ଜେଲ ଭିତରେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ
ବୌଦ୍ଧ: ଜେଲ ଭିତରେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ । ଘଟଣା ଘଟିଛି ବୌଦ୍ଧ ଉପକାରାଗାରରେ I ମୃତକ ହେଲେ କଣ୍ଟାମାଳ ବ୍ଲକ କଳରକୋଠା ଗାଁର ଅରକ୍ଷିତ ସାହୁ । ସେ ଏକ ଦୁଷ୍କର୍ମ ମାମଲାରେ ଜେଲ୍ରେ ଥିଲେ । ତେବେ ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନି । ସେହିପରି ଗତ ୨ ମାସ ତଳେ ଜଣେ କଏଦୀଙ୍କ ବେକ କାଟି ହତ୍ୟା କରିବାକୁ ଉଦ୍ୟମ କରିଥିଲେ କିଛି କଏଦୀ । ସେତେବେଳେ ପ୍ରଶ୍ନ ଘେରରେ […]
ବୌଦ୍ଧ: ଜେଲ ଭିତରେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ । ଘଟଣା ଘଟିଛି ବୌଦ୍ଧ ଉପକାରାଗାରରେ I ମୃତକ ହେଲେ କଣ୍ଟାମାଳ ବ୍ଲକ କଳରକୋଠା ଗାଁର ଅରକ୍ଷିତ ସାହୁ । ସେ ଏକ ଦୁଷ୍କର୍ମ ମାମଲାରେ ଜେଲ୍ରେ ଥିଲେ । ତେବେ ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନି । ସେହିପରି ଗତ ୨ ମାସ ତଳେ ଜଣେ କଏଦୀଙ୍କ ବେକ କାଟି ହତ୍ୟା କରିବାକୁ ଉଦ୍ୟମ କରିଥିଲେ କିଛି କଏଦୀ । ସେତେବେଳେ ପ୍ରଶ୍ନ ଘେରରେ ଆସିଥିଲେ ଜେଲ କର୍ମଚାରୀ । ସେପଟେ ଆଜି ପୁଣି ଜେଲ୍ ରେ ଜଣେ କଏଦୀ ମୃତ୍ୟୁ । ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହ ଜଣକ ମୃତ୍ୟୁ । ମୃତ୍ୟୁର କାରଣ ଅସ୍ପଷ୍ଟ । ଅନ୍ୟପଟେ ଜେଲ କର୍ତୃପକ୍ଷ ଙ୍କ କହିବା ଅନୁଯାୟୀ ଜେଲ୍ ଗତକାଲି ବିଳମ୍ବିତ ରାତିରେ ଅରକ୍ଷିତଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ ବିଗିଡି ଯାଇଥିଲା । ତାଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଆଣି ଭର୍ତ୍ତି କରାଯାଇଥିଲା, ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ କେଉଁ ପରିସ୍ଥିତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ିଗଲା ? କିଛି ରୋଗରେ ସେ ପୀଡ଼ିତ ହୋଇ ଅସୁସ୍ଥ ହେଲେ ନା ଅନ୍ୟ କୌଣସି କାରଣରୁ ତାଙ୍କର ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇନାହିଁ I ସେପଟେ ଏ ସଂପର୍କରେ ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।




