ଭୁବନେଶ୍ୱର : ବି.ଟେକ ଛାତ୍ରୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର : ଦିନକୁ ଦିନ ରାଜ୍ୟରେ ବଢିଚାଲିଛି ଆତ୍ମହତ୍ୟା ଜନିତ ମାନସିକ ପ୍ରବଣତା I ରାଜଧାନୀରେ ପୁଣି ଜଣେ ଉଚ୍ଚଶିକ୍ଷିତI ଛାତ୍ରୀ କରିଛନ୍ତି ଆତ୍ମହତ୍ୟା I ଛାତ୍ରୀ ଜଣକ ନିକଟରେ ବି.ଟେକ ପଢା ସାରିଥିଲେ ବୋଲି ଜଣ ପଡିଛି I ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଚନ୍ଦ୍ରଶେଖରପୁର ରେଲୱେ କଲୋନୀ଼ରେ ଥିବା ଘରୁ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଆର.ଏନ୍.ନିୟତି ନାୟକ। ତାଙ୍କୁ ୨୪ ବର୍ଷ ହୋଇଥିଲା। ତାଙ୍କ ବାପା ଜଣେ ସିଗ୍ନାଲ ସେକ୍ସନ ଇଂଜିନିୟର ହୋଇଥିବାବେଳେ,ମା’ହେଉଛନ୍ତି ଡାକ୍ତର […]

Samaya Live Picture
Published On

ଭୁବନେଶ୍ୱର : ଦିନକୁ ଦିନ ରାଜ୍ୟରେ ବଢିଚାଲିଛି ଆତ୍ମହତ୍ୟା ଜନିତ ମାନସିକ ପ୍ରବଣତା I ରାଜଧାନୀରେ ପୁଣି ଜଣେ ଉଚ୍ଚଶିକ୍ଷିତI ଛାତ୍ରୀ କରିଛନ୍ତି ଆତ୍ମହତ୍ୟା I ଛାତ୍ରୀ ଜଣକ ନିକଟରେ ବି.ଟେକ ପଢା ସାରିଥିଲେ ବୋଲି ଜଣ ପଡିଛି I ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଚନ୍ଦ୍ରଶେଖରପୁର ରେଲୱେ କଲୋନୀ଼ରେ ଥିବା ଘରୁ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଆର.ଏନ୍.ନିୟତି ନାୟକ। ତାଙ୍କୁ ୨୪ ବର୍ଷ ହୋଇଥିଲା। ତାଙ୍କ ବାପା ଜଣେ ସିଗ୍ନାଲ ସେକ୍ସନ ଇଂଜିନିୟର ହୋଇଥିବାବେଳେ,ମା’ହେଉଛନ୍ତି ଡାକ୍ତର I

ସୂଚନାନୁସାରେ ମୃତା ଛାତ୍ରୀଙ୍କର ସାନ ଭଉଣୀର ଦେହ ଅସୁସ୍ଥ ଥିବାରୁ,ବାପା,ମା’ ତାଙ୍କୁ ଡାକ୍ତର ଦେଖାଇବାକୁ ନେଇ ଯାଇଥିଲେ ଏହି ସମୟରେ ଘରେ କେହି ନଥିଲେ I ଛାତ୍ରୀ ଜଣକ ଏକୁଟିଆ ଥିବା ସମୟରେ ଫସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି I ତେବେ ଆତ୍ମହତ୍ୟାର ପ୍ରକୃତ କାରଣ ଜଣ ପଡିନଥିଲେ ମଧ୍ୟ ଶବ ବ୍ୟବଚ୍ଛେଦ ରିପୋର୍ଟ କୁ ଅପେକ୍ଷା କରାଯାଇଛି I

ଭୁବନେଶ୍ୱରରେ ଗତ କିଛି ଦିନ ହେବ ଲଗାତାର ଆତ୍ମହତ୍ୟା ଜନିତ ଘଟଣାମାନ ଘଟୁଛି I ମାନସିକ ଅବସାଦ କିମ୍ବା ଜୀବନ ପ୍ରତି ବୀତସ୍ପୃହ ହୋଇ ଉଚ୍ଚଶିକ୍ଷିତ ଯୁବ ପିଢ଼ି ଏଇଭଳି ଚରମ ପଦକ୍ଷେପ ନେଉଛନ୍ତି I ଗତ ଦୁଇ ମାସ ପୂର୍ବରୁ ବିଜେବି କଲେଜ ଛାତ୍ରୀ ରୁଚିକା ଆତ୍ମହତ୍ୟା,ସଫ୍ଟୱାରଛାତ୍ରୀ ଶ୍ଵେତା ମହାପାତ୍ର , ପ୍ରଜ୍ଞା ପାରମିତାଙ୍କ ପରି ଆତ୍ମ ହତ୍ୟା ଘଟଣାମାନ ନଜରକୁ ଆସୁଛି I ତେବେ ନିକଟରେ ଆତ୍ମହତ୍ୟା କରିଥିବା ନର୍ସିଂ ଛାତ୍ରୀ ଙ୍କ କେଶ ଟି ଥିଲା ସମ୍ପୂର୍ଣ୍ଣ ଭିନ୍ନ I ରାତିରେ ନିଦ ହେଉ ନ ଥିବାରୁ ସେ ଏ ଭଳି ଚରମ ପଦକ୍ଷେପ ନେଇଛନ୍ତି ବୋଲି ତାଙ୍କ ହାତ ଲେଖା ଚିଠିରୁ ଜଣା ପଡିଥିଲା I