ବ୍ୟାଙ୍କରୁ ୧୧ କୋଟି ଟଙ୍କାର ଠକେଇ

ରାଜସ୍ଥାନ: ଅପ୍ରେଲ ୧୯: ଦେଶରେ ଥମୁନି ବ୍ୟାଙ୍କ୍‌ ଠକେଇ । ରାଜସ୍ଥାନ ବାଲାଜୀର ଏକ ଷ୍ଟେଟ ବ୍ୟାଙ୍କରୁ ୧୧ କୋଟି ଟଙ୍କା ଗାୟବ ହୋଇଛି । ଏହି ମାମଲାରେ ସିବିଆଇକୁ ଏହାର ତଦନ୍ତ ଭାର ଦିଆଯାଇଛି ।ଏସ୍ବିଆଇ ବ୍ୟାଙ୍କର ଏହି ଶାଖାରୁ ଏତେ ପରିମାଣର ଟଙ୍କା କୁଆଡେ ଗଲା ତାହା ଜାଣିବା ପାଇଁ ଘଟଣାକୁ ନେଇ ବ୍ୟାଙ୍କ ପକ୍ଷରୁ ସିବିଆଇର ତଦନ୍ତ ଦାବି କରାଯାଇଥିଲା । ଯାହାକାରଣରୁ ଘଟଣାର ତଦନ୍ତ ଦାୟିତ୍ୱ ଗ୍ରହଣ କରିବାକୁ ହାଇକୋର୍ଟ ସିବିଆଇକୁ […]

Samaya Live Picture
Published On

ରାଜସ୍ଥାନ: ଅପ୍ରେଲ ୧୯: ଦେଶରେ ଥମୁନି ବ୍ୟାଙ୍କ୍‌ ଠକେଇ । ରାଜସ୍ଥାନ ବାଲାଜୀର ଏକ ଷ୍ଟେଟ ବ୍ୟାଙ୍କରୁ ୧୧ କୋଟି ଟଙ୍କା ଗାୟବ ହୋଇଛି । ଏହି ମାମଲାରେ ସିବିଆଇକୁ ଏହାର ତଦନ୍ତ ଭାର ଦିଆଯାଇଛି ।ଏସ୍ବିଆଇ ବ୍ୟାଙ୍କର ଏହି ଶାଖାରୁ ଏତେ ପରିମାଣର ଟଙ୍କା କୁଆଡେ ଗଲା ତାହା ଜାଣିବା ପାଇଁ ଘଟଣାକୁ ନେଇ ବ୍ୟାଙ୍କ ପକ୍ଷରୁ ସିବିଆଇର ତଦନ୍ତ ଦାବି କରାଯାଇଥିଲା । ଯାହାକାରଣରୁ ଘଟଣାର ତଦନ୍ତ ଦାୟିତ୍ୱ ଗ୍ରହଣ କରିବାକୁ ହାଇକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ରାଜସ୍ଥାନ ପୋଲିସ ପୂର୍ବରୁ ପଞ୍ଜୀକୃତ ହୋଇଥିବା ଏଫ୍.ଆଇ.ଆର. ର ତଥ୍ୟ ଯାଞ୍ଚ କରିଛି ।ସୂଚନା ଅନୁସାରେ, ଶାଖା ପକ୍ଷରୁ ଏସବିଆଇ ବ୍ୟାଙ୍କରେ ପ୍ରାଥମିକ ଯାଞ୍ଚ ପରେ ମୁଦ୍ରାଗୁଡିକର ଗଣନା ଆରମ୍ଭ କରାଯାଇଥିଲା । ଯାହା ପରେ ବ୍ୟାଙ୍କରେ ଟଙ୍କା ଗାୟବ ଥିବା ଘଟଣା ସାମ୍ନାକୁ ଆସିଥିଲା । ବ୍ୟାଙ୍କର ରେଜିଷ୍ଟର ଅନୁସାରେ, ୧୩ କୋଟିରୁ ଅଧିକ ମୂଲ୍ୟର ମୁଦ୍ରା ଗଣିବାକୁ ନିଆଯାଇଥିଲା। କିନ୍ତୁ କେବଳ ୨ କୋଟି ଟଙ୍କା ନେଇଥିବା ୩୦୦୦ ମୁଦ୍ରା ବ୍ୟାଗକୁ ହିସାବ କରାଯାଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁଦ୍ରା ସଂରକ୍ଷଣ ଶାଖାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଥିମଧ୍ୟରେ ୧୧ କୋଟିରୁ ଅଧିକ ମୂଲ୍ୟର ମୁଦ୍ରା ନିଖୋଜ ରହିଥିବାର ଗଣନାରୁ ଜଣାପଡିଥିଲା ।ଜାତୀୟ ଗଣ ମାଧ୍ୟମର ତଥ୍ୟ ଅନୁସାରେ, ଗତ ୨୦୨୧ ଅଗଷ୍ଟ ମାସ ୧୦ ତାରିଖ ରାତିରେ ଗେଷ୍ଟ ହାଉସରେ ଟଙ୍କା ଗଣନା କରୁଥିବା ବ୍ୟକ୍ତିଙ୍କୁ ଧମକ ଦିଆଯାଇଥିଲା । ଏମିତିକି ସେମାନଙ୍କୁ ମୁଦ୍ରା ଗଣନା ନକରିବାକୁ କୁହାଯାଇଥିବାର ଅଭିଯୋଗ ହୋଇଛି ।