ଇରାନର ବ୍ରହ୍ମାସ୍ତ୍ରକୁ ନେଇ ଚିନ୍ତିତ ଟ୍ରମ୍ପ!

ଇରାନର ବ୍ରହ୍ମାସ୍ତ୍ରକୁ ନେଇ ଚିନ୍ତିତ ଟ୍ରମ୍ପ!
Samaya Live News Picture
Published On

ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଯାଉଛି ବଡ଼ ଚୁକ୍ତି। କିନ୍ତୁ ଏହାର ପଛରେ ଲୁଚିଛି ଏମିତି ଏକ କାହାଣୀ, ଯାହା ବିଶ୍ୱ ରାଜନୀତିକୁ ବଦଳାଇ ଦେଇପାରେ। ହର୍ମୁଜ୍ ପ୍ରଣାଳୀ ଉପରେ ଇରାନର ବଢ଼ୁଥିବା ପ୍ରଭାବ କଣ ଆମେରିକା ପାଇଁ ନୂଆ ଚ୍ୟାଲେଞ୍ଜ? କାହିଁକି ବିଶ୍ୱର ଶକ୍ତିଶାଳୀ ଦେଶମାନେ ଏବେ ଇରାନର କ୍ଷମତାକୁ ନେଇ ଚିନ୍ତିତ? ଏବଂ କିପରି ଏହି ଗୋଟିଏ ସମୁଦ୍ର ପଥ ବିଶ୍ୱ ତୈଳ ବଜାରର ଭବିଷ୍ୟତ ନିର୍ଣ୍ଣୟ କରିପାରେ?

WhatsApp Image 2026-06-18 at 1.22.54 PM (1)
ମଧ୍ୟପ୍ରାଚ୍ୟର ଯୁଦ୍ଧ ଓ କୂଟନୀତି ମଧ୍ୟରେ ଏକ ବଡ଼ ପରିବର୍ତ୍ତନ ଦେଖାଯାଉଛି। ଆମେରିକା ଓ ଇସ୍ରାଏଲ ସହ ତୀବ୍ର ସଂଘର୍ଷ ପରେ ଇରାନ ଏବେ ଏମିତି ଏକ ଶକ୍ତିର ମାଲିକ ହୋଇଛି, ଯାହାକୁ ଅନେକ ବିଶ୍ଳେଷକ ବ୍ରହ୍ମାସ୍ତ୍ର ବୋଲି ବର୍ଣ୍ଣନା କରୁଛନ୍ତି। ସେହି ଶକ୍ତି ହେଉଛି ହର୍ମୁଜ୍ ପ୍ରଣାଳୀ ଉପରେ ଇରାନର ପ୍ରଭାବ। ବିଶ୍ୱର ପ୍ରାୟ ୨୦ ଶତାଂଶ ତୈଳ ବାଣିଜ୍ୟ ଏହି ସମୁଦ୍ରପଥ ଦେଇ ଯାଏ। ଯଦି ଏହି ରାସ୍ତା ବନ୍ଦ ହୋଇଯାଏ, ତେବେ ବିଶ୍ୱ ଅର୍ଥନୀତି ଉପରେ ଗୁରୁତର ପ୍ରଭାବ ପଡ଼ିପାରେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆମେରିକୀୟ ଗୁପ୍ତଚର ସଂସ୍ଥାମାନେ ଏବେ ବିଶ୍ୱାସ କରୁଛନ୍ତି ଯେ ଇରାନ ହର୍ମୁଜ୍ ପ୍ରଣାଳୀକୁ ପ୍ରଭାବଶାଳୀ ଭାବେ ନିୟନ୍ତ୍ରଣ କରିବାର କ୍ଷମତା ଦେଖାଇଛି। ପୂର୍ବରୁ ଧାରଣା ଥିଲା ଯେ ଯଦି ଇରାନ ଏହି ପଥକୁ ବନ୍ଦ କରେ, ତେବେ ଆମେରିକା ଖୁବ୍ ଶୀଘ୍ର ଏହାକୁ ପୁଣି ଖୋଲିଦେବ। କିନ୍ତୁ ସମ୍ପ୍ରତିର ପରିସ୍ଥିତି ସେହି ଧାରଣାକୁ ଚ୍ୟାଲେଞ୍ଜ କରିଛି। ଏହି ସମୟରେ ଆମେରିକା ଓ ଇରାନ ମଧ୍ୟରେ ଏକ ନୂତନ ଚୁକ୍ତିର ପ୍ରକ୍ରିୟା ମଧ୍ୟ ଆଗକୁ ବଢ଼ୁଛି। ରିପୋର୍ଟ ଅନୁଯାୟୀ, ଉଭୟ ଦେଶ ପରମାଣୁ ପ୍ରସଙ୍ଗରେ ପୁଣିଥରେ ଆଲୋଚନା ଆରମ୍ଭ କରିବାକୁ ସହମତ ହୋଇଛନ୍ତି। ଏହା ସହିତ ଇରାନର ବିଦେଶରେ ଅଟକିଥିବା ଅର୍ଥର କିଛି ଅଂଶ ମୁକ୍ତ ହେବାର ଖବର ମଧ୍ୟ ସାମ୍ନାକୁ ଆସିଛି। ଇରାନର ଦାବି ହେଉଛି ଯେ ବର୍ଷ ଧରି ବିଭିନ୍ନ ଦେଶ ଓ ବ୍ୟାଙ୍କରେ ତାହାର ବହୁ ପରିମାଣର ଅର୍ଥ ଫ୍ରିଜ୍ କରାଯାଇଥିଲା। ବର୍ତ୍ତମାନ ସେହି ଅର୍ଥ ଧୀରେ ଧୀରେ ମୁକ୍ତ ହେବାର ସମ୍ଭାବନା ଦେଖାଯାଉଛି, ଯାହା ଇରାନର ଅର୍ଥନୀତିକୁ ବଡ଼ ସହାୟତା ଦେଇପାରେ। ଅନ୍ୟପଟେ, ଏହି ସଂଘର୍ଷ ଇରାନର ସାମରିକ କ୍ଷମତାକୁ ମଧ୍ୟ ବିଶ୍ୱ ସମ୍ମୁଖରେ ଆଣିଛି।

WhatsApp Image 2026-06-18 at 1.22.54 PM (2)

କ୍ଷେପଣାସ୍ତ୍ର, ଡ୍ରୋନ୍ ଏବଂ ନୌସେନା ଶକ୍ତି ସହ ଇରାନ ଏହା ପ୍ରମାଣ କରିଛି ଯେ ସେ ମଧ୍ୟପ୍ରାଚ୍ୟର ଏକ ପ୍ରମୁଖ ଶକ୍ତି ଭାବେ ନିଜ ସ୍ଥାନକୁ ଆହୁରି ମଜବୁତ କରିଛି। ଏବେ ପ୍ରଶ୍ନ ହେଉଛି, ଇରାନର ନୂଆ ଶକ୍ତି! ହର୍ମୁଜ୍ ପ୍ରଣାଳୀ ହେଲା ବିଶ୍ୱ ଅର୍ଥନୀତିର ବ୍ରହ୍ମାସ୍ତ୍ର। ଆସନ୍ତା ଦିନରେ ହର୍ମୁଜ୍ ପ୍ରଣାଳୀ ବିଶ୍ୱ ରାଜନୀତି ଓ ଅର୍ଥନୀତିର ସବୁଠାରୁ ବଡ଼ ଚାପ ସୃଷ୍ଟିକାରୀ ଅସ୍ତ୍ର ହେବ କି? ଏହାର ଉତ୍ତର ଆଗାମୀ ସମୟ ଦେବ।

Tags: