ଅର୍ଚ୍ଚନା ନାଗ ମାମଲା:ଇଡି ରେ ହାଜର ହେଲେ ବ୍ୟବସାୟୀ ଶିବ ପ୍ରସାଦ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ବେଆଇନ ଅର୍ଥ ଶୋଷଣ କାରବାରରେ ଇଡି ରେ ହାଜର ହେଲେ ଆଉ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ I ସମନ ପାଇବା ପରେ ଆଜି ଇଡି କାର୍ଯ୍ୟାଳୟରେ ପହଂଚିଛନ୍ତି ହୋଟେଲ ବ୍ୟବସାୟୀ ଶିବ ପ୍ରସାଦ ଦାସ I ସେ ନିଜ ଓକିଲଙ୍କ ସହ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି I ଅର୍ଚ୍ଚନାଙ୍କ ସହ ଟଙ୍କା ନେଣଦେଣ ନେଇ ଇଡି ଶିବ ପ୍ରସାଦ ଙ୍କୁ ଜେରା କରିବ । ସେ କେବେ ଓ […]

Samaya Live Picture
Published On

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ବେଆଇନ ଅର୍ଥ ଶୋଷଣ କାରବାରରେ ଇଡି ରେ ହାଜର ହେଲେ ଆଉ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ I ସମନ ପାଇବା ପରେ ଆଜି ଇଡି କାର୍ଯ୍ୟାଳୟରେ ପହଂଚିଛନ୍ତି ହୋଟେଲ ବ୍ୟବସାୟୀ ଶିବ ପ୍ରସାଦ ଦାସ I ସେ ନିଜ ଓକିଲଙ୍କ ସହ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି I ଅର୍ଚ୍ଚନାଙ୍କ ସହ ଟଙ୍କା ନେଣଦେଣ ନେଇ ଇଡି ଶିବ ପ୍ରସାଦ ଙ୍କୁ ଜେରା କରିବ । ସେ କେବେ ଓ କାହିଁକି ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର କରୁଥିଲେ ତାର ଖିଅ ଇଡି ଖୋଜିବ ।

ପୂର୍ବରୁ ୨୩ ତାରିଖ ଦିନ ଶ୍ରଦ୍ଧାଞ୍ଜଳି ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ। ସେଦିନ ତାଙ୍କୁ ୧୪ ଘଣ୍ଟା ଧରି ଜେରା କରାଯାଇଥିଲା। ପରେ ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ପ୍ରଯୋଜକ ଅକ୍ଷୟ ପରିଜା ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ପ୍ରଥମେ ସମସ୍ତଙ୍କୁ ଭିନ୍ନ ଭିନ୍ନ ରୁମରେ ଜେରା କରାଯାଇଥିଲା। ଏହାପରେ ଅକ୍ଷୟ, ଶ୍ରଦ୍ଧାଞ୍ଜଳି ଏବଂ ଖଗେଶ୍ବରଙ୍କୁ ମୁହାଁମୁହିଁ ଜେରା କରାଯାଇଥିଲା।

ଗତକାଲି ଖଗେଶ୍ୱରଙ୍କ ସହଯୋଗୀ ଚନ୍ଦନ ମଧ୍ୟ ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ । ନାଗ ଦମ୍ପତିଙ୍କ ସହ ଚନ୍ଦନଙ୍କ ସମ୍ପର୍କ ଓ ଟଙ୍କା କରବାରକୁ ନେଇ ପ୍ରଶ୍ନ କରିଥିଲା ଇଡି । ଏହାଛଡ଼ା ଇଡି ବ୍ୟବସାୟୀ, ଅମୀୟକାନ୍ତ ଦାସ, ପ୍ରଯୋଜକ ପ୍ରମୋଦ ସ୍ବାଇଁ ଓ ନାଗ ଦମ୍ପତିଙ୍କ ବ୍ୟବସାୟିକ ସହଯୋଗୀ ଖଗେଶ୍ବର କୁ ଜେରା କରିସାରିଲାଣି ।
ସେହିପରି ଆଜି ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ହୋଟେଲ ବ୍ୟବସାୟୀ ଶିବ ପ୍ରସାଦ । ତାଙ୍କୁ ମଧ୍ୟ ଏହି ଘଟଣାରେ ଅନେକ ପ୍ରଶ୍ନ ଇଡି ପଚରାଉଚରା କରିବ । ତେବେ ଏହି ମାମଲାରେ ପୁଣି ଥରେ ଇଡିରେ ହାଜର ହୋଇପାରନ୍ତି ଶ୍ରଦ୍ଧାଞ୍ଜଳି ବେହେରା। ତୃତୀୟ ଦିନ ଲାଗି ସେ ଇଡିରେ ହାଜର ହେବେ ବୋଲି କୁହାଯାଉଛି ।