ବାଲିଆ ବାଣ ବିସ୍ଫୋରଣରେ ଆଉ ଜଣଙ୍କ ମୃତ୍ୟୁ
କେନ୍ଦ୍ରାପଡା : ବାଲିଆ କାର୍ତ୍ତିକେଶ୍ୱର ମେଢ଼ ଭସାଣି ରେ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୨ କୁ ବୃଦ୍ଧି । କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ଜଣେ ଗୁରୁତର ଆହତ ପ୍ରାଣ ହରାଇଛନ୍ତି । ମୃତକ ଜଣକ ହେଲେ ପିଣ୍ଟୁ ଖାଁ । ପୂର୍ବରୁ ଏହି ବାଣ ବିସ୍ଫୋରଣ ଘଟଣାରେ ଉଦୟ ଭୋଇ ନାମକ ଜଣେ ବାଣୁଆ ପ୍ରାଣ ହରାଇଥିଲେ। ଏବେ ଆଉ ଜଣେ ଗୁରୁତର ଅବସ୍ଥାରେ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି। ଖବର ଅନୁଯାୟୀ, […]
କେନ୍ଦ୍ରାପଡା : ବାଲିଆ କାର୍ତ୍ତିକେଶ୍ୱର ମେଢ଼ ଭସାଣି ରେ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୨ କୁ ବୃଦ୍ଧି । କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ଜଣେ ଗୁରୁତର ଆହତ ପ୍ରାଣ ହରାଇଛନ୍ତି । ମୃତକ ଜଣକ ହେଲେ ପିଣ୍ଟୁ ଖାଁ । ପୂର୍ବରୁ ଏହି ବାଣ ବିସ୍ଫୋରଣ ଘଟଣାରେ ଉଦୟ ଭୋଇ ନାମକ ଜଣେ ବାଣୁଆ ପ୍ରାଣ ହରାଇଥିଲେ। ଏବେ ଆଉ ଜଣେ ଗୁରୁତର ଅବସ୍ଥାରେ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି।
ଖବର ଅନୁଯାୟୀ, ଗତ ୨୩ ତାରିଖ ରାତିରେ କେନ୍ଦ୍ରାପଡ଼ା ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ୱର ମେଢ଼ ଭସାଣି ବେଳେ ବାଣ ପ୍ରତିଯୋଗିତା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଗୋଟିଏ ବାଣ ରେ ନିଆଁ ଲାଗିବା ପରେ ଏହା ଆକାଶକୁ ନ ଯାଇ ଦୀଘ୍ର ହୋଇ ବାଣ ଅଖା ଉପରେ ଖସି ପଡିଥିଲା । ଫଳରେ ଏକା ସହିତ ବାଣ ଗୁଡିକ ଫୁଟିଯିବାରୁ, ନିଆଁରେ ପୋଡି ହୋଇ ଏଥିରେ ପ୍ରାୟ ୪୦ରୁ ଅଧିକ ଲୋକେ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୩୪ ଜଣଙ୍କୁ କଟକ ବଡ଼ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା I ତେବେ ୯ ଜଣଙ୍କ ଅବସ୍ଥା ଗୁରୁତ୍ତର ଥିବାରୁ ସେମାନଙ୍କୁ ICU କୁ ସ୍ଥାନାନ୍ତର କରାଯାଇଥିଲା । ତେଣୁ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉଦୟ ଭୋଇ ଙ୍କ ମୃତ୍ୟୁ ହୋଇଥିବା ବେଳେ,ଆଜି ପୁଣି ପିଣ୍ଟୁ ଖାଁଙ୍କ ମୃତ୍ୟୁ ଘଟିଛି I




