ରାଗିଂ ଘଟଣାରେ କଲେଜରୁ ବହିଷ୍କାର ହେଲେ ୭ ଛାତ୍ର

ବ୍ରହ୍ମପୁର : ରାଗିଂ ଘଟଣାରେ କଲେଜରୁ ବହିଷ୍କାର ହେଲେ ୭ ଛାତ୍ର I ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ ଜୁନିୟର କଲେଜର ୭ଜଣ ଛାତ୍ରଙ୍କୁ ସବୁଦିନ ପାଇଁ କ୍ୟାମ୍ପସରୁ ସସପେଣ୍ଡ କରାଯାଇଛି । କଲେଜ କର୍ତ୍ତୃପକ୍ଷ ନୋଟିସ ଜାରି କରିଛନ୍ତି କି ଯଦି ସମ୍ପୃକ୍ତ ଛାତ୍ରମାନେ କ୍ୟାମ୍ପସରେ ଦେଖାଯାନ୍ତି ,ତେବେ ସ୍ଥାନୀୟ ପୁଲିସର କାର୍ଯ୍ୟାନୁଷ୍ଠାନ ନିଆଯିବ I ସୂଚନାନୁସାରେ,ଗତମାସ ଖଲ୍ଲିକୋଟ ଜୁନିୟର କଲେଜର ପ୍ରଥମ ବର୍ଷର ଜଣେ ଛାତ୍ରୀଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଥିଲା। ସିନିୟର ଛାତ୍ର ମାନେ ଶ୍ରେଣୀ […]

Samaya Live Picture
Published On

ବ୍ରହ୍ମପୁର : ରାଗିଂ ଘଟଣାରେ କଲେଜରୁ ବହିଷ୍କାର ହେଲେ ୭ ଛାତ୍ର I ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ ଜୁନିୟର କଲେଜର ୭ଜଣ ଛାତ୍ରଙ୍କୁ ସବୁଦିନ ପାଇଁ କ୍ୟାମ୍ପସରୁ ସସପେଣ୍ଡ କରାଯାଇଛି । କଲେଜ କର୍ତ୍ତୃପକ୍ଷ ନୋଟିସ ଜାରି କରିଛନ୍ତି କି ଯଦି ସମ୍ପୃକ୍ତ ଛାତ୍ରମାନେ କ୍ୟାମ୍ପସରେ ଦେଖାଯାନ୍ତି ,ତେବେ ସ୍ଥାନୀୟ ପୁଲିସର କାର୍ଯ୍ୟାନୁଷ୍ଠାନ ନିଆଯିବ I

ସୂଚନାନୁସାରେ,ଗତମାସ ଖଲ୍ଲିକୋଟ ଜୁନିୟର କଲେଜର ପ୍ରଥମ ବର୍ଷର ଜଣେ ଛାତ୍ରୀଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଥିଲା। ସିନିୟର ଛାତ୍ର ମାନେ ଶ୍ରେଣୀ ଗୃହରେ ବାଣ ଫୁଟାଇବା ସହ ବିଶୃଙ୍ଖଳା କରୁଥିବା ନେଇ ଅଭିଯୋଗ ହୋଇଥିଲା । ଏହାଛଡା ଦ୍ୱିତୀୟ ବର୍ଷର କିଛି ଛାତ୍ର କଲେଜ କ୍ୟାମ୍ପସ ଭିତରେ ପ୍ରଥମ ବର୍ଷର ଛାତ୍ରୀଙ୍କୁ ହଇରାଣ କରୁଥିଲେ। ଏମିତିକି ସମ୍ପୃକ୍ତ ଛାତ୍ରୀଙ୍କୁ ଉକ୍ତ ଛାତ୍ରମାନେ ପିଛା କରିବା ସହ କ୍ଲାସକୁ ଯିବା ବେଳେ ବି ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିଲେ। ଏନେଇ ଛାତ୍ରୀଜଣକ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ।

ଛାତ୍ରୀଜଣଙ୍କୁ ଉକ୍ତ ଯୁବକମାନେ ବାରମ୍ବାର ଏପରି ହଇରାଣ କରୁଥିବାରୁ ପୂର୍ବରୁ ୧୦ଜଣ ଛାତ୍ରଙ୍କୁ ଚିହ୍ନଟ କରି ୧୦ଦିନ ପାଇଁ କ୍ୟାମ୍ପସରୁ ବହିଷ୍କୃତ କରିଥିଲେ କଲେଜ କର୍ତ୍ତୃପକ୍ଷ। ଏହାପରେ ବି ସେମାନଙ୍କ ଆଚରଣ ଓ ବ୍ୟବହାରରେ କୌଣସି ସୁଧାର ନ ଆସିବାରୁ ଏଥର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଥର ସେମାନଙ୍କୁ କଲେଜ କ୍ୟାମ୍ପସ୍‌ ବାରଣ କରି ଦିଆଯାଇଛି।

ସମ୍ପୃକ୍ତ ଛାତ୍ରମାନେ ହେଲେ ସୁଦାମ ଚୌଧୁରୀ, ପାର୍ଥ ଦାସ, ଡି. କିରଣ ପାତୁରୁଡୁ, କେ. ନରସିଂହ ପାତ୍ର, ମୌସମ ବେହେରା, ଏସ. ଗୌତମ ରାୟ ଓ କାହ୍ନା ସାବତ I