ହଲିଉଡ ସୁନ୍ଦରୀଙ୍କୁ ଦେଉଛନ୍ତି ଟକ୍କର ,କିଏ ଏହି ଲୋକପ୍ରିୟ ନାୟିକା?

ହଲିଉଡ ସୁନ୍ଦରୀଙ୍କୁ ଦେଉଛନ୍ତି ଟକ୍କର ,କିଏ ଏହି ଲୋକପ୍ରିୟ ନାୟିକା?
Samaya Live News Picture
Published On

ଆଜିକାଲି ସୁନ୍ଦର ଦେଖାଯିବା ପାଇଁ କିଏ ବା ନ ଚାହେଁ । କିଏ ଜିମରେ ଯାଇ ଫିଟନେସ ରହିବା ପାଇଁ କସରତ କରୁଛି ତ ଆଉ କିଏ ଘରେ ଙ୍ଗକ୍ଟକ୍ସଳକ୍ଟଙ୍କଗ୍ଧ କରି ନିଜ ସ୍କିନର ଗ୍ଲୋ ବଢାଇବା ପାଇଁ ଚାହୁଁଛି । ଭଲ ଭଲ ଖାଇବା ସହିତ ମାର୍କେଟରେ ମିଳୁଥିବା ଭିନ୍ନ ଭିନ୍ନ କ୍ରିମ ଲଗାଇ ଯୁବତୀମାନେ ସୁନ୍ଦର ଦେଖାଯିବା ପାଇଁ କଣ ବା କରୁଛନ୍ତି । ନିଜ ସ୍କିନର ଦାୟିତ୍ୱ ବା ନିଜକୁ ସୁନ୍ଦର ରଖିବା ପାଇଁ ଚାହୁଁଥିଲେ କେବଳ ଜିମ କିମ୍ବା ଖାଇବା ଦ୍ୱାରା ହୋଇନଥାଏ ଏଥିପାଇଁ ମଧ୍ୟ ନିଜର ମାନସିକ ଶାନ୍ତି ମଧ୍ୟ ସବୁଠୁ ଅଧିକ ଦରକାର ପଡିଥାଏ । ଆପଣ ନିଜକୁ ଯେତେ ହସ ଖୁସିରେ ରଖିବେ ବିନା ଟେନସନରେ ଆପଣଙ୍କ ତ୍ୱଚା ସେତେ ଗ୍ଲୋ କରିବ ।ସେଥିପାଇଁ ଆମେରିକାର ରାଷ୍ଟ୍ରପକି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭା ମଧ୍ୟ ୪୫ ବର୍ଷରେ ପହଞ୍ଚିକି ବି ହଲିଉଡ ସୁନ୍ଦରୀଙ୍କୁ ଟକ୍କର ଦେଉଛନ୍ତି । ଆସନ୍ତୁ ଜାଣିବା ସେ କେମିତି ନିଜକୁ ଏତେ ଅଧିକ ବୟସରେ ନିଜର ଯତ୍ନ ନେଇ ଅନ୍ୟ ସୁନ୍ଦରୀମାନଙ୍କ ସହ ପ୍ରତିଯୋଗିତା କରୁଛନ୍ତି ଏବଂ ସେ କଣ ଏମିତି ସିକ୍ରେଟ ଟିପ୍ସ ରଖିଛନ୍ତି ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି ।

WhatsApp Image 2026-11-12 at 3.12.41 PM (1)
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ। ନିଜର ଷ୍ଟାଇଲ୍, ସୌନ୍ଦର୍ୟ୍ୟ ଓ ଫିଟନେସ୍ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ୩୦ ଅକ୍ଟୋବର ୧୯୮୧ରେ ଜନ୍ମ ହୋଇଥିବା ଇଭାଙ୍କା ୨୦୨୬ରେ ୪୫ ବର୍ଷରେ ପଦାର୍ପଣ କରିଛନ୍ତି। ତିନୋଟି ସନ୍ତାନର ମା' ହୋଇଥିଲେ ମଧ୍ୟ ତାଙ୍କର ଫିଟନେସ୍ ଓ ଆକ୍ଟିଭ୍ ଲାଇଫ୍ଷ୍ଟାଇଲ୍ ଅନେକଙ୍କୁ ଆକର୍ଷିତ କରେ।
ତାଙ୍କ ଫିଟନେସ୍ର ସବୁଠାରୁ ବଡ଼ ରହସ୍ୟ ହେଉଛି ଓଜନ ଉଠାଇବା ବା  ଙ୍ଗରସଶଷଗ୍ଧ ଗ୍ଧକ୍ସବସଦ୍ଭସଦ୍ଭଶ । ପୂର୍ବରୁ ସେ କାର୍ଡିଓ, ଯୋଗ ଓ ପାଇଲେଟ୍ସ ଉପରେ ଅଧିକ ଧ୍ୟାନ ଦେଉଥିଲେ। କିନ୍ତୁ ମିଆମି ଆସିବା ପରେ ତାଙ୍କ ୱାର୍କଆଉଟ୍ରେ ବଡ଼ ପରିବର୍ତ୍ତନ ଆସିଥିଲା।
 ତାଙ୍କର ସପ୍ତାହକୁ ୩ରୁ ୪ ଦିନ ଷ୍ଟ୍ରେନ୍ଥ ଟ୍ରେନିଂ ରହିଥାଏ। ଏଥିରେ ସ୍କ୍ୱାଟ୍ସ, ଡେଡଲିଫ୍ଟ, ପୁସ୍ ଓ ପୁଲ୍ ଭଳି ବ୍ୟାୟାମ ସାମିଲ ରହିଛି। ସେ ବ୍ୟାୟାମ କରିବା ସମୟରେ ପ୍ରଥମେ ଠିକ୍ ପଦ୍ଧତି ବା ଫର୍ମ ଉପରେ ଗୁରୁତ୍ୱ ଦିଅନ୍ତି। ପରେ ଧୀରେ ଧୀରେ ଓଜନ ବଢ଼ାନ୍ତି।
ଖାଦ୍ୟରେ କ'ଣ ଖାଆନ୍ତି ଇଭା?
ତାଙ୍କ ଫିଟନେସ୍ ଯାତ୍ରାରେ ପ୍ରୋଟିନ୍ର ଗୁରୁତ୍ୱ ବହୁତ ଅଧିକ। ଇଭାଙ୍କାଙ୍କ କହିବା ଅନୁସାରେ, ସେ ପ୍ରତ୍ୟେକ ମିଲ୍ରେ ପ୍ରାୟ ୩୦ରୁ ୫୦ ଗ୍ରାମ୍ ପ୍ରୋଟିନ୍ ନେଇଥାନ୍ତି। ସକାଳେ ସେ କଦଳୀ, କାକାଓ, ପ୍ରୋଟିନ୍ ଓ ଇଲେକ୍ଟ୍ରୋଲାଇଟ୍ସ ମିଶା ଶେକ୍ ମଧ୍ୟ ପିଇଥାନ୍ତି।
ଜିମ୍ ବ୍ୟତୀତ ଆଉ କ'ଣ କରନ୍ତି?
ଇଭାଙ୍କା କେବଳ ଜିମ୍ରେ ସୀମିତ ନୁହନ୍ତି। ସପ୍ତାହକୁ ଗୋଟିଏ ଦିନ ଯୋଗ କରିବା ସହିତ ସର୍ଫିଂ, ପହଁରିବା, ହାଇକିଂ, ଗଲ୍ଫ ଓ ପାଡେଲ୍ ଟେନିସ୍ ଭଳି ଖେଳରେ ମଧ୍ୟ ସମୟ ଦିଅନ୍ତି। ବ୍ରାଜିଲିଆନ୍ ଜିଉ-ଜିତ୍ସୁ ମଧ୍ୟ ତାଙ୍କ ଫିଟନେସ୍ର ଅଂଶ। ସେ ତାଙ୍କ ପରିବାର ସହ ଏହି ଖେଳ ଅଭ୍ୟାସ କରନ୍ତି।
ସପ୍ତାହକୁ ଦୁଇଥର ପ୍ରାୟ ୧୦ ମିନିଟ୍ର ହାଇ ଇଣ୍ଟେନ୍ସିଟି ୱାର୍କଆଉଟ୍ ମଧ୍ୟ କରନ୍ତି।
୨୦୨୫ରେ ଏକ ପଡ୍କାଷ୍ଟ୍ରେ ସେ ନିଜର ୱେଲନେସ୍ ରୁଟିନ୍ ବିଷୟରେ କହିଥିଲେ। ତାଙ୍କ ପାଇଁ ସକାଳେ ବ୍ୟାୟାମ, ଭଲ ଖାଦ୍ୟ ଓ ପରିବାର ସହ ସମୟ ବିତାଇବା ଗୁରୁତ୍ୱପୂର୍ଣ୍ଣ।
ତେବେ ଇଭାଙ୍କାଙ୍କ ଫିଟନେସ୍ର ମୂଳମନ୍ତ୍ର ହେଉଛି ନିୟମିତ ବ୍ୟାୟାମ, ସନ୍ତୁଳିତ ଖାଦ୍ୟ ଓ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନ। ତାଙ୍କ ମତରେ, ଯେଉଁ ଅଭ୍ୟାସକୁ ଆପଣ ନିୟମିତ ଜାରି ରଖିପାରିବେ, ସେହି ଅଭ୍ୟାସ ହିଁ ପ୍ରକୃତରେ ଫଳ ଦେଇଥାଏ।

Tags: