ୟୁପି ପୋଲିସର ବଡ ସଫଳତା
କାନପୁର: ଜୁନ ୭: କାନପୁର ହିଂସାକାଣ୍ଡକୁ ନେଇ ଉତ୍ତର ପ୍ରଦେଶ ପୋଲିସ ପୋଷ୍ଟର ଜାରି କରିଛି । ହିଂସାକାଣ୍ଡ ଭିଡିଓରୁ ଫଟୋ ବାହାର କରି ପୋଷ୍ଟର ପ୍ରସ୍ତୁତ ହୋଇଥିବାବେଳେ ଲୋକେ ପୋଲିସରେ ଆତ୍ମ ସମର୍ପଣ କରିବାରେ ଲାଗିଛନ୍ତି । ଏଥିରେ ଜଣେ ୧୬ ବର୍ଷ ବୟସ୍କ ନାବାଳକ କର୍ଣ୍ଣେଲ ଗଞ୍ଜ ପୋଲିସ ଷ୍ଟେସନକୁ ଯାଇ ଆତ୍ମସମର୍ପଣ କରିଛି । ପୋଲିସ ସୂଚନା ଅନୁସାରେ ଏପର୍ଯ୍ୟନ୍ତ ୫୦ ଜଣଙ୍କୁ ଗିରଫ କରାସରିଛି । ନିର୍ଦ୍ଦୋଷ ଲୋକଙ୍କୁ ଯେପରି ସମସ୍ୟା […]
କାନପୁର: ଜୁନ ୭: କାନପୁର ହିଂସାକାଣ୍ଡକୁ ନେଇ ଉତ୍ତର ପ୍ରଦେଶ ପୋଲିସ ପୋଷ୍ଟର ଜାରି କରିଛି । ହିଂସାକାଣ୍ଡ ଭିଡିଓରୁ ଫଟୋ ବାହାର କରି ପୋଷ୍ଟର ପ୍ରସ୍ତୁତ ହୋଇଥିବାବେଳେ ଲୋକେ ପୋଲିସରେ ଆତ୍ମ ସମର୍ପଣ କରିବାରେ ଲାଗିଛନ୍ତି । ଏଥିରେ ଜଣେ ୧୬ ବର୍ଷ ବୟସ୍କ ନାବାଳକ କର୍ଣ୍ଣେଲ ଗଞ୍ଜ ପୋଲିସ ଷ୍ଟେସନକୁ ଯାଇ ଆତ୍ମସମର୍ପଣ କରିଛି । ପୋଲିସ ସୂଚନା ଅନୁସାରେ ଏପର୍ଯ୍ୟନ୍ତ ୫୦ ଜଣଙ୍କୁ ଗିରଫ କରାସରିଛି । ନିର୍ଦ୍ଦୋଷ ଲୋକଙ୍କୁ ଯେପରି ସମସ୍ୟା ନହୁଏ ସେଥିଲାଗି ପୋଲିସ କଡ଼ା ସତର୍କତା ଅବଲମ୍ବନ କରୁଛି । ଘଟଣାକୁ ନେଇ କାନପୁରରେ ୩ଟି ଏତଲା ରୁଜୁ ହୋଇଛି । ଲୋକେ ଏବେବି ଫେସବୁକ, ଟ୍ୱିଟର ଆଦି ସୋସିଆଲ ମିଡିଆରେ ଉତ୍ତେଜକ ସାମଗ୍ରୀ ପୋଷ୍ଟ କରୁଛନ୍ତି । ମାମଲାର ପୋଲିସ ସନ୍ଧାନ ନେଇଥିବା ବେଳେ ଏପରି ସାମଗ୍ରୀ ପୋଷ୍ଟିଂ କରୁଥିବା ଲୋକଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିଛି । ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୋଲିସ କହିଛି । ସୋସିଆଲ ମିଡିଆରେ ଉତ୍ତେଜକ ପୋଷ୍ଟ ଲାଗି ଏପର୍ଯ୍ୟନ୍ତ ୨୩ଟି ମାମଲା ରୁଜୁ ହୋଇଛି । ଦିନକ ପୂର୍ବରୁ ଉତ୍ତର ପ୍ରଦେଶ ପୋଲିସ ୪୦ ଜଣଙ୍କ ପୋଷ୍ଟର ଜାରି କରିଥିଲା । ଗତ ସପ୍ତାହରେ କାନପୁରରେ ହୋଇଥିବା ହିଂସାରେ ଏମାନଙ୍କ ସମ୍ପୃକ୍ତି ଅଭିଯୋଗ ଥିଲା । ଏହି ହିଂସାକାଣ୍ଡରେ ୪୦ ଜଣ ସାଧାରଣ ନାଗରିକ ଓ ୨୦ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ଅନେକ ଭିଡିଓରୁ ପୋଲିସ ହିଂସାକାଣ୍ଡ ଓ ଟେକାପଥର ମାଡ କରୁଥିବା ଲୋକଙ୍କ ଫଟୋ ସଂଗ୍ରହ କରିଛି ।




