ଜବଲପୁରର କୁବେର ଆରଟିଓ

ମଧ୍ୟପ୍ରଦେଶ : ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ ଜବଲପୁରର କୁବେର ଆରଟିଓ ଙ୍କ ଘରେ ଇଓଡବ୍ଲୁ ର ରେଡ I ଆରଟିଓ ସନ୍ତୋଷ ପାଲଙ୍କ ବେନାମୀ ସମ୍ପତି ଦେଖି ଇକୋନୋମିକ୍ ଅଫେନ୍ସ ୱିଙ୍ଗ (EOW) ର ଉଡି ଯାଇଥିଲା ହୋସ I ପ୍ରାଥମିକ ପ୍ରମାଣ ପାଇବା ପରେ ଗତ କାଲି ରାତି ୧୧ଟା ସମୟରେ ଆରଟିଓ ଏକ କାଳୀନ ୩ ଟି ଜାଗାରେ ଥିବା ଘର ଉପରେ ଚଢ଼ାଉ କରାଯାଇଥିଲା I ସନ୍ତୋଷ ପାଲ ଙ୍କ […]

Samaya Live Picture
Published On

ମଧ୍ୟପ୍ରଦେଶ : ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ ଜବଲପୁରର କୁବେର ଆରଟିଓ ଙ୍କ ଘରେ ଇଓଡବ୍ଲୁ ର ରେଡ I ଆରଟିଓ ସନ୍ତୋଷ ପାଲଙ୍କ ବେନାମୀ ସମ୍ପତି ଦେଖି ଇକୋନୋମିକ୍ ଅଫେନ୍ସ ୱିଙ୍ଗ (EOW) ର ଉଡି ଯାଇଥିଲା ହୋସ I ପ୍ରାଥମିକ ପ୍ରମାଣ ପାଇବା ପରେ ଗତ କାଲି ରାତି ୧୧ଟା ସମୟରେ ଆରଟିଓ ଏକ କାଳୀନ ୩ ଟି ଜାଗାରେ ଥିବା ଘର ଉପରେ ଚଢ଼ାଉ କରାଯାଇଥିଲା I ସନ୍ତୋଷ ପାଲ ଙ୍କ ଘରୁ ୧୬ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଛି ।ଏହା ସହିତ ବହୁକୋଟି ଟଙ୍କା ମୂଲ୍ୟ ର ୬ ଟି କୋଠା,ଅପର୍ଯ୍ୟାପ୍ତ ପରିମାଣ ର ସୁନା,ହୀରା ଓ ଏକ ସ୍କର୍ପିଓ କାର, ଏକ i20 କାର, ପଲସର ବାଇକ ମଧ୍ୟ ଜବତ କରାଯାଇଛି I ସେହିଭଳି ୧ .୪ ଏକର ଚାଷ ଜମି ଥିବା ଦଲିଲ ମଧ୍ୟ ମିଳିଛି I ଏହାବାଦ ସନ୍ତୋଷ ପାଲ ନିଜ ଘର ଭିତରେ ଏକ ବିଳସପୂର୍ଣ୍ଣ ସିନେମା ହଲ ତିଆରି କରିଥିବା ଯାଞ୍ଚ ରୁ ଜଣା ପଡିଛି I

ଆର୍‌ଟିଓ ଙ୍କ ସହିତ ତାଙ୍କ ପତ୍ନୀ ରେଖା ପାଲ ମଧ୍ୟ ଇଓଡବ୍ଲୁ ନଜରରେ ଅଛନ୍ତି I ରେଖା ପାଲ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଜବଲପୁରରେ କ୍ଲର୍କ ଭାବରେ ଅବସ୍ଥାପିତ ଥିବା ଜଣାପଡିଛି । ଇଓଡବ୍ଲୁ ଏସ୍‌ପି ଦେବେନ୍ଦ୍ର ପ୍ରତାପ ସିଂହଙ୍କ ଅନୁସାରେ ଆର୍‌ଟିଓ ସନ୍ତୋଷ ପାଲ ଓ ତାଙ୍କ ପତ୍ନୀ ରେଖା ପାଲଙ୍କ ପାଖରେ ଆୟବର୍ହିଭୂତ ସମ୍ପତି ଥିବା ନେଇ ଅଭିଯୋଗ ଆସିଥିଲା। ଏହାପରେ ବୁଧବାର ତାଙ୍କ ଘରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ତାଙ୍କ ଘରୁ କୋଟି କୋଟି ଟଙ୍କାର ସମ୍ପତି ତାଲିକା ମିଳିବା ସହ ପିପି କଲୋନୀ ଗ୍ୱାରିଘାଟରେ ୧୨୪୭ ବର୍ଗଫୁଟ ଅଞ୍ଚଳରେ ତିଆରି ଘରର ଡକ୍ୟୁମେଣ୍ଟ ମଧ୍ୟ ମିଳିଥିଲା।

ସେହିପରି ଶଙ୍କର ଶାହ ୱାର୍ଡରେ ୧୧୫୦ ବର୍ଗଫୁଟ, ଶତାବ୍ଦିପୁରମରେ ୧୦ ହଜାର ବର୍ଗଫୁଟର ଦୁଇଟି କୋଠା, କସ୍ତୁରବା ଗାନ୍ଧି ୱାର୍ଡରେ ୫୭୦ ବର୍ଗ ଫୁଟ ଓ ଗଢ଼ାଫାଟରେ ୭୭୧ ବର୍ଗଫୁଟର ଘର ବ୍ୟତୀତ ୧.୪ ଏକର ଜମିରେ ତିଆରି ଫାର୍ମ ହାଉସର ଦସ୍ତାବିଜ ମଧ୍ୟ ଇଓଡବ୍ଲୁ ହାତରେ ଲାଗିଥିଲା। ଏହାପରେ ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ଉକ୍ତ ଆର୍‌ଟିଓ ଅଫିସରଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏଥିସହ ଖୁବଶୀଘ୍ର ସରକାରୀ ବାବୁ ଜଣକ ଗିରଫ ହୋଇପାରନ୍ତି ।