ଚିଟଫଣ୍ଡ ଠକେଇରେ ପଇସା ଫେରିପାଇବେ ଜମାକାରୀ
କଟକ: ଅପ୍ରେଲ ୦୧: ଏଥର ମିଳିଲା ଖୁସି ଖବର । ଚିଟଫଣ୍ଡ ଠକେଇ ମାମଲାରେ ଆଉ ଅତ୍ୟାଚାର ସହିବେନି ସାଧାରଣ ଜନତା । ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ରାଜ୍ୟର ବହୁଚର୍ଚ୍ଚିତ ଚିଟଫଣ୍ଡ ଠକେଇର ଶିକାର ହୋଇଥିବା ଜମାକାରୀଙ୍କ ଟଙ୍କା ଫେରସ୍ତ ମାମଲା ଉପରେ ହୋଇଥିବା ଆବେଦନ ଉପରେ ଏହି ଗୁରୁତ୍ୱପୂର୍ଣ୍ଣ ଶୁଣାଣି ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଫାଷ୍ଟ କମ୍ ଫାଷ୍ଟ ସର୍ଭ ଆଧାରରେ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି […]
କଟକ: ଅପ୍ରେଲ ୦୧: ଏଥର ମିଳିଲା ଖୁସି ଖବର । ଚିଟଫଣ୍ଡ ଠକେଇ ମାମଲାରେ ଆଉ ଅତ୍ୟାଚାର ସହିବେନି ସାଧାରଣ ଜନତା । ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ରାଜ୍ୟର ବହୁଚର୍ଚ୍ଚିତ ଚିଟଫଣ୍ଡ ଠକେଇର ଶିକାର ହୋଇଥିବା ଜମାକାରୀଙ୍କ ଟଙ୍କା ଫେରସ୍ତ ମାମଲା ଉପରେ ହୋଇଥିବା ଆବେଦନ ଉପରେ ଏହି ଗୁରୁତ୍ୱପୂର୍ଣ୍ଣ ଶୁଣାଣି ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଫାଷ୍ଟ କମ୍ ଫାଷ୍ଟ ସର୍ଭ ଆଧାରରେ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ବ୍ୟାଙ୍କରେ ଜମା ଥିବା ୪୮ କୋଟି ଜମାରାଶି ଚିଟଫଣ୍ଡ ଜମାକାରୀଙ୍କୁ ଫେରାଇବାକୁ କୁହାଯାଇଛି । ଚିହ୍ନଟ ଜମାକାରୀଙ୍କୁ ଯାଞ୍ଚ କରି ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଜମାକାରୀଙ୍କୁ ଟଙ୍କା ଦେବାକୁ ଜିଏଲ୍ପି ଡେଭଲପର୍ସ ହାଇକୋର୍ଟରେ ଆବେଦନ କରିଥିଲେ । ଓଡ଼ିଶାରେ ଚିଟଫଣ୍ଡ ଦୂର୍ନୀତିର ତଦନ୍ତ ଜଷ୍ଟିସ୍ ଏମ୍ଏମ୍ ଦାସଙ୍କ ଦ୍ୱାରା ହେଉଛି । ପ୍ରାୟ ୫ ଲକ୍ଷ କ୍ଷୁଦ୍ର ଜମାକାରୀ ୪୫୦ଟି କମ୍ପାନି ଦ୍ୱାରା ଚିଟଫଣ୍ଡ ଠକେଇର ଶିକାର ହୋଇଥିବା ତଥ୍ୟ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି ।




