ବସ୍ ଷ୍ଟାଣ୍ଡରେ ଥିବା ଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ, ୬ ମୃତ, ୧୨ ଆହତ

ରତଲାମ: ରବିବାର ସନ୍ଧ୍ୟାରେ ମଧ୍ୟ ପ୍ରଦେଶର ରତଲାମ ଜିଲ୍ଲାରେ ଘଟି ଯାଇଛି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ବସ୍‌ ଷ୍ଟାଣ୍ଡରେ ଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌। ଫଳରେ ୬ ଜଣଙ୍କର ମୃତ୍ୟୁ ହେବ ସହିତ ୧୨ ଜଣ ଆହତ ହୋଇଛନ୍ତି। ଘଟଣା ରତଲାମ-ଲେବାଡ ରାସ୍ତାରେ ରତଲାମଠୁ ୩୫ କିମି ଦୂର ସତ୍ରୁନ୍ଦା ଗାଁରେ ଘଟିଛି। ଏହି ଦୁର୍ଘଟଣା ବିଷୟରେ ଜିଲ୍ଲାପାଳ ନରେନ୍ଦ୍ର କୁମାର ସୂର୍ଯ୍ୟବଂଶୀ କହିଛନ୍ତି ଯେ, ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୨ […]

Samaya Live Picture
Published On

ରତଲାମ: ରବିବାର ସନ୍ଧ୍ୟାରେ ମଧ୍ୟ ପ୍ରଦେଶର ରତଲାମ ଜିଲ୍ଲାରେ ଘଟି ଯାଇଛି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ବସ୍‌ ଷ୍ଟାଣ୍ଡରେ ଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌। ଫଳରେ ୬ ଜଣଙ୍କର ମୃତ୍ୟୁ ହେବ ସହିତ ୧୨ ଜଣ ଆହତ ହୋଇଛନ୍ତି। ଘଟଣା ରତଲାମ-ଲେବାଡ ରାସ୍ତାରେ ରତଲାମଠୁ ୩୫ କିମି ଦୂର ସତ୍ରୁନ୍ଦା ଗାଁରେ ଘଟିଛି। ଏହି ଦୁର୍ଘଟଣା ବିଷୟରେ ଜିଲ୍ଲାପାଳ ନରେନ୍ଦ୍ର କୁମାର ସୂର୍ଯ୍ୟବଂଶୀ କହିଛନ୍ତି ଯେ, ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୨ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଆଠ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଟ୍ରକଟି ରତଲମାରୁ ବଦନଓ୍ଵର ଯାତ୍ରା କରୁଥିବା ସମୟରେ ଚକା ଫାଟି ଯିବାରୁ ଟ୍ରକଟି ନିୟନ୍ତ୍ରଣ ହରାଇ ରାସ୍ତା କଡ ବସଷ୍ଟାଣ୍ଡରେ ବସ ଅପେକ୍ଷାରେ ଥିବା ଲୋକଙ୍କ ଉପରେ ଚଢି ଯାଇଥିଲା। ଆହତମାନଙ୍କୁ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ଏସପି ଅଭିଷେକ ତିୱାରୀ ଙ୍କ ସୂଚନାନୁସାରେ ଦୁର୍ଘଟଣା ଘଟାଇଥିବା ଟ୍ରକଟି ଜବତ କରାଯାଇଛି । ଆହତମାନଙ୍କ ମଧ୍ୟରୁ ବିଶାଲ କହିଛନ୍ତି ଯେ ଦ୍ରୁତ ଗତିରେ ଆସୁଥିବା ଟ୍ରକ ଅତିକମରେ ୨୦ ଜଣଙ୍କୁ ଧକ୍କା ଦେଇଥିଲା।

ଏହି ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇ ଯାଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ଟ୍ରକଟି କେମିତି ଲୋକଙ୍କ ଉପରେ ଚଢି ଯାଉଛି।ଟ୍ରକ ଟିକୁ ଜବତ କରାଯାଇ ଡ୍ରାଇଭରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।