ପ୍ରତିଶୋଧ ନେବାକୁ ଟ୍ରମ୍ପଙ୍କ ପ୍ରତିଜ୍ଞା

Samaya Live News Picture
Published On

WhatsApp Image 2025-12-14 at 4.20.27 PM (3)ଏକ ଆକ୍ରମଣ ୧୩ ଡିସେମ୍ବର ସିରିଆର ପାଲମିରା ଅଞ୍ଚଳ ପାଖରେ ହୋଇଥିଲା । ଆମେରିକା ସେଣ୍ଟର କମାଣ୍ଡ ଅନୁସାରେ ଏହି ଆକ୍ରମଣ ସେତେବେଳେ ହେଲା ଯେତେବେଳେ ଆମେରିକା ସୈନିକ ଆତଙ୍କବାଦୀ ବିରୋଧୀ ଅପରେସନ କରୁଥିଲେ । ଆକ୍ରମଣ କରିଥିବା ଜଣଙ୍କ ଏକମାତ୍ର ଆଇଏସଆଇଏସ ବନ୍ଧୁକଧାରୀ ଥିଲା । ହଠାତ ନିଜର ସମସ୍ତ ବଳକୌଶଳ ଲଗାଇ ଘାତକ ଗୁଳିଚାଳନା କରିବା ଆରମ୍ଭ କରିଥିଲା । ଏହି ଆକ୍ରମଣରେ ଦୁଇ ଆମେରିକୀୟ ସୈନିକ ଏବଂ ଜଣେ ଆମେରିକୀୟ ଅନୁବାଦକଙ୍କ ମୃତ୍ୟୁ ହୋଇଥିବାବେଳେ ତିନି ଜଣ ଆହତ ହୋଇଥିଲେ । ଆକ୍ରମଣକାରୀକୁ ସେହି ସ୍ଥାନରେ ଆମେରିକୀୟ ସୁରକ୍ଷା କର୍ମୀମାନେ ମାରିଦେଇଥିଲେ ।WhatsApp Image 2025-12-14 at 4.20.27 PM

ଏହି ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ ବୟାନ ଦେଇଛନ୍ତି । ହ୍ୱାଇଟ ହାଉସରେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା ସମୟରେ ଟ୍ରମ୍ପ କହିଛନ୍ତି ମରିଥିବା ତିନିଜଣ ମହାନ ଦେଶଭକ୍ତ ଥିଲେ । ଏହି ଆକ୍ରମଣ ଆମେରିକା ଏବଂ ସିରିଆ ଦୁଇଜଣଙ୍କ ଉପରେ ଥିଲା । ଆମେ ଏହାର ଜବାବ ନିଶ୍ଚିନ୍ତ ଦେବୁ । ଏହା ପରେ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ  ଏକ୍ସରେ ଲେଖିଛନ୍ତି ଆମେରିକା ଏବଂ ସିରିଆ ବିରୋଧରେ ଆଇଏସଆଇଏସ ଆକ୍ରମଣ ପାଇଁ ଏକ ଅତ୍ୟନ୍ତ ଗମ୍ଭୀର ପ୍ରତିଶୋଧ ନିଆଯିବ । ସେ ଏହା ମଧ୍ୟ କହିଛନ୍ତି ସିରିଆର ନୂଆ ରାଷ୍ଟ୍ରପତି ଅହମ୍ମଦ ଅଲସାରା ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି ଏବଂ ବିଚଳିତ ଅଛନ୍ତି । ଆକ୍ରମଣ ସେହି ଅଞ୍ଚଳରେ ହେଲା ଯାହା ଏବେ ସମ୍ପୂର୍ଣ୍ଣ ଭାବେ ସିରିଆ ସରକାରଙ୍କ ନିୟନ୍ତ୍ରଣରେ ନାହିଁ ଏବଂ ଏହା ସବୁଠୁ ବିପଦପୂର୍ଣ୍ଣ ସ୍ଥାନ ଭାବେ ଜଣାଶୁଣା । ଏବେ ସିରିଆରେ ୯୦୦ ଆମେରିକୀୟ ସୈନ୍ୟ ଉପସ୍ଥିତ ଅଛନ୍ତି । ଯେଉଁମାନେ ଆଇଏସଆଇଏସ ବିପକ୍ଷ ଅଭିଯାନ ଲାଗିଛନ୍ତି । ହେଲେ ଆମେରିକା ଏବଂ ସିରିଆ ମଧ୍ୟରେ ସମ୍ପର୍କ ଏତେ ଖରାପ କଣ ପାଇଁ ।

WhatsApp Image 2025-12-14 at 4.20.27 PM (1)

ସିରିଆ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ଦୀର୍ଘ ଦଶକ ଧରି ଉତ୍ତେଜନାପୂର୍ଣ୍ଣ ରହିଛି । ଆମେରିକା ଦୀର୍ଘ ସମୟରୁ ସିରିଆ ଉପରେ ସାମ୍ରାଜ୍ୟବାଦ, ମାନବ ଅଧିକାର ଉଲଙ୍ଘନ ଏବଂ ଆତଙ୍କୀ ସଙ୍ଗଠନକୁ ସମର୍ଥନ ଦେଉଥିବାର ଆରୋପ ଲଗାଇ ଆସୁଛି । ବଶର ଅଲ ଅସଦ ସରକାର ଆମେରିକା ନଜରରେ ସର୍ବଦା ବିବାଦୀୟ ଏବଂ ଶତ୍ରୁ ସରକାର ରହିଛି । ୨୦୧୧ରେ ଯେତେବେଳେ ସିରିଆରେ ଗୃହଯୁଦ୍ଧ ଆରମ୍ଭ ହେଲା ସେତେବେଳେ ଆମେରିକା ଅସଦ ସରକାର ବିରୋଧରେ ବିଦ୍ରୋହୀ ଦଳ କୁ ସମର୍ଥନ କରିଥିଲା । ଋଷ ଏବଂ ଇରାନ ଅସଦ ସରକାର ସହିତ ଛିଡା ହୋଇଥିଲା । ପରେ ଅସଦ ସରକାର ତଳେ ପଡିବା ପରେ ଅହମ୍ମଦ ଅଲ ସାରା ସରକାରକୁ ଆସିଥିଲେ । ଯାହାଙ୍କର ଅତୀତ ଅଲକାଏଦା ସହ ଯୋଡି ହୋଇ ରହିଥିଲା । ଟ୍ରମ୍ପ ତାଙ୍କୁ ଭେଟିବା ପୂର୍ବରୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ହଟାଇଦେଇଥିଲେ । ହେଲେ ସମ୍ପୂର୍ଣ୍ଣ ଭରସା ଏବେ ପର୍ଯ୍ୟନ୍ତ ମଧ୍ୟ ନାହିଁ ।

WhatsApp Image 2025-12-14 at 4.20.27 PM (2)

ସିରିଆର ବୈଦେଶିକ ମନ୍ତ୍ରୀ ଅସାଦ ଅଲ ଶାଇବାନି ଦେଶ ଆକ୍ରମଣକୁ ନିନ୍ଦା କରିଛନ୍ତି ଏବଂ ଆମେରିକୀୟ ପୀଡିତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ କହିଛନ୍ତି ଏହା ଜାଣି ରଖନ୍ତୁ ଯଦି ଆପଣ ଆମେରିକୀୟମାନଙ୍କୁ ଟାର୍ଗେଟ କରନ୍ତି ବିଶ୍ୱର ଯେ କୌଣସି ସ୍ଥାନରେ ଆପଣ ଆପଣଙ୍କର ବାକି ସଂକ୍ଷିପ୍ତ , ଚିନ୍ତିତ ଜୀବନ ବିତାଇବେ ଏହା ଜାଣି ଯେ ଆମେରିକା ଆପଣଙ୍କୁ ଖୋଜିବ ଏବଂ ନିର୍ମମ ଭାବେ ହତ୍ୟା କରିବ । ଆଇଏସଆଇଏସ ଯେଉଁଠୁ ଆମ ଲୋକଙ୍କୁ ଟାର୍ଗେଟ୍ କରିବ ଆମେ ସେଇଠି ଧସେଇ ପଶି ତାଙ୍କୁ ଶେଷ କରିବୁ । ଆମେରିକା ସୈନ୍ୟ ଏବେ ଶତ୍ରୁଙ୍କ ପାଇଁ କାଳ ହୋଇ ରହିବ । ସିରିଆ ଉପରେ ଏହି ଆକ୍ରମଣ ଏହା ସୂଚାଉଛି ଯେ ଆଇଏସଆଇଏସ ଦୁର୍ବଳ ହୋଇଛି ସତ ହେଲେ ଶେଷ ହୋଇନାହିଁ । ଏବେ ସମସ୍ତଙ୍କ ନଜର ଆମେରିକାର କାର୍ଯ୍ୟନ୍ୱୟନ ଉପରେ ରହିଛି । କଣ ଏହି ଜବାବ ସିରିଆ ପର୍ଯ୍ୟନ୍ତ ସିମିତ ରହିବ ନା ପୁରା ଅ’ଳର ପରିସ୍ଥିତି ଆହୁରି ଖରାପ ହେବ?

Tags: