ଭାରତ ସହିତ ଭଲ ସମ୍ପର୍କ ରଖିବାକୁ ଚାହାନ୍ତି ତାଲିବାନ ପ୍ରବକ୍ତା

ଆଫଗାନିସ୍ତାନ: ନଭମ୍ବେର ୧୨: ଭାରତ ଏକ ଭଲ ଦେଶ ଭାବେ ଅଭିହିତ କରିଛନ୍ତି ଆଫଗାନିସ୍ତାନକୁ ଶାସନ କରୁଥିବା ତାଲିବାନ ପ୍ରବକ୍ତା ଜବୀଓଲ୍ଲାହା ମୁଜାହିଦ । ଏହାସହ ଭାରତ ସରକାରଙ୍କ ସହ ସୁସଂପର୍କ ରଖିବାକୁ ସେ ଚାହାନ୍ତି ବୋଲି ପ୍ରକାଶ କରିଛନ୍ତି । ନିକଟରେ ଅନୁଷ୍ଠିତ ଜାତୀୟ ସୁରକ୍ଷା ପରାମର୍ଶଦାତା ବୈଠକର ଉଦ୍ଦେଶ୍ୟକୁ ନଜରେ ରଖି ଜବୀଓଲ୍ଲାହା ମୁଜାହିଦ ଏହିପରି କହିଛନ୍ତି । ବୁଧବାର ଦିନ ଭାରତର ଏନଏସଏ ଅଜିତ ଡୋଭାଲଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା […]

Samaya Live Picture
Published On

ଆଫଗାନିସ୍ତାନ: ନଭମ୍ବେର ୧୨: ଭାରତ ଏକ ଭଲ ଦେଶ ଭାବେ ଅଭିହିତ କରିଛନ୍ତି ଆଫଗାନିସ୍ତାନକୁ ଶାସନ କରୁଥିବା ତାଲିବାନ ପ୍ରବକ୍ତା ଜବୀଓଲ୍ଲାହା ମୁଜାହିଦ । ଏହାସହ ଭାରତ ସରକାରଙ୍କ ସହ ସୁସଂପର୍କ ରଖିବାକୁ ସେ ଚାହାନ୍ତି ବୋଲି ପ୍ରକାଶ କରିଛନ୍ତି । ନିକଟରେ ଅନୁଷ୍ଠିତ ଜାତୀୟ ସୁରକ୍ଷା ପରାମର୍ଶଦାତା ବୈଠକର ଉଦ୍ଦେଶ୍ୟକୁ ନଜରେ ରଖି ଜବୀଓଲ୍ଲାହା ମୁଜାହିଦ ଏହିପରି କହିଛନ୍ତି ।

ବୁଧବାର ଦିନ ଭାରତର ଏନଏସଏ ଅଜିତ ଡୋଭାଲଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ୭ ଟି ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ଯୋଗ ଦେଇଥିଲେ । ହେଲେ ତାଲିବାନ ଏଥିରେ ଯୋଗ ଦେଇ ନଥିଲା ।

ଜବୀଓଲ୍ଲାହା କହିଛନ୍ତି କି, ଯଦିଓ ଆମେ ବୈଠକରେ ଉପସ୍ଥିତ ନଥିଲୁ ହେଲେ ଏହା ସ୍ପଷ୍ଟ ଯେ ବୈଠକରେ ଆଫଗାନିସ୍ତାନ ହିତରେ ଆଲୋଚନା ହୋଇଛି । କାରଣ ଆଫଗାନର ବର୍ତମାନ ସ୍ଥିତି ଉପରେ ସାରା ବିଶ୍ୱ ନଜର ରଖିଛି । ବୈଠକରେ ଉପସ୍ଥିତ ଥିବା ଦେଶ ବି ଆଫଗାନର ସୁରକ୍ଷା ବ୍ୟବସ୍ଥାକୁ ସଦୃଢ କରିବା ଉପରେ ସୁନିଶ୍ଚିତ କରିବା ଉପରେ ବିଚାର କରିଛନ୍ତି ।
ସୂଚନା ଥାଉଯେ, ଦିଲ୍ଲୀରେ ନଭେମ୍ବର ୧୦ ତାରିଖରେ ଅନୁଷ୍ଠିତ ହୋଇଥିବା ଜାତୀୟ ସୁରକ୍ଷା ପରାମର୍ଶଦାତା ବୈଠକରେ ଭାରତ ପକ୍ଷରୁ କୁହାଯାଇଥିଲା କି ଭାରତ ଆଫଗାନିସ୍ତାନକୁ ମାନବୀୟ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତିବବଦ୍ଧ । ହେଲେ ସହାୟତା ଯୋଗାଇ ଦେବା ପାଇଁ ଏବେ ସବୁଠାରୁ କଷ୍ଟକର କାମ ବୋଲି ଡୋଭାଲ କହିଥିଲେ । ଏହାର କାରଣ କି ଆଫଗାନିସ୍ତାନକୁ ସଡକ ପଥ ଦେଇ ଖାଦ୍ୟ ଶସ୍ୟ ଯୋଗାଇବାକୁ ହେଲେ ପାକିସ୍ତାନର ଅନୁମତି ଆବଶ୍ୟକ ।