ଆଜି ହେଉଛି ବିଶ୍ୱ ଶିଶୁ ଦିବସ
ଆଜିର ଶିଶୁ ଆଗାମୀ କାଲିର ଭବିଷ୍ୟତ। କିନ୍ତୁ ଆଜିର ବାସ୍ତୁବାଦୀ ଦୁନିଆରେ ଶିଶୁଙ୍କ ପିଲାଦିନ ପାଠପଢ଼ା, ପ୍ରତିଯୋଗିତା, ପ୍ରତିଦ୍ୱନ୍ଦ୍ୱିତା ଆଦି ମଧ୍ୟରେ ସୀମିତ ରଖୁଥିବା ଦେଖିବାକୁ ମିଳୁଛି । ଫଳରେ ଖେଳକୁଦ, ମଜାମସ୍ତି କରିବା ବୟସରେ ସେମାନଙ୍କ ଉପରେ ପଢ଼ା ଓ ଭବିଷ୍ୟତର ବୋଝ ଲଦି ହୋଇପଡ଼ୁଛି । ଏଣୁ ବହୁ ସମୟରେ ଛୋଟ ଛୋଟ ପିଲାମାନେ ମାନସିକ ଚାପ ଗ୍ରସ୍ତ ହୋଇପଡ଼ୁଥିବା ନଜିର ରହିଛି । ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଛୋଟ ପିଲାମାନଙ୍କ […]
ଆଜିର ଶିଶୁ ଆଗାମୀ କାଲିର ଭବିଷ୍ୟତ। କିନ୍ତୁ ଆଜିର ବାସ୍ତୁବାଦୀ ଦୁନିଆରେ ଶିଶୁଙ୍କ ପିଲାଦିନ ପାଠପଢ଼ା, ପ୍ରତିଯୋଗିତା, ପ୍ରତିଦ୍ୱନ୍ଦ୍ୱିତା ଆଦି ମଧ୍ୟରେ ସୀମିତ ରଖୁଥିବା ଦେଖିବାକୁ ମିଳୁଛି । ଫଳରେ ଖେଳକୁଦ, ମଜାମସ୍ତି କରିବା ବୟସରେ ସେମାନଙ୍କ ଉପରେ ପଢ଼ା ଓ ଭବିଷ୍ୟତର ବୋଝ ଲଦି ହୋଇପଡ଼ୁଛି । ଏଣୁ ବହୁ ସମୟରେ ଛୋଟ ଛୋଟ ପିଲାମାନେ ମାନସିକ ଚାପ ଗ୍ରସ୍ତ ହୋଇପଡ଼ୁଥିବା ନଜିର ରହିଛି । ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଛୋଟ ପିଲାମାନଙ୍କ ମନୋରଞ୍ଜନ ନିମନ୍ତେ ନଭେମ୍ବର ୨୦ରେ ପାଳିତ ହେଉଛି ବିଶ୍ୱ ଶିଶୁ ଦିବସ ।
୧୯୫୪ ମସିହାରେ ଜାତିସଂଘ ତରଫରୁ ପ୍ରଥମେ ଏହି ଦିବସ ପାଳନ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଏହି ଦିନ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଶିଶୁ ମିଳିମିଶି ଏକାଠି ସମୟ ବିତାଇବା ସହ ଶିଶୁମାନଙ୍କ ଉନ୍ନତି ଦିଗରେ ସରକାରଙ୍କ ଧ୍ୟାନକେନ୍ଦ୍ରିତ କରିଥାନ୍ତି । ବିଶ୍ୱ ଶିଶୁ ଦିବସ ପାଳନ ଅବସରରେ ସରକାରୀ ଓ ବେସରକାରୀ ସଂସ୍ଥା ତରଫରୁ ପିଲାଙ୍କ ପାଇଁ ବିଭିନ୍ନ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ ।




