କେସିଙ୍ଗା ପୋଲିସଙ୍କ ହାତରେ ଆନ୍ତଜିଲ୍ଲା ବାଇକ୍‌ ଓ ଚାରିଚକିଆ ଯାନ ଲୁଟେରା ଗ୍ୟାଙ୍ଗ

କେସିଙ୍ଗା : ଗତକାଲି କେସିଙ୍ଗ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । କେସିଙ୍ଗା ପୋଲିସ ପକ୍ଷରୁ ଆନ୍ତଜିଲ୍ଲା ବାଇକ୍‌ ଓ ଚାରି ଚକିଆ ଯାନ ଚୋରୀ ରେକେଟ ଠାବ ହୋଇଛି । ସାମ୍ବାଦିକ ସମ୍ମିଳନୀରେ ଏସଡି ପିଓ ଅଭିନବ ଶୋଙ୍କର ଏନେଇ ପ୍ରକାଶ କରିଛନ୍ତି । ଏହି ଘଟଣାରେ ୬ ଲୁଟେରା ଓ ୫ ସ୍କ୍ରାପ୍‌ ବ୍ୟବସାୟୀ ଗିରଫ ହୋଇଛନ୍ତି । ଗିରଫ ହୋଇଥିବା ଲୁଟେରା ଗ୍ୟାଙ୍ଗ ମଧ୍ୟରେ, ଭବାନୀପାଟଣା ସଦର ଥାନାର ଗଜେନ୍ଦ୍ର କୁମାର,ଭବାନୀପାଟଣା […]

Samaya Live Picture
Published On

କେସିଙ୍ଗା : ଗତକାଲି କେସିଙ୍ଗ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । କେସିଙ୍ଗା ପୋଲିସ ପକ୍ଷରୁ ଆନ୍ତଜିଲ୍ଲା ବାଇକ୍‌ ଓ ଚାରି ଚକିଆ ଯାନ ଚୋରୀ ରେକେଟ ଠାବ ହୋଇଛି । ସାମ୍ବାଦିକ ସମ୍ମିଳନୀରେ ଏସଡି ପିଓ ଅଭିନବ ଶୋଙ୍କର ଏନେଇ ପ୍ରକାଶ କରିଛନ୍ତି । ଏହି ଘଟଣାରେ ୬ ଲୁଟେରା ଓ ୫ ସ୍କ୍ରାପ୍‌ ବ୍ୟବସାୟୀ ଗିରଫ ହୋଇଛନ୍ତି । ଗିରଫ ହୋଇଥିବା ଲୁଟେରା ଗ୍ୟାଙ୍ଗ ମଧ୍ୟରେ, ଭବାନୀପାଟଣା ସଦର ଥାନାର ଗଜେନ୍ଦ୍ର କୁମାର,ଭବାନୀପାଟଣା ଶକ୍ତି ନଗରପଡାର କିତା ମାଝୀ ଆଲିଆସ କେତନ,ଭବାନୀପାଟଣା ସଦର ପୋଲିସ ଥାନା ଗୁଗୁରପଲା ଟଂକଧର ବିଶି,ଭବାନୀପାଟଣା ସଦର ଥାନା ଅମଠା ଗାଁର ନେପାଳ ମାଝୀ, କୁସୁମଖୁଣ୍ଟିର ବିକ୍ରମ ମାଝୀ ଓ ଗୁଗୁରପଳାର କୁଶ ନାଏକ ।

ସେହିଭଳି ଏମାନଙ୍କଠାରୁ କିଣିଥିବା ବଲାଙ୍ଗିର ଚନ୍ଦନଭାଟିର କବାଡ଼ି ବ୍ୟବସାୟୀ ବିଶ୍ୱଜିତ ରୋହିଦାସ, ଭବାଣିପାଟଣା ଇରିଗେସନ କଲୋନୀର ସମ୍ଭୁ ଦୁର୍ଗା, ଇରିଗେସନ କଲୋନୀର ସୁରେନ୍ଦ୍ର ମେହେର, ଇରିଗେସନ କଲୋନୀର ଅରସାଦ ଅହମଦ, ବଲାଙ୍ଗିର ଫାସଡ଼ ଗାଁର ଏମଡି ଇବ୍ରାନ ଖାଁ । କବାଡ଼ି ବ୍ୟବସାୟୀ ଦ୍ୱାରା ନିୟନ୍ତ୍ରଣରେ ଚାଲୁଥିବା ଏହି ରେକେଟର ପର୍ଦାଫାସରେ କଳାହାଣ୍ଡି ପୋଲିସକୁ ବେଶ ସଫଳତା ମିଳିଛି ।

ଏହି ଘଟଣାରେ ୧୦ଟି ଚୋରା ବାଇକ, ଗୋଟିଏ ବୋଲେରୋ,ଗୋଟିଏ ମେକ୍ସ, ଟାୟାର ଓ ଡିସ୍କ ମେକ୍ସ ଗାଡିର, ଆଦି ଉଦ୍ଧାର କରିଥିବାବେଳେ ତାଙ୍କ ଠାରୁ ୪ଟି ଦାମୀ ମୋବାଇଲ, ଲୁହା କଟିଙ୍ଗ ମେସିନ, ଲୁଟ ପାଇଁ ବ୍ୟବହାର ହେଉଥିବା ଆଇରନ ରଡ଼, ପାଇପ, ଖଣ୍ଡା ଆଦି ପୋଲିସ ଜବତ କରିଛି । ଏବେ ମଧ୍ୟ ଏହି ଘଟଣାରେ ୨ ଫେରାର ଥିବା ଏବଂ ସେମାନଙ୍କ ଖୋଜା ଚାଲିଥିବା ପୋଲିସ କହିଛି ।

ପ୍ରକାଶ ଯେ, ଉତକେଲା ଏଏସ୍‌ଆଇ ପ୍ରେମ ରଞ୍ଜନ କହଁର ୧ ଓ ୨ ତାରିଖ ରାତିରେ ଉତକେଲା ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ସେଠିକାର ବ୍ୟାଙ୍କ କିମ୍ବା ନିକଟରେ ଥିବା ଏକ ବ୍ୟାଙ୍କରୁ ଡକାୟତି ଯୋଜନା କରୁଥିବା ଖବର ପାଇଁ ଚଢ଼ାଉ କରିଥିଲେ । ସେମାନଙ୍କୁ ତଦନ୍ତ କରୁ କରୁ ଏହି ଗ୍ୟାଙ୍ଗ ର ପର୍ଦାଫାସ ହୋଇଥିଲା । ଏହି ଘଟଣା ଜଣାପଡିବା ପରେ ଅନ୍ୟ ଜିଲ୍ଲାକୁ ବଦଳି ହୋଇଯାଇଥିବା ଏସ୍‌ପି ଶ୍ରବନା ବିବେକଙ୍କ ନିର୍ଦ୍ଦେଶରେ କେସିଙ୍ଗା ଆଇଆଇସି ସତ୍ୟ କୁମାର ନନ୍ଦ, ପଲମ ଫାଣ୍ଡି ଅଧିକାରୀ ଅସିତ ପଣ୍ଡା ଉତକେଲା ଏଏସ୍‌ଆଇ ପ୍ରେମ ରଞ୍ଜନ କହଁର ଓ ଗୋଳମୁଣ୍ଡା ଆଇଆଇସି ମନୋରଞ୍ଜନ କୁମ୍ଭାରଙ୍କୁ ନେଇ ଏକ ଟିମ୍‌ ହୋଇଥିଲା । ପୋଲିସ ତଦନ୍ତ ଜରୁ କରୁ ଏହି ବଡ଼ ରେକେଟ ଜଣାପଡିଥିଲା ।