୍ଷ ଟଙ୍କା ଋଣ ସୁଝି ନପାରିବା ମାମଲାରେ ମୁମ୍ବାଇର ଏକ କୋର୍ଟ ଜାମିନଯୁକ୍ତ ଓ୍ଵାରେଣ୍ଟ ଜାରି କରିଛନ୍ତି। ମେଟ୍ରୋପଲିଟନ୍ […]
ନୂଆଦିଲ୍ଳୀ: ମାର୍ଚ୍ଚ ୧୬: ଶିଳ୍ପା ସେଟ୍ଟୀଙ୍କ ପରିବାରରେ ବିବାଦ ଥମିବାର ନାଁ ଧରୁନି। ଶିଳ୍ପା ସେଟ୍ଟୀଙ୍କ ମା ସୁନନ୍ଦା ସେଟ୍ଟୀଙ୍କ ବିରୋଧରେ ଠକେଇ ଅଭିଯୋଗ ହୋଇଛି, ଯେଉଁ କାରଣରୁ ତାଙ୍କୁ ଜାମିନଯୁକ୍ତ ଓ୍ଵାରେଣ୍ଟ ଜାରି କରାଯାଇଛି। ତେବେ ଏହି ମାମଲାରେ ଏ ପର୍ଯ୍ୟନ୍ତ ଶିଳ୍ପାଙ୍କ ପରିବାରରୁ କୌଣସି ବୟାନ ସାମ୍ନାକୁ ଆସି ନାହିଁ। ତାଙ୍କ ବିରୋଧରେ ୨୧ ଲକ୍ଷ ଟଙ୍କା ଋଣ ସୁଝି ନପାରିବା ମାମଲାରେ ମୁମ୍ବାଇର ଏକ କୋର୍ଟ ଜାମିନଯୁକ୍ତ ଓ୍ଵାରେଣ୍ଟ ଜାରି କରିଛନ୍ତି। ମେଟ୍ରୋପଲିଟନ୍ ମାଜିଷ୍ଟ୍ରେଟ୍ ଆର୍ ଆର୍ ଖାନ ଏହା ପୂର୍ବରୁ ଶିଳ୍ପା, ତାଙ୍କ ମା ସୁନନ୍ଦା ଓ ଭଉଣୀ ଶମିତାଙ୍କୁ ଠକେଇ ମାମଲାରେ ଏକ ସମନ ଜାରି କରିଥିଲେ। ସୋମବାର ସେସନ୍ସ ଜଜ୍ ଏଜେଡ୍ ଖାନ ଶିଳ୍ପା ଓ ଶମିତାଙ୍କ ବିରୋଧରେ ମାଜିଷ୍ଟ୍ରେଟ୍ଙ୍କ ଆଦେଶ ଉପରେ ରୋକ୍ ଲଗାଇଥିଲେ। କିନ୍ତୁ ତାଙ୍କ ମାଙ୍କୁ ଛାଡ଼ି ନ ଥିଲେ। ବିଜନେସ୍ମ୍ୟାନ ଦାବି କରିଥିଲେ ଯେ ଶିଳ୍ପାଙ୍କ ଦିବଂଗତ ବାପା ସୁରେନ୍ଦ୍ର ସେଟ୍ଟୀ ୨୦୧୫ରେ ଉଧାର ନେଇଥିଲେ। ତାଙ୍କୁ ଜାନୁଆରୀ ୨୦୧୭ରେ ଏହାକୁ ସୁଝିବାର ଥିଲା, କିନ୍ତୁ ପରିବାର ଟଙ୍କା ଦେବାକୁ ମନା କରି ଦେଇଥିଲେ। ତେବେ ଏହି ମାମଲାରେ ଆଗାମୀ ଶୁଣାଣି ମାର୍ଚ୍ଚ ୨୫ରେ ହେବା ନେଇ ସୂଚନା ରହିଛି।




