ଭିଜିଲାନ୍ସ ଜାଲରେ କଳାହାଣ୍ଡି କେ.ଗାଁ ଫରେଷ୍ଟ ରେଞ୍ଜ ଅଫିସର୍‌

କଳାହାଣ୍ଡି : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ କେ.ଗାଁ ଫରେଷ୍ଟ ରେଞ୍ଜ ଅଫିସର୍ କେଶବ ମାଝୀ। ତାଙ୍କ ବାସଭବନ ସମେତ କଳାହାଣ୍ଡି ଜିଲ୍ଲାର ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଛି । କେସିଙ୍ଗା ଓମ୍‌ ନଗରରେ ଥିବା ତିନି ମହଲା ଆବାସିକ ଘରେ ଚାଲିଛି ଚଢ଼ାଉ। କେ.ଗାଁ ସରକାରୀ କାର୍ଯ୍ୟାଳୟରେ ଥିବା କେଶବ ମାଝୀଙ୍କ ଚାମ୍ବରରେ ଚାଲିଛି ଚଢ଼ାଉ। ସେହିପରି କେଶବଙ୍କ କେସିଙ୍ଗାରେ ଥିବା ତିନି ମହଲା କୋଠା ଘର, […]

Samaya Live Picture
Published On

କଳାହାଣ୍ଡି : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ କେ.ଗାଁ ଫରେଷ୍ଟ ରେଞ୍ଜ ଅଫିସର୍ କେଶବ ମାଝୀ। ତାଙ୍କ ବାସଭବନ ସମେତ କଳାହାଣ୍ଡି ଜିଲ୍ଲାର ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଛି ।

କେସିଙ୍ଗା ଓମ୍‌ ନଗରରେ ଥିବା ତିନି ମହଲା ଆବାସିକ ଘରେ ଚାଲିଛି ଚଢ଼ାଉ। କେ.ଗାଁ ସରକାରୀ କାର୍ଯ୍ୟାଳୟରେ ଥିବା କେଶବ ମାଝୀଙ୍କ ଚାମ୍ବରରେ ଚାଲିଛି ଚଢ଼ାଉ। ସେହିପରି କେଶବଙ୍କ କେସିଙ୍ଗାରେ ଥିବା ତିନି ମହଲା କୋଠା ଘର, ଦାମୀ କାର୍ ଏବଂ ବୁଲେଟ୍ ଠାବ ହୋଇଛି। କୋରାପୁଟ ଓ କଳାହାଣ୍ଡି ଭିଜିଲାନ୍ସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି। ଚଢ଼ାଉରେ ୫ ଜଣ ଡିଏସ୍‌ପି ଓ ୬ ଇନ୍ସପେକ୍ଟର ସାମିଲ ଅଛନ୍ତି ।ବର୍ତ୍ତମାନ ସୁଦ୍ଧା ସମସ୍ତ ସମ୍ପତ୍ତିର ଆକଳନ କରାଯାଇ ପାରିନାହିଁ I