ବ୍ୟାଙ୍କରେ ନକଲି ସୁନାଦେଇ ଋଣ ଆଣିବା ଘଟଣାରେ ବନ୍ଧା ହେଲେ ୮

ସୋନପୁର :ବ୍ୟାଙ୍କରେ ନକଲି ସୁନା ଦେଇ ଋଣ ଆଣିବା ଘଟଣାରେ ବନ୍ଧା ହେଲେ ୭ ଅଭିଯୁକ୍ତ I ସୋନପୁର ବ୍ୟାଙ୍କ ଅଫ୍‌ ବରୋଦା ଶାଖାରୁ ସୁନା ବଦଳରେ ପିତ୍ତଳ ବନ୍ଧାରଖି ଆଣିଥିଲେ ୫୨ ଲକ୍ଷ ୮୩ ହଜାର ୧୦୦ ଟଙ୍କା I ଏହି ଘଟଣାରେ ୧୦ ଜଣ ବ୍ୟକ୍ତି ସମ୍ପୃକ୍ତ ଥିବାବେଳେ,ଥରେ କି ୨ ଥର ନୁହେଁ ନକଲି ସୁନା ଦେଇ ୬୫ ଥର ଋଣ ଉଠାଇଥିଲେ I ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରି […]

Samaya Live Picture
Published On

ସୋନପୁର :ବ୍ୟାଙ୍କରେ ନକଲି ସୁନା ଦେଇ ଋଣ ଆଣିବା ଘଟଣାରେ ବନ୍ଧା ହେଲେ ୭ ଅଭିଯୁକ୍ତ I ସୋନପୁର ବ୍ୟାଙ୍କ ଅଫ୍‌ ବରୋଦା ଶାଖାରୁ ସୁନା ବଦଳରେ ପିତ୍ତଳ ବନ୍ଧାରଖି ଆଣିଥିଲେ ୫୨ ଲକ୍ଷ ୮୩ ହଜାର ୧୦୦ ଟଙ୍କା I ଏହି ଘଟଣାରେ ୧୦ ଜଣ ବ୍ୟକ୍ତି ସମ୍ପୃକ୍ତ ଥିବାବେଳେ,ଥରେ କି ୨ ଥର ନୁହେଁ ନକଲି ସୁନା ଦେଇ ୬୫ ଥର ଋଣ ଉଠାଇଥିଲେ I ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ I ଏନେଇ ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସୂଚନାନୁସାରେ,ଗତ ଅଗଷ୍ଟ ୬ ତାରିଖ ଦିନ ବ୍ୟାଙ୍କ ଅଫ୍‌ ବରୋଦା ସୋନପୁର ଶାଖାର ଅଡିଟ୍‌ ହୋଇଥିଲା I ଏହାପରେ ବ୍ୟାଙ୍କ ରେ ଏହି ବଡ଼ ଧରଣର ଠକେଇ ହୋଇଥିବା ଜଣା ପଡିଥିଲା I ଏହା ଜଣାପଡିବା ପରେ ବ୍ୟାଙ୍କର ଶାଖା ପରିଚାଳକ ଯଜ୍ଞେଶ୍ୱର ସାମଲ ସୋନପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏତଲା ଆଧାରରେ ସୋନପୁର ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ବ୍ୟାଙ୍କରେ ବନ୍ଧା ପଡ଼ିଥିବା ସୁନାଗୁଡ଼ିକ ଯାଞ୍ଚ ବେଳେ ପିତଳ ବୋଲି ଜଣାପଡ଼ିଥିଲା। କିନ୍ତୁ ଏହି ଘଟଣାର ବ୍ୟାଙ୍କ ର ସୁନାରୀ ବନ୍ଧକ ରଖାଯାଇଥିବା ସୁନାର ସ୍ୱଚ୍ଛତା ସାର୍ଟିଫିକେଟ ଦେଇଥିଲା I ଏହାବାଦ ଏହି ଋଣ ଟଙ୍କା ମଞ୍ଜୁର କରିଥିବା ବ୍ୟାଙ୍କ ଅଫ୍‌ ବରୋଦା ସୋନପୁର ଶାଖାର ପ୍ରାକ୍ତନ ପିଓ ସୌମ୍ୟରଞ୍ଜନ ଚୋପଦାରଙ୍କ ଭୂମିକା ସନ୍ଦେହ ଘେରରେ ରହିଛି।

ପୋଲିସ ଏତଲା ଅନୁଯାୟୀ ଗିରଫ ହୋଇଥିବା ୭ ଜଣ ହେଲେ,ସୋନପୁର ବିନିକା ସିଲାଟିର ଈଶ୍ୱର ସରାଫ, ତାଙ୍କ ପୁଅ ସୁରେନ୍ଦ୍ର ସରାଫ, ଅଞ୍ଜନ ସା, ହଜାରୁ ସାହୁ, ଚେରୁପାଲିର ଡାକ୍ତର ସେଠ୍, ଉଲୁଣ୍ଡା ଇଚ୍ଛାପୁରର ରାମକୁମାର ମେହେର, ବରଗଡ଼ ଜିଲ୍ଲା ବାଇଡେନ୍ ଥାନା ଅନ୍ତର୍ଗତ ରୁଷୁଡ଼ାର ରାମଚନ୍ଦ୍ର ବଣିଆ ଓ ସୁନାରୀ ଜୟନାରାୟଣ ମହାରଣା। ଏହି ଘଟଣାରେ ଅନ୍ୟ ୨ ଜଣ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସ୍‌ପି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।