୩୦୦୦ ଭାରତୀୟଙ୍କୁ ବ୍ରିଟିଶ ଭିସା ମଞ୍ଜୁର

ଲଣ୍ଡନ୍‌: ବ୍ରିଟେନରେ କାର୍ଯ୍ୟ କରିବା ନିମନ୍ତେ ପ୍ରତିବର୍ଷ ଭାରତରୁ ୩୦୦୦ ଯୁବ ବିଶେଷଜ୍ଞଙ୍କ ପାଇଁ ‘ଭିସା’ ଯୋଗାଇ ଦେବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଋଷି ସୁନକ୍‌ ଗୃହୀତ କରିଛନ୍ତି । ଗତବର୍ଷ ହୋଇଥିବା ‘ୟୁକେ-ଇଣ୍ଡିଆ ମାଇଗ୍ରେସନ୍‌’ ଏବଂ ‘ମୋବିଲିଟି ପାର୍ଟନର୍ସିପ୍‌’ ରାଜିନାମାର ସାମର୍ଥ୍ୟ ଉପରେ ଗୁରୁତ୍ୱାରୋପ କରି ବ୍ରିଟିସ୍‌ ସରକାର କହିଛନ୍ତି, ଏହି ଯୋଜନାରୁ ଲାଭ ପାଇବାରେ ଭାରତ ହେଉଛି ପ୍ରଥମ ‘ଭିସା-ନ୍ୟାସ୍ନାଲ୍‌’ ଦେଶ । Today the UK-India Young Professionals Scheme was confirmed, offering […]

Samaya Live Picture
Published On

ଲଣ୍ଡନ୍‌: ବ୍ରିଟେନରେ କାର୍ଯ୍ୟ କରିବା ନିମନ୍ତେ ପ୍ରତିବର୍ଷ ଭାରତରୁ ୩୦୦୦ ଯୁବ ବିଶେଷଜ୍ଞଙ୍କ ପାଇଁ ‘ଭିସା’ ଯୋଗାଇ ଦେବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଋଷି ସୁନକ୍‌ ଗୃହୀତ କରିଛନ୍ତି । ଗତବର୍ଷ ହୋଇଥିବା ‘ୟୁକେ-ଇଣ୍ଡିଆ ମାଇଗ୍ରେସନ୍‌’ ଏବଂ ‘ମୋବିଲିଟି ପାର୍ଟନର୍ସିପ୍‌’ ରାଜିନାମାର ସାମର୍ଥ୍ୟ ଉପରେ ଗୁରୁତ୍ୱାରୋପ କରି ବ୍ରିଟିସ୍‌ ସରକାର କହିଛନ୍ତି, ଏହି ଯୋଜନାରୁ ଲାଭ ପାଇବାରେ ଭାରତ ହେଉଛି ପ୍ରଥମ ‘ଭିସା-ନ୍ୟାସ୍ନାଲ୍‌’ ଦେଶ ।

ଟୁଇଟ୍‌ କରି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି, ଆଜି ‘ୟୁକେ-ଇଣ୍ଡିଆ ୟଙ୍ଗ୍‌ ପ୍ରଫେସ୍ନାଲ୍‌ ସ୍କିମ୍‌’ ସୁନିଶ୍ଚିତ କରାଗଲା । ଇଂଲଣ୍ଡକୁ ଆସି ୨ ବର୍ଷ ପର୍ଯ୍ୟନ୍ତ ରହି କାର୍ଯ୍ୟ କରିବା ଲାଗି ୧୮ରୁ ୩୦ ବର୍ଷ ବୟସ୍କ ଡିଗ୍ରି-ଏଡୁକେଟେଡ୍‌ ଭାରତୀୟ ନାଗରିକମାନଙ୍କୁ ୩୦୦୦ ନିଯୁକ୍ତି ମିଳିବ ।

ଉଲ୍ଲେଖଯୋଗ୍ୟ, ‘ଜି୨୦ ଶିଖର ସମ୍ମିଳନୀ’ର ୧୭ଶ ଅଧିବେଶନ ଅବସରରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଋଷି ସୁନକ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର କିଛି ସମୟ ପରେ ଡାଉନିଙ୍ଗ୍‌ ଷ୍ଟ୍ରିଟ୍‌ରେ ଉପରୋକ୍ତ ଘୋଷଣା କରାଯାଇଛି ।

ଗତମାସରେ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇବା ପରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ୍‌ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଥିଲେ । ଟୁଇଟ୍‌ କରି ଭାରତର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲେଖିଛି, ବାଲିରେ ‘ଜି୨୦ ଶିଖର ସମ୍ମିଳନୀ’ର ପ୍ରଥମ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଋଷି ସୁନକ୍‌ ଆଳାପ କରୁଛନ୍ତି ।