ସିବିଆଇର ଅପରେସନ୍ ଗରୁଡ଼ ଆରମ୍ଭ, ୧୨୭ ନୂଆ ମାମଲା ରୁଜୁ, ୧୭୫ ଜଣ ଗିରଫ
ଚେନ୍ନାଇ: ବେଆଇନ ଡ୍ରଗ୍ ଚୋରାଚାଲାଣ ନେଟ୍ୱାର୍କ ବିରୁଦ୍ଧରେ ବହୁ ପର୍ଯ୍ୟାୟରେ ‘ଅପରେସନ୍ ଗରୁଡ଼’ ଅଭିଯାନ ଚଳାଇ ‘ସିବିଆଇ’ ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ କରିବା ସହ ୧୨୭ଟି ନୂଆ ମାମଲା ରୁଜୁ କରିଛି ଓ ୧୭୫ଜଣଙ୍କୁ ଗିରଫ କରାଯାଇଥିବା କଥା ଆଜି ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି । ପଞ୍ଜାବ, ଦିଲ୍ଲୀ, ହିମାଚଳ ପ୍ରଦେଶ, ମଣିପୁର, ମହାରାଷ୍ଟ୍ର ପୁଲିସ ଏବଂ ‘ଏନସିବି’କୁ ସାମିଲ କରି ଏହି ସ୍ୱତନ୍ତ୍ର ଅଭିଯାନ ଚାଲିଥିବା ବେଳେ ପ୍ରାୟ ୬୬୦୦ ସନ୍ଦିU/ବ୍ୟକ୍ତିବିଶେଷଙ୍କୁ ଯାଞ୍ଚ […]
ଚେନ୍ନାଇ: ବେଆଇନ ଡ୍ରଗ୍ ଚୋରାଚାଲାଣ ନେଟ୍ୱାର୍କ ବିରୁଦ୍ଧରେ ବହୁ ପର୍ଯ୍ୟାୟରେ ‘ଅପରେସନ୍ ଗରୁଡ଼’ ଅଭିଯାନ ଚଳାଇ ‘ସିବିଆଇ’ ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ କରିବା ସହ ୧୨୭ଟି ନୂଆ ମାମଲା ରୁଜୁ କରିଛି ଓ ୧୭୫ଜଣଙ୍କୁ ଗିରଫ କରାଯାଇଥିବା କଥା ଆଜି ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି । ପଞ୍ଜାବ, ଦିଲ୍ଲୀ, ହିମାଚଳ ପ୍ରଦେଶ, ମଣିପୁର, ମହାରାଷ୍ଟ୍ର ପୁଲିସ ଏବଂ ‘ଏନସିବି’କୁ ସାମିଲ କରି ଏହି ସ୍ୱତନ୍ତ୍ର ଅଭିଯାନ ଚାଲିଥିବା ବେଳେ ପ୍ରାୟ ୬୬୦୦ ସନ୍ଦିU/ବ୍ୟକ୍ତିବିଶେଷଙ୍କୁ ଯାଞ୍ଚ କରାଯାଇଛି, ୧୨୭ଟି ନୂଆ ମାମଲା ରୁଜୁ କରାଯାଇଛି ଏବଂ ୬ଜଣ ଫେରାର/ଅପରାଧୀ ଘୋଷିତଙ୍କ ସମେତ ୧୭୫ଜଣଙ୍କୁ ଗିରଫ କରାଯାଇଛି ।
ଜବତ ହୋଇଥିବା ଡ୍ରଗ୍ ମଧ୍ୟରେ ରହିଛି, ୫.୧୨୫ କିଲୋ ହେରୋଇନ୍, ୩୩,୯୩୬ କିଲୋ ଗଞ୍ଜେଇ, ୩.୨୯ କିଲୋ ଚରସ୍, ୧୩୬୫ ଗ୍ରାମ୍ ‘ମେଫଡ୍ରୋନ୍’, ୩୩.୮୦ ସ୍ମାକ୍, ପ୍ରାୟ ୮୭ଟି ବଟିକା, ୧୨୨ଟି ଇଞ୍ଜେକ୍ସନ୍ ଏବଂ ୮୭ଟି ବୁପ୍ରେନର୍ଫାଇନ୍ ସିରିଞ୍ଜ୍, ୯୪୬ଟି ଆଲ୍ପାଜୋଲାମ୍ ବଟିକା, ୧୦୫.୯୯୭ କିଲୋ ଟ୍ରାମାଡଲ୍, ୧୦ ଗ୍ରାମ୍ ହାସ୍ ଅଏଲ୍, ୦.୯ ଗ୍ରାମ ଏକ୍ଷଟାସି ବଟିକା, ୧,୧୫୦ କିଲୋ ଅଫିମ, ୩୦ କିଲୋ (ଏନସିବି) ସହଯୋଗରେ ଏହି ବୈଶ୍ୱିକ ଅଭିଯାନ ଚାଲିଛି । ଭାରତ ମହାସାଗର ଅଞ୍ଚଳରେ ଏଥିପାଇଁ ବିଶେଷ ଗୁରୁତ୍ୱ ଦିଆଯାଇଛି ।




