ଅଚାନକ ନଇଲେ ଆମେରିକା ରାଷ୍ଟ୍ରପତି ,ହ୍ରାସ କଲେ ଟାରିଫ୍
ନୂଆଦିଲ୍ଲୀ : ଟାରିଫ୍ କୁ ନେଇ ଦୀର୍ଘ ସାତ ଆଠ ମାସ ଲାଗିରହିଥିବା ବିବାଦ ର ଅନ୍ତ ଘଟିଛି କ୍ଷ ମୋଦିଙ୍କ ବଳିଷ୍ଠ କୂଟନୀତି ବଳରେ ଶେଷରେ ଆମେରିକା ଟାରିଫ ହ୍ରାସ କରିବାକୁ ବାଧ୍ୟ ହେଲା । କିନ୍ତୁ ଏଠି କଥା ଉଠୁଛି ରୁଷ କଣ ଚୁପ ହେଇ ବସିବ । କଣ ଭାରତ ରୁଷ ମଧ୍ୟରେ ଫାଟ ଆସିଯିବକି । ଏସବୁ କଳ୍ପନା ଜଳ୍ପନା ମଧ୍ୟରେ ରୁଷ ରୁ ଆସିଲା ବଡ ଖବର । ରୁଷ କହିଲା ଭାରତ ଆମଠୁ ତେଲ ନ କିଣିବାପାଇଁ କୌଣସି ପ୍ରକାର ବୟାନ ଭାରତ ସରକାର ଦେଇନାହାନ୍ତି କ୍ଷ ରୁଷ କହିଲା ଭାରତ ସାଙ୍ଗରେ ସବୁ କ୍ଷେତ୍ରରେ ଆମର ସହଯୋଗ ରହିବ ।
ଏମିତି କିଛି କଳ୍ପନା ଜଳ୍ପନା ମଧ୍ୟରେ ଭାରତ ଉପରେ ଲାଗିଥିବା ଟାରିଫ କୁ ନେଇ ବୁଦ୍ଧି ଜୀବୀ ମହଲ ରେ ହୋଇଛି ଅନେକ ଆଲୋଚନା । ଫେବୃଆରୀ ୨ ତାରିଖ ହଠାତ ଗଣମାଧ୍ୟମ ରେ ପ୍ରକାଶ ପାଇଥିଲା ଯେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଭାରତ ଉପରୁ ୨୫ ପ୍ରତିଶତ ଟାରିଫ କୁ ହ୍ରାସ କରି ୧୮ ପ୍ରତିଶତ କରିଛନ୍ତି , ଯାହାର ସୂଚନା ଡୋନାଲଡ ଟ୍ରମ୍ପ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ଦେଇଥିଲେ କ୍ଷ କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ ଯେଉଁ ଟ୍ରମ୍ପ ଭାରତ ଉପରେ ଚାପ ପକାଇବା ପାଇଁ ଟାରିଫ ର ବୋଝ ଲଦି ଦେଇଥିଲେ ସେ ଅଚାନକ ଏଭଳି ନଇଁ ଯାଇଥିଲେ କାହିଁକି ? ଏହା ପଛରେ କଣ ରହିଛି କାରଣ ?
ଭାରତ-ଆମେରିକା ମଧ୍ୟରେ ଟ୍ରେଡ ଡିଲ କୁ ନେଇ ଅନେକ ଦିନରୁ ଚର୍ଚ୍ଚା ଚାଲିଥିଲା , କିନ୍ତୁ କୌଣସି ନିଷ୍କର୍ସ ବାହାରିପାରୁ ନଥିଲା , ଆମେରିକା ସର୍ତ ରଖିଥିଲା ଯଦି ଭାରତ ଟ୍ରେଡ ଡିଲ ଚାହୁଁଚି ତେବେ ରୁଷ ନିକଟରୁ କଞ୍ଚା ତେଲ କିଣିବା ବନ୍ଦ କରିବ ।
ବର୍ତମାନ ଟ୍ରମ୍ପ ଦାବି କରିଛନ୍ତି ଯେ ଭାରତ ରୁଷ ନିକଟରୁ କଞ୍ଚା ତେଲ କିଣିବ ନାହିଁ ବୋଲି ରାଜି ହୋଇଛି , କିନ୍ତୁ ଅନ୍ୟ ପକ୍ଷରେ ପ୍ରଧାନମନ୍ତ୍ରୀ ମୋଦି ଟ୍ରମ୍ପ ଙ୍କ ନିଷ୍ପତି କୁ ସ୍ୱାଗତ କରିଥିଲେ ସୁଧା ରୁଷ ମାମଲାରେ ଚୁପ ରହିଛନ୍ତି ।
କିନ୍ତୁ ଏହା ପଛର ବଡ଼ କାରଣ ହେଉଛି ଋଟ ଭାରତ ଟ୍ରେଡ ଡିଲ ଅଟେ , ଇଉରପିୟ ସଙ୍ଘ ଓ ଭାରତ ମଧ୍ୟରେ ହୋଇଥିବା ଟ୍ରେଡ ଡିଲ ବର୍ତମାନ ବଡ଼ କାରଣ ହୋଇଛି କ୍ଷ ଭାରତ ଓ ଇଉରପିୟ ସଙ୍ଘ ମଧ୍ୟରେ ଫ୍ରି ଟ୍ରେଡ ଏଗ୍ରିମେଣ୍ଟ କୁ ନେଇ ଟ୍ରମ୍ପ ଙ୍କ ମୁଣ୍ଡ ଖରାପ ହୋଇଛି ଯାହାକୁ ନେଇ ଏଭଳି ନିଷ୍ପତି ନେଇଛନ୍ତି ଟ୍ରମ୍ପ I
ଏହି ଭୟରେ ଟ୍ରମ୍ପ ହେଲେ ଚିନ୍ତିତ , ଚିନ୍ତା କଲେ ତାଙ୍କ ହାତରୁ ଖସି ଯିବ କି ଭାରତ ? ଟ୍ରେଡ ଡିଲ ର ଠିକ ପୂର୍ବରୁ ଆମେରିକାର ନୂଆ ରାଜ ଦୂତ ସର୍ଜିଆ ଗୋର ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିଥିଲେ ଯେ ରାଷ୍ଟ୍ରପତି ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦି ଙ୍କ ସହିତ ଟେଲି ଫୋନ ଯୋଗେ କଥା ହୋଇଛନ୍ତି କ୍ଷ କିନ୍ତୁ ଆମେରିକା ପାଇଁ ଏହା ଗୋଟିଏ ଟ୍ରେଡ ନୁହେଁ , ବରଂ ଗୋଟିଏ ରାଜନୀତି ଓ ଉର୍ଜା ନୀତି ର ମାମଲା , ଆମେରିକା ଚାହୁଁଚି ଭାରତ ଭେନେଜୁଏଲା ନିକଟରୁ ତେଲ କିଣୁ କ୍ଷ ଯାହାଦ୍ୱାରା ରୁଷ ଦୁର୍ବଳ ଅର୍ଥନୀତି ଦେଇ ଗତି କରିବ ଏବଂ ରୁଷ ଯୁକ୍ରେନ ଯୁଦ୍ଧ ର ସମାପ୍ତି ହେବ , କିନ୍ତୁ ଆଗକୁ ଦେଖିବାକୁ ରହିଲା କଣ ଟ୍ରମ୍ପ ଙ୍କ ଟ୍ରେଡ ଡିଲ ରେ ରୁଷ ଭାରତ ସମ୍ପର୍କ ରେ ହେବକି ଫାଟ ?



