କଣ ବାହାରିଲା ପାକ୍ ମସଜିଦରୁ, ହାଇ ଆଲର୍ଟରେ ମୂନିର ସେନା?

କଣ ବାହାରିଲା ପାକ୍ ମସଜିଦରୁ, ହାଇ ଆଲର୍ଟରେ ମୂନିର ସେନା?
Samaya Live News Picture
Published On

ଭାରତର ଚିର ଶତ୍ରୁ ପାକିସ୍ତାନ କିନ୍ତୁ ଭାରତ ସବୁବେଳେ ପାକିସ୍ଥାନକୁ ଆତଙ୍କବାଦ ର ଆଡ୍ଡାସ୍ଥଳୀ ଭାବେ ଧରି ନେଇଛି । ବାରମ୍ବାର ଭାରତ ସାରା ବିଶ୍ୱକୁ ଜବାବ୍ ଦେଇ ଆସୁଚି ପାକିସ୍ତାନ ଯେ ପର୍ୟ୍ୟନ୍ତ ତାର ଆତଙ୍କବାଦୀ କାର୍ୟ୍ୟଳାପକୁ ବନ୍ଦ ନ କରିବ ସେ ଯାଏ ଭାରତ ପାକିସ୍ତାନ ସହ କୌଣସି ସମ୍ପର୍କ ରଖିବା ନାହିଁ । ଆତଙ୍କବାଦୀ ମାନେ ବାରମ୍ୱାର ଜମ୍ମୁକାଶ୍ମୀର ରେ ବସି ବିଭିନ୍ନ ବର୍ବର୍ କାଣ୍ଡ ଘଟାଉଥିବା ବେଳେ ଏହାର କଡ଼ା ଜବାବ ଭାରତ ଦେଇଛି  ଏବଂ କୂଟନୈତିକ ସ୍ତରରେ ମଧ୍ୟ  ପାକିସ୍ତାନକୁ ଏକ ଆତଙ୍କବାଦ ରାଷ୍ଟ୍ର ଭାବେ ଭାରତ ବିଭିନ୍ନ ଦେଶରେ ପାକିସ୍ଥାନକୁ ଆତଙ୍କବାଦ ରାଷ୍ଟ୍ର ଭାବେ ପ୍ରତିପାଦନ କରିଛି ।

ବ୍ରିଟିଶ ଶାସନରୁ ସ୍ୱାଧୀନତା ପାଇବା ସମୟରେ ଭାରତ ବିଭାଜିତ ହୋଇ ଭାରତ ଓ ପାକିସ୍ତାନ ଦୁଇଟି ଦେଶ ଗଠନ ହୋଇଥିଲା। ସେହି ସମୟରୁ ଦୁଇ ଦେଶ ମଧ୍ୟରେ ଅନେକ ବିବାଦ ଆରମ୍ଭ ହୋଇଥିଲା।ଜମ୍ମୁ-କାଶ୍ମୀରକୁ ନେଇ ଉଭୟ ଦେଶ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ରହିଛି। ଏହି ବିବାଦକୁ ନେଇ ୧୯୪୭-୪୮, ୧୯୬୫ ଓ ୧୯୯୯ରେ ଯୁଦ୍ଧ ହୋଇଥିଲା। ଭାରତର ଅଭିଯୋଗ ହେଉଛି, ପାକିସ୍ତାନରେ ଥିବା କିଛି ଆତଙ୍କବାଦୀ ସଂଗଠନ ଭାରତ ବିରୋଧୀ ଆକ୍ରମଣରେ ସମ୍ପୃକ୍ତ। ପାକିସ୍ତାନ ଏହି ଅଭିଯୋଗକୁ ଅସ୍ୱୀକାର କରିଆସିଛି।
୧୯୪୭ରେ ଦେଶ ବିଭାଜନରୁ ଆରମ୍ଭ ହୋଇଥିବା ଭାରତ-ପାକିସ୍ତାନ ତିକ୍ତତା ଆଜି ପର୍ୟ୍ୟନ୍ତ ଜାରି ରହିଛି। କେତେବେଳେ କାଶ୍ମୀର ବିବାଦ ତ କେତେବେଳେ ସୀମାପାର ଆତଙ୍କବାଦକୁ ନେଇ ଦୁଇ ଦେଶ ମୁହାଁମୁହିଁ ହୋଇଛନ୍ତି। ଭାରତର କହିବା ଅନୁସାରେ, ଆତଙ୍କବାଦ ବନ୍ଦ ନହେବା ପର୍ୟ୍ୟନ୍ତ ପାକିସ୍ତାନ ସହ ସ୍ୱାଭାବିକ ସମ୍ପର୍କ ସମ୍ଭବ ନୁହେଁ।"

ମୁନୀର ସେନା ବାରମ୍ବାର କହି ଆସୁଛନ୍ତି ପାକିସ୍ତାନ ରେ କୌଣସି ଆତଙ୍କବାଦ କାର୍ୟ୍ୟକଳାପ ହଉ ନାହିଁ କିନ୍ତୁ ସାରା ବିଶ୍ୱ ଏହା ଶୁଣିବାକୁ ନାରାଜ ବର୍ତ୍ତମାନ୍ ଏକ ଖବର ଶୁଣିବାକୁ ମିଳୁଛି ପାକିସ୍ତାନ ର ଏକ ମସଜିଦ ରୁ ବହୁ ପରିମାଣ ରେ ଗୋଳା ବାରୁଦ ଜବତ ହୋଇଛି ବର୍ତ୍ତମାନ ମୁନୀର୍ ସେନା ଏହାକୁ ନେଇ ତତ୍ପର ହୋଇ ଉଠିଛନ୍ତି ଏବଂ କଟୋର୍ ପନ୍ଥୀ ମାନଂକୁ କଡ଼ା ସନ୍ଦେଶ ଦେଇଛନ୍ତି

ଏହି ଘଟଣା ପରେ ପାକିସ୍ତାନର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣିଥରେ ଉଠିଛି ବଡ଼ ପ୍ରଶ୍ନ । ଉତ୍ତର ୱାଜିରିସ୍ତାନର ମୁଜାକ ଗାଁରେ ସୁରକ୍ଷାବାହିନୀ ପକ୍ଷରୁ ହୋଇଥିବା ଗୁଇନ୍ଦା ସୂଚନା ଆଧାରିତ ଅପରେସନ୍ରେ ଦୁଇଟି ମସଜିଦ ଭିତରେ ଥିବା ଆତଙ୍କବାଦୀଙ୍କ ଆଡ୍ଡାକୁ ଠାବ କରାଯାଇଥିବା ଦାବି କରିଛି ପାକିସ୍ତାନ ସେନା । ଏହି ଘଟଣାକୁ ନେଇ ରାଷ୍ଟ୍ରପତି ଆସିଫ୍ ଅଲି ଜର୍ଦ୍ଦାରୀ ମଧ୍ୟ ସୁରକ୍ଷାବାହିନୀଙ୍କୁ ପ୍ରଶଂସା କରିଛନ୍ତି। ଅନ୍ୟପଟେ ସେନା ପକ୍ଷରୁ ଅଞ୍ଚଳରେ ଅଧିକ ଆଡ୍ଡା ରହିଛି କି ନାହିଁ, ସେନେଇ ଯାଞ୍ଚ ଜାରି ରହିଥିବା କୁହାଯାଇଛି ।

ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଯେଉଁ ମସଜିଦକୁ ଲୋକେ ପ୍ରାର୍ଥନା ଓ ଶାନ୍ତିର ସ୍ଥାନ ବୋଲି ମାନନ୍ତି, ସେହି ସ୍ଥାନ ଯଦି ହିଂସାକାଣ୍ଡର ଆଡ୍ଡା ପାଲଟେ, ତେବେ ସାଧାରଣ ଲୋକଙ୍କ ସୁରକ୍ଷା କେତେ ନିଶ୍ଚିତ? ଏହି ଘଟଣା ପାକିସ୍ତାନର ଆଭ୍ୟନ୍ତରୀଣ ସୁରକ୍ଷା ଓ ଆତଙ୍କବାଦ ବିରୋଧୀ ଲଢ଼େଇକୁ ପୁଣି ଚର୍ଚ୍ଚାକୁ ଆଣିଛି । ଏବେ ଦେଖିବାକୁ ବାକି ରହିଲା, ଆତଙ୍କବାଦ ବିରୋଧରେ ପାକିସ୍ତାନ ସେନାର ଏହି ଅଭିଯାନ କେତେ ସଫଳ ହେଉଛି ।

Tags: