୨ ସପ୍ତାହ ପାଇଁ ଯୁଦ୍ଧ ବିରତି ଘୋଷଣା କଲା ଆମେରିକା

୨ ସପ୍ତାହ ପାଇଁ ଯୁଦ୍ଧ ବିରତି ଘୋଷଣା କଲା ଆମେରିକା
Samaya Live News Picture
Published On

ୱାସିଂଟନ: ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି ଉଭୟ ଆମେରିକା ଓ ଇରାନ୍ । ସୋସିଆଲ ମିଡିଆ ‘ଏକ୍ସ’ରେ ଏନେଇ ପୋଷ୍ଟ କରିଛନ୍ତି ଡୋନାଲଡ ଟ୍ରମ୍ପ । ୨ ସପ୍ତାହ ପାଇଁ ଇରାନକୁ ସମୟ ଦେବାକୁ ଗତ ରାତିରେ ପାକିସ୍ତାନ ଆମେରିକାକୁ ଅନୁରୋଧ କରିଥିଲା । ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ୍ ସରିଫ ଏ ସମ୍ପର୍କରେ ଡୋନାଲଡ ଟ୍ରମ୍ପଙ୍କୁ ଅନୁରୋଧ କରିଥିଲେ । ଷ୍ଟ୍ରେଟ୍ ଅଫ୍ ହର୍ମୁଜ ଖୋଲିବା ସର୍ତ୍ତରେ ଯୁଦ୍ଧବିରତି ପାଇଁ ରାଜି ହୋଇଥିବା ଟ୍ରମ୍ପ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି l ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ରୁଷ ଓ ଚୀନ ଭିଟୋ ପାୱାରର ବ୍ୟବହାର କରି ହର୍ମୁଜ୍ ପ୍ରଣାଳୀ ଖୋଲିବା ପାଇଁ ଇରାନ ଉପରେ ଆମେରିକା ର ବଳ ପ୍ରୟୋଗ ପ୍ରସ୍ତାବକୁ ବିରୋଧ କରିଥିଲେ ।

 

Tags: