ମନ୍ଦିର ରେ ଝୁଲି ପଡ଼ିଲେ ପ୍ରେମୀ ଯୁଗଳ

ଉମରକୋଟ : ଅଲେଖ ମନ୍ଦିର ରୋଷ ଶାଳାରେ ଝୁଲି ପଡିଲେ ପ୍ରେମୀ ଯୁଗଳ । ପ୍ରଥମେ ଉଭୟ ପ୍ରେମୀ ଯୁଗଳ ଙ୍କ ପରିଚୟ ମିଳି ନ ଥିଲା I କିନ୍ତୁ ପରେ ପ୍ରେମିକ ଜଣକ ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ବଡ଼ଭରଣ୍ଡି ଗାଁର ଜଗଦୀଶ କଲାରଙ୍କ ପୁଅ ପ୍ରଫୁଲ୍ଲ କଲାର ପୁଅ ବୋଲି ଜଣ ପଡିଥିଲା I କିନ୍ତୁ ଏ ପର୍ଯ୍ୟନ୍ତ ଯୁବତୀ ଙ୍କ ପରିଚୟ ମିଳି ପରି ନାହିଁ I ପ୍ରଫୁଲ୍ଲ କଲାର ଜଣେ […]

Samaya Live Picture
Published On

ଉମରକୋଟ : ଅଲେଖ ମନ୍ଦିର ରୋଷ ଶାଳାରେ ଝୁଲି ପଡିଲେ ପ୍ରେମୀ ଯୁଗଳ । ପ୍ରଥମେ ଉଭୟ ପ୍ରେମୀ ଯୁଗଳ ଙ୍କ ପରିଚୟ ମିଳି ନ ଥିଲା I କିନ୍ତୁ ପରେ ପ୍ରେମିକ ଜଣକ ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ବଡ଼ଭରଣ୍ଡି ଗାଁର ଜଗଦୀଶ କଲାରଙ୍କ ପୁଅ ପ୍ରଫୁଲ୍ଲ କଲାର ପୁଅ ବୋଲି ଜଣ ପଡିଥିଲା I କିନ୍ତୁ ଏ ପର୍ଯ୍ୟନ୍ତ ଯୁବତୀ ଙ୍କ ପରିଚୟ ମିଳି ପରି ନାହିଁ I ପ୍ରଫୁଲ୍ଲ କଲାର ଜଣେ ଡ୍ରାଇଭର ଭାବରେ ଗାଁ ବାହାରେ କାମ କରୁଥିଲେ I

ଖବର ପାଇ ଉମରକୋଟ ଥାନା ପୁଲିସ ଗାଁରେ ପହଞ୍ଚିଥିଲା। ଉଭୟଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ପ୍ରେମିକାଙ୍କ ନିକଟରୁ ଏକ ହାତ ଲେଖା ଚିଠିକୁ ଜବତ କରିଛି ପୁଲିସ୍‌। ତେବେ ସେହି ଚିଠିରେ କ’ଣ ଲେଖାଯାଇଛି? ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ପୁଲିସ ମଧ୍ୟ ସେନେଇ କିଛି କହିନାହିଁ। ସେପଟେ ଆତ୍ମହତ୍ୟା କରିଥିବା ଝିଅର ପରିଚୟ ଜଣାପଡ଼ି ନାହିଁ। ସେମାନେ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଛି ଏ ନେଇ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି I