ଦେଶରୁ ଖସି ପଳାଇବା ଲାଗି ଆମେରିକାର ପ୍ରସ୍ତାବକୁ ମନା କଲେ ୟୁକ୍ରେନ୍‌ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଫେବୃଆରୀ ୨୬: ଆଜି ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧର ତୃତୀୟ ଦିନ । ୟୁକ୍ରେନ୍‌ର ରାଜଧାନୀ କିଭ୍‌କୁ ଦଖଲ କରିବା ଆଶାରେ ଋଷ୍‌ ସେଠାରେ ଲଗାତାର ଗୁଳି ଜାରି କରିବା ସହିତ କେଠାଗୁଡ଼ିକ ଉନପରେ ରକେଡ୍‌ ମାଡ଼ କରୁଛି । ଏହାରି ମଧ୍ୟରେ ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସୁରକ୍ଷାକୁ ଚିନ୍ତା କରି କିଭ୍‌ରୁ ପଳାୟନ କରିବା ପାଇଁ ଆମେରିକା ସହାୟତା ପ୍ରସ୍ତାବ ଦେଇଥିଲା । ହେଲେ ୟୁକ୍ରେନ୍‌ର ରାଷ୍ଟ୍ରପତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି । ସ୍ୱଦେଶ […]

Samaya Live Picture
Published On

ନୂଆଦିଲ୍ଲୀ: ଫେବୃଆରୀ ୨୬: ଆଜି ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧର ତୃତୀୟ ଦିନ । ୟୁକ୍ରେନ୍‌ର ରାଜଧାନୀ କିଭ୍‌କୁ ଦଖଲ କରିବା ଆଶାରେ ଋଷ୍‌ ସେଠାରେ ଲଗାତାର ଗୁଳି ଜାରି କରିବା ସହିତ କେଠାଗୁଡ଼ିକ ଉନପରେ ରକେଡ୍‌ ମାଡ଼ କରୁଛି ।

ଏହାରି ମଧ୍ୟରେ ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସୁରକ୍ଷାକୁ ଚିନ୍ତା କରି କିଭ୍‌ରୁ ପଳାୟନ କରିବା ପାଇଁ ଆମେରିକା ସହାୟତା ପ୍ରସ୍ତାବ ଦେଇଥିଲା । ହେଲେ ୟୁକ୍ରେନ୍‌ର ରାଷ୍ଟ୍ରପତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି ।

ସ୍ୱଦେଶ ଛାଡ଼ି ଚାଲିଯିବାକୁ ଯୁକ୍ତରାଷ୍ଟ୍ର ଆମେରିକା କହିବା ପରେ ୟୁକ୍ରେନ୍‌ର ରାଷ୍ଟ୍ରପତି କହିଲେ, ଯୁଦ୍ଧ ଚାଲିଛି, ମୋର ଗୋଳାବାରୁଦ ଆବଶ୍ୟକ, ପରିବହନ ନୁହେଁ ।
ଅନ୍ୟପକ୍ଷରେ ୟୁକ୍ରେନ୍‌ର ରାଷ୍ଟ୍ରପତିଙ୍କ ପଳାୟନ ଗୁଜବ ସାମାଜିକ ଗଣମାଧ୍ୟମରେ ପ୍ରସାର ହେବା ପରେ, ସେ କେତେକ ପ୍ରମୁଖ ସହଯୋଗୀଙ୍କ ଗହଣରେ ରାଷ୍ଟ୍ରପତି ଭବନ ବାହାରେ ଠିଆ ହୋଇ ରୁଷୀୟ ଆକ୍ରମଣରୁ କିଭ୍‌କୁ ରକ୍ଷା କରିବା ପାଇଁ ପ୍ରତିଜ୍ଞା କରୁଥିବାର ଏକ ଭିଡିଓ ସର୍ବସାଧାରଣରେ ଜାରି କରିଛନ୍ତି ।

ଦେଶରୁ ଖସି ପଳାଇବା ଲାଗି ଆମେରିକାର ପ୍ରସ୍ତାବକୁ ମନା କଲେ ୟୁକ୍ରେନ୍‌ ରାଷ୍ଟ୍ରପତି
ଭିଡିଓରେ ସେ କହିଛନ୍ତି, ଆମେ ସମସ୍ତେ ଅଛୁ । ଆମେ ସେନା ଅଛି । ନାଗରିକ ଓ ସମାଜ ବି ଅଛି । ଆମ ସ୍ୱାଧୀନତା, ଆମ ଦେଶର ସୁରକ୍ଷା ପାଇଁ ଆମେ ସମସ୍ତେ ଏଇଠି ରହିଛୁ ଏବଂ ଏମିତି ରହିଥିବୁ । ସାମରିକ ସହାୟତା ପାଇଁ ୟୁକ୍ରେନୀୟ ରାଷ୍ଟ୍ରପତି ବିଶେଷକରି ପାଶ୍ଚାତ୍ୟ ଦେଶମାନଙ୍କୁ ଅନୁରୋଧ କରୁଛନ୍ତି । ଶୁକ୍ରବାର ଦିନ ସେ ସାମରିକ ସହାୟତା ଏବଂ କଟକଣା ଲାଗି ସେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ କଥା ହୋଇଥିବା କଥା ସୂଚନା ମିଳିଛି ।