ଅର୍ଥନୀତିରେ ୨ ଆମେରିକୀୟଙ୍କୁ ନୋବେଲ

ଅର୍ଥନୀତିରେ ୨ ଆମେରିକୀୟଙ୍କୁ ନୋବେଲ
Samaya Live News Picture
Published On

ନୂଆଦିଲ୍ଲୀ : ଆମେରିକୀୟ ଅର୍ଥନୀତିଜ୍ଞ ରବର୍ଟ ଇ. ହଲ୍ ଏବଂ ମାଇକେଲ୍ ଉଡଫୋର୍ଡଙ୍କୁ ନୋବେଲ ପୁରସ୍କାର ପ୍ରଦାନ । ଷ୍ଟକହୋମଠାରେ ରୟାଲ୍ ସ୍ୱିଡିଶ୍ ଏକାଡେମୀ ଅଫ୍ ସାଇନ୍ସ ପକ୍ଷରୁ ସେମାନଙ୍କୁ "ମାକ୍ରୋଇକୋନୋମିକ୍ ଷ୍ଟାବିଲାଇଜେସନର ମାଇକ୍ରୋଇକୋନୋମିକ୍ ଭିତ୍ତିଭୂମି"କ୍ଷେତ୍ରରେ ଅଭିନବ ଗବେଷଣା ପାଇଁ ଏହି ସମ୍ମାନଜନକ ପୁରସ୍କାର ଲାଗି ମନୋନୀତ କରାଯାଇଛି ।"ସମୟସୀମା ଅନୁଯାୟୀ ଆର୍ଥିକ ଏବଂ ମୁଦ୍ରା ନୀତି ପଦକ୍ଷେପ ଅର୍ଥନୀତିର ଶିଖର ଏବଂ ସ୍ତରକୁ ହ୍ରାସ କରିପାରିବ"।

ରବର୍ଟ ଇ. ହଲ୍ ଙ୍କ ଜନ୍ମ ୧୯୪୩ ମସିହା । ସେ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରେ ଅର୍ଥନୀତି ପ୍ରଫେସର ଅଛନ୍ତି । ସେହିପରି ମାଇକେଲ୍ ଉଡଫୋର୍ଡ ଙ୍କ ଜନ୍ମ ୧୯୫୫ ମସିହା । ବର୍ତ୍ତମାନ ସେ କଲମ୍ବିଆ ବିଶ୍ୱବିଦ୍ୟାଳୟରେ ରାଜନୈତିକ ଅର୍ଥନୀତି ପ୍ରଫେସର ଅଛନ୍ତି ।

ଏହି ଅର୍ଥନୀତିଜ୍ଞଙ୍କ ଦ୍ୱାରା ବିକଶିତ ମଡେଲ୍ ଦର୍ଶାଏ ଯେ କିପରି ସଠିକ୍ ସମୟରେ ନିଆଯାଉଥିବା ରାଜକୋଷୀୟ ଏବଂ ମୁଦ୍ରାନୀତି ପଦକ୍ଷେପ ଦ୍ୱାରା ବଜାରର ବଡ଼ ଧରଣର ଉତ୍ଥାନ-ପତନ ବା ଆର୍ଥିକ ମାନ୍ଦାବସ୍ଥାକୁ ସଫଳତାର ସହ ନିୟନ୍ତ୍ରଣ କରାଯାଇପାରିବ ।

ବିଶ୍ୱର ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଏବଂ ସରକାର ବର୍ତ୍ତମାନ ଏହି ମଡେଲ୍ ବ୍ୟବହାର କରି ଆର୍ଥିକ ଶକ୍ତି ସଙ୍କଟର  ସହଜରେ ମୁକାବିଲା କରିପାରୁଛନ୍ତି ।

Tags: