ରାଜଧାନୀରୁ ୧ କୋଟିରୁ ଅଧିକ ଟଙ୍କାର ବ୍ରାଉନ ସୁଗାର ସହିତ ଜଣେ ଗିରଫ
ଭୁବନେଶ୍ୱର : ରାଜଧାନୀରୁ ଥମୁନି ନିଶା କାରବାର I ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା- ଜଟଣୀ ରାସ୍ତାରୁ ପ୍ରାୟ ଏକ କେଜି ୫୦ ଗ୍ରାମ୍ର ବ୍ରାଉନସୁଗର ଜବତ ହୋଇଛି I ଯାହାର ଆନୁମାନିକ ମୂଲ୍ୟ ୧ କୋଟିରୁ ଅଧିକ ଟଙ୍କା ହେବ I ଜବତ ବ୍ରାଉନ ସୁଗାର ସହିତ ଜଣେ ନିଶା ବେପାରୀକୁ ଅଟକ ରଖିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ ଟିମ୍ । ଏହା ସହିତ ତା’ନିକଟରୁ ଏକ ଗୋଟିଏ କାର ମଧ୍ୟ ଜବତ ହୋଇଛି। ଅଭିଯୁକ୍ତ ଜଣକ ଉମେଶ […]
ଭୁବନେଶ୍ୱର : ରାଜଧାନୀରୁ ଥମୁନି ନିଶା କାରବାର I ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା- ଜଟଣୀ ରାସ୍ତାରୁ ପ୍ରାୟ ଏକ କେଜି ୫୦ ଗ୍ରାମ୍ର ବ୍ରାଉନସୁଗର ଜବତ ହୋଇଛି I ଯାହାର ଆନୁମାନିକ ମୂଲ୍ୟ ୧ କୋଟିରୁ ଅଧିକ ଟଙ୍କା ହେବ I ଜବତ ବ୍ରାଉନ ସୁଗାର ସହିତ ଜଣେ ନିଶା ବେପାରୀକୁ ଅଟକ ରଖିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ ଟିମ୍ । ଏହା ସହିତ ତା’ନିକଟରୁ ଏକ ଗୋଟିଏ କାର ମଧ୍ୟ ଜବତ ହୋଇଛି। ଅଭିଯୁକ୍ତ ଜଣକ ଉମେଶ ବେହେରା ବୋଲି ଜଣାପଡିଛି । ଯୁବକ ଜଣ ବ୍ରାଉନ୍ସୁଗାର କେଉଁଠି ନେଉଥିଲେ ସେନେଇ ଏସ୍ଟିଏଫ୍ ଟିମ୍ ପଚରା ଉଚାର କରୁଛନ୍ତି। ତାହା ସହିତ ସଂପୃକ୍ତ ଥିବା ଅନ୍ୟ ବେପାରୀଙ୍କୁ ଧରିବାପାଇଁ ତଦନ୍ତ ଚଳାଇଛି କ୍ରାଇମ୍ବ୍ରାଞ୍ଚ ଟିମ୍ I ସୂଚନାନୁସାରେ ୨୦୨୦ରୁ ବର୍ତ୍ତମାନ ସୁଦ୍ଧା ୫୮ କେଜି ବ୍ରାଉନସୁଗାର ଜବତ କରିଛି STF ।




