କ୍ୟାମେରାମ୍ୟାନ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ମାମଲା: ଅଭିଯୁକ୍ତ ଙ୍କ ବିରୋଧରେ ଚାର୍ଜଫ୍ରେମ ଦାଖଲ
ଭଦ୍ରକ: ବହୁ ଚର୍ଚ୍ଚିତ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ମାମଲାରେ ୬ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ I ପୂର୍ବରୁ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇ ଏହି ୬ ଜଣ ବାରିପଦା ଜେଲରେ ଅଛନ୍ତି I ୧୨ ତାରିଖରେ ସେମାନଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଜେଲରୁ ଅଣାଯାଇ ଭଦ୍ରକ ଜିଲ୍ଲା ଜଜଙ୍କ କୋର୍ଟରେ ହାଜର କରାଯାଇଥିଲା । କ୍ରାଇମବ୍ରାଞ୍ଚ ଦ୍ୱାରା ଦାଖଲ ହୋଇଥିବା ଚାର୍ଜସିଟ ଅନୁଯାୟୀ ସମସ୍ତ ଦଫାରେ ସବୁ ଅଭିଯୁକ୍ତିଙ୍କୁ ଚାର୍ଜଫ୍ରେମ କରାଯାଇଛି […]
ଭଦ୍ରକ: ବହୁ ଚର୍ଚ୍ଚିତ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ମାମଲାରେ ୬ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ I ପୂର୍ବରୁ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇ ଏହି ୬ ଜଣ ବାରିପଦା ଜେଲରେ ଅଛନ୍ତି I ୧୨ ତାରିଖରେ ସେମାନଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଜେଲରୁ ଅଣାଯାଇ ଭଦ୍ରକ ଜିଲ୍ଲା ଜଜଙ୍କ କୋର୍ଟରେ ହାଜର କରାଯାଇଥିଲା । କ୍ରାଇମବ୍ରାଞ୍ଚ ଦ୍ୱାରା ଦାଖଲ ହୋଇଥିବା ଚାର୍ଜସିଟ ଅନୁଯାୟୀ ସମସ୍ତ ଦଫାରେ ସବୁ ଅଭିଯୁକ୍ତିଙ୍କୁ ଚାର୍ଜଫ୍ରେମ କରାଯାଇଛି ।
ସୂଚନାନୁସାରେ କ୍ୟାମେରାମ୍ୟାନ ମାନସ ସ୍ୱାଇଁକୁ ଚାନ୍ଦବାଲି ପଳାସପୁର ଗ୍ରାମରୁ ଅପହରଣ କରିନେଇ ଭୁବନେଶ୍ୱର ଉପକଣ୍ଠ ଦୟାଲ ଆଶ୍ରମରେ ୨ ଦିନ ଧରି ଅଖିଆ ଅପିଆ ଅଟକ ରଖି ନିର୍ଯାତନା ଦିଆଯାଉଥିଲା I ଏହାପରେ ତାଙ୍କୁ ପ୍ରବଳ ମାଡ଼ ହେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା I ପରେ ତାଙ୍କ ମୃତ ଶରୀର ନୟାଗଡ଼ ପାହାଡ଼ ନିକଟରେ ମାଟି ଖୋଲି ପୋତି ଦିଆଯାଇଥିଲା I
ଏହି ଘଟଣା ସେତେବେଳେ ଲୋକଲୋଚନକୁ ଆସିଥିଲା,ଯେତେବେଳେ ମାନସ ଙ୍କର ଜଣେ ବନ୍ଧୁ ତାଙ୍କ କ୍ୟାମେରା ଫେରାଇବା ପାଇଁ ତାଙ୍କୁ ଯୋଗାଯୋଗ କରିଥିଲେ I କାରଣ ମାନସ ତାଙ୍କ ଠାରୁ କ୍ୟାମେରା ଭଡାରେ ନେଇ ଚାନ୍ଦବାଲି କୁ ଏକ ବାହାଘର ସୁଟିଂ ପାଇଁ ଯାଇଥିଲେ ଏବଂ ସେଠାରୁ ତାଙ୍କୁ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ତା’ର ସହଯୋଗୀ ଝୁନା ଭୋଇ ଅପହରଣକାରୀ ଆଣି ଦୟାଲ ଆଶ୍ରମ ରେ ରଖିଥିଲେ I ଏ ସଂକ୍ରାନ୍ତରେ ଚାନ୍ଦବାଲି ପୁଲିସ ଏକ ମାମଲା ରୁଜ୍ଜୁ କରିଥିଲେ ମଧ୍ୟ ମାମଲାର ଗୁରୁତ୍ୱ ଦୃଷ୍ଟିରୁ ସରକାର ଏହାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ । ତଦନ୍ତ ସମୟରେ ମୁଖ୍ୟ ଅଭିଯୁକ୍ତ ସମ୍ପୂର୍ଣ୍ଣ ନିଉଜର ମାଲିକାଣି ଶର୍ମିଷ୍ଠା ରାଉତଙ୍କୁ ଗିରଫ କରିଥିଲା । ତାଙ୍କ ବୟାନ ଆଧାରରେ ସହଯୋଗୀ ଝୁନା ଭୋଇ, କୃଷ୍ଣଚନ୍ଦ୍ର ନାୟକ, ନିରଞ୍ଜନ ସେଠୀ, ଭାଗ୍ୟଧର ନାୟକ, ରଂଜନ କୁମାର ନାୟକଙ୍କୁ ଗିରଫ କରାଯାଇଥିଲା । ଘଟଣାର ତଦନ୍ତ କରି କ୍ରାଇମବ୍ରାଞ୍ଚ ଚାନ୍ଦବାଲି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ନିକଟରେ ଦାଖଲ କରିବା ପରେ ଚଳିତ ମାସ ୮ ତାରିଖ ଏହା ଜିଲ୍ଲାଜଜ୍ କୋର୍ଟକୁ ସ୍ଥାନାନ୍ତର ହୋଇ ଏସଟି ନଂ ୪୭୮୯/୨୨ ମୂଳେ ଚାର୍ଜଫ୍ରେମ କରିବାକୁ ଆଜିର ତାରିଖକୁ ଧାର୍ଯ୍ୟ ହୋଇଥିଲା ।
ଇତିମଧ୍ୟରେ ଅନ୍ୟତମ ଅଭିଯୁକ୍ତ ପରମେଶ୍ୱର ରାଉତଙ୍କୁ ଉଚ୍ଚ ନ୍ୟାୟାଳୟ ଜାମିନ ଦେଇ ସାରିଥିବାରୁ, ମାନସ ହତ୍ୟା ମାମଲାରେ ତାଙ୍କର କୌଣସି ସଂପୃକ୍ତି ନଥିବା ଦର୍ଶାଇ ଓ ପୁଲିସ ଆଗରେ ମାନିଥିବା ଦୋଷ ଆଇନ ଅନୁଯାୟୀ ଗ୍ରହଣ ଯୋଗ୍ୟ ହୋଇନଥିବାରୁ ତାଙ୍କୁ ମଧ୍ୟ ଜାମିନ ପ୍ରଦାନ କରିବାକୁ ଝୁନା ଭୋଇ କୋର୍ଟରେ ପ୍ରାର୍ଥନା କରିଥିଲେ । ମାନସର ମୋବାଇଲ, ଚିପ୍ସ ଓ କ୍ୟାମେରା ଝୁନା ନିକଟରୁ ମିଳିଛି ଓ ସେ ଏହି ଘଟଣାରେ ପ୍ରତ୍ୟେକ୍ଷ ଭାବେ ସଂପୃକ୍ତ ଅଛନ୍ତି ବୋଲି ପବ୍ଲିକ ପ୍ରସିକ୍ୟୁଟର କୋର୍ଟରେ ଯୁକ୍ତି କରିବା ପରେ ତାଙ୍କ ଜାମିନ ଆବେଦନ ଖାରଜ ହୋଇ ଯାଇଥିଲା । ଏହାପରେ ଝୁନା ଭୋଇ ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି । ଚାର୍ଜଫ୍ରେମ ହୋଇ ସାରିଥିବାରୁ ଆସନ୍ତା ତାରିଖରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଦିଆଯାଇଥିବା ସାକ୍ଷୀ ତାଲିକା ମୁତାବକ ସାକ୍ଷୀମାନେ କୋର୍ଟରେ ସେମାନଙ୍କ ବୟାନ ଦେବେ ବୋଲି ଜଣାପଡ଼ିଛି ।




