ଆଜି ଏସଡିଜେଏମ କୋର୍ଟରେ ହାଜର ହେବେ ଅର୍ଚ୍ଚନା ନାଗ
ଭୁବନେଶ୍ୱର :ବହୁ ଚର୍ଚିତ ଲେଡି ବ୍ଳକମେଲର ଅର୍ଚ୍ଚନା ନାଗ ଆଜି ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟରେ ହାଜର ହେବେ I ବହୁ ବଡ଼ ବାଡ଼ିଆଙ୍କୁ ନିଜ ନାଗଫାଶରେ ବାନ୍ଧି ୫ ବର୍ଷ ମଧ୍ୟରେ ରୋଜଗାର କରିଛନ୍ତି କୋଟି କୋଟି ଟଙ୍କା I ଏହି ଘଟଣାରେ ନୟାପଲ୍ଲୀ ଥାନା ପୋଲିସ ହାତରେ ଗିରଫ ହୋଇ ବର୍ତ୍ତମାନ ଝାରପଡା ଜେଲ ରେ ଅଛନ୍ତି I ଗତ ୭ ତାରିଖରେ ଅର୍ଚ୍ଚନା ଗିରଫ ହେବାର ୧୫ ଦିନ ପରେ ସ୍ୱାମୀ ଜଗବନ୍ଧୁଙ୍କୁ ପୁଲିସ […]
ଭୁବନେଶ୍ୱର :ବହୁ ଚର୍ଚିତ ଲେଡି ବ୍ଳକମେଲର ଅର୍ଚ୍ଚନା ନାଗ ଆଜି ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟରେ ହାଜର ହେବେ I ବହୁ ବଡ଼ ବାଡ଼ିଆଙ୍କୁ ନିଜ ନାଗଫାଶରେ ବାନ୍ଧି ୫ ବର୍ଷ ମଧ୍ୟରେ ରୋଜଗାର କରିଛନ୍ତି କୋଟି କୋଟି ଟଙ୍କା I ଏହି ଘଟଣାରେ ନୟାପଲ୍ଲୀ ଥାନା ପୋଲିସ ହାତରେ ଗିରଫ ହୋଇ ବର୍ତ୍ତମାନ ଝାରପଡା ଜେଲ ରେ ଅଛନ୍ତି I ଗତ ୭ ତାରିଖରେ ଅର୍ଚ୍ଚନା ଗିରଫ ହେବାର ୧୫ ଦିନ ପରେ ସ୍ୱାମୀ ଜଗବନ୍ଧୁଙ୍କୁ ପୁଲିସ ଗିରଫ କରିଥିଲା। ତେବେ ଅର୍ଚ୍ଚନାଙ୍କ ସୁରକ୍ଷା ଦୃଷ୍ଟିରୁ ଜେଲରୁ ଭିଡିଓ କନ୍ଫରେନ୍ସ ଜରିଆରେ ତାଙ୍କୁ ଏସଡିଜେଏମ କୋର୍ଟରେ ହାଜର କରାଯିବI ନେଇ ସୂଚନା ରହିଛି।
ଉଲ୍ଲେଖଯୋଗ୍ୟ କି ୨୦୧୬ରେ ଭୁବନେଶ୍ୱରରେ ଘର ଭଡା ନେଇ ରହୁଥିବା ଅର୍ଚ୍ଚନା ୨୦୨୦ ମସିହା ଶେଷ ବେଳକୁ କୋଟି କୋଟି ଟଙ୍କାର ମାଲିକ ବନିଯାଇଥିଲେ । ନିଜକୁ ଜଣେ ବ୍ୟବସାୟୀ ବୋଲି ପ୍ରତିଷ୍ଠିତ କରିଥିଲେ । ମାତ୍ର ସେ ଗିରଫ ହେବା ପରେ ସତ ପଦାକୁ ଆସିଲା । ଅର୍ଚ୍ଚନା ଙ୍କ ସହିତ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଗତ ୨୧ ତାରିଖରେ ଗିରଫ କରାଯାଇ ଝାରପଡ଼ା ଜେଲ୍ ରେ ରଖ ଯାଇଛି I
ଏସଂକ୍ରାନ୍ତରେ ଡିସିପି ପ୍ରତୀକ ସିଂ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରେ କହିଥିଲେ ଯେ, ଅର୍ଚ୍ଚନାର ଅପରାଧିକ ଷଡଯନ୍ତ୍ରରେ ଜଗବନ୍ଧୁ ସାମିଲ ଥିଲେ। ଉଭୟ ସ୍ୱାମୀ ସ୍ତ୍ରୀ ନିଜ ଜାଲରେ ଫସାଇଥିବା ବ୍ୟକ୍ତିର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ, ଭଡ଼ିଓ ସୁଟିଂ କରି ଭାଇରIଲ କରିବାର ଧମକ ଦେଇ ବ୍ଲାକମେଲ କରୁଥିଲେ । ଅର୍ଚ୍ଚନାଙ୍କ ଗିରଫ ପରେ ତାଙ୍କ ଘରୁ ୪ଟି ମୋବାଇଲ ଫୋନ୍, ଲାପଟପ ଓ ଡାଏରି ସହ ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିଲା । ଏ ସବୁରୁ ଅନେକ ଗୁମର ଫିଟିଥିଲା I ସେହିପରି ପୀଡ଼ିତାଙ୍କର ୧୬୪ ଧାରରେ ବୟାନ ରେକର୍ଡ ହୋଇଛି। ଏ ଘଟଣାକୁ ଖଣ୍ଡଗିରି ଥାନା ଅଧିକାରୀ ତଦନ୍ତ କରୁଛନ୍ତି।




