ଇରାନକୁ ଖୋଲା ଚେତାବନୀ ଦେଲେ ଟ୍ରମ୍ପ

ଇରାନକୁ ଖୋଲା ଚେତାବନୀ ଦେଲେ ଟ୍ରମ୍ପ

ଇରାନ ବିରୁଦ୍ଧରେ ଟ୍ରମ୍ପଙ୍କ ବଡ ଚାଲା ଟ୍ରମ୍ପଙ୍କ ବଡ ଗେମ ଫାସରେ କଣ ଫସିଯିବେ କି ବେଞ୍ଜାମିନ ନେତାନ୍ୟାହୁା ମ୍ମ୍ଙ୍କ ଗୋଟିଏ ସୋସିଆଲ ମିଡିଆ ପୋଷ୍ଟରେ ଏବେ ଇରାନ ସରକାରଙ୍କ ଗାଦି ଟଳମଳ । ଇରାନରେ ୧୫ ଦିନରୁ ଅଧିକ ସମୟ ଧରି ଉତେଜନା ଲାଗି ରହିଛିା କିନ୍ତୁ ଜନସାଧାରଣଙ୍କ ମଧ୍ୟରେ କ୍ରୋଧର ନିଆଁ ଏବେ ବି ଜଳୁଛି । ଇରାନରେ ଲୋକମାନେ ରାଜରାସ୍ତାକୁ ଓଲ୍ଲାଇଛନ୍ତି ଏବଂ ସରକାରଙ୍କୁ ସିଧାସଳଖ ଚ୍ୟାଲେଞ୍ଜ କରୁଛନ୍ତିା କିନ୍ତୁ ଏବେ ଏହି ଆନ୍ଦୋଳନରେ ଏକ ନାମ ଯୋଡି ହୋଇଛି ଯାହା ଫଳରେ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛିା ଏହି ଆନେ୍ଦାଳନ ସେତେବେଳେ ଆରମ୍ଭ ହେଲା ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ସମାଲୋଚନା କଲୋ ଟ୍ରମ୍ପ ପ୍ରତିବାଦକାରୀଙ୍କ ଉଦ୍ଦେଶ୍ୟରେ ଏକ ପୋଷ୍ଟ  କରଛନ୍ତିା ଯାହା  ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛିା କଣ ଆମେରିକା ସିଧାସଳଖ ହସ୍ତକ୍ଷେପ କରିବାକୁ ଚାହୁଁଛି କି ଇରାନ ରାଜନୀତିରୋ  ଏଭଳି ଚର୍ଚ୍ଚା ହେବାର କାରଣ ହେଉଛି ଟ୍ରମ୍ପଙ୍କ ସୋସିଆଲ ମିଡିଆ ପୋଷ୍ଟା ଡୋନାଲ୍ଡ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି,ଇରାନୀ ଦେଶଭକ୍ତ ନିଜ ଆନେ୍ଦାଳନ ଜାରି ରଖନ୍ତୁା ହତ୍ୟାକାରୀ ଏବଂ ଦୁର୍ବ୍ୟବହାରକାରୀଙ୍କ ନାମକୁ ମନେରଖା ଯେଉମାନେ ଅପମାନ କରିଛନ୍ତି ତାଙ୍କ ନାଁ କୁ ମନେରଖା ତାଙ୍କୁ ଏହାର ଉଚିତ ଜବାବ ଦିଆ ଯେଉଁଯାଏଁ ପ୍ରଦର୍ଶନକାରୀଙ୍କୁ ହତ୍ୟା କରିବା ବନ୍ଦ ନକରାଯାଏ, ସେ ଯାଏଁ ଆନେ୍ଦାଳନ ଜାରି ରଖା । ମୁଁ ଇରାନୀ ଅଧିକାରୀଙ୍କ ସହ ସମସ୍ତ ବୈଠକ ବାତିଲ କରିଦେଇଛି । ସବୁ ପ୍ରକାରର ସାହାର୍ଯ୍ୟ କରିବାକୁ ପ୍ରସ୍ତୁତା ଟ୍ରମ୍ପଙ୍କ ଗୋଟିଏ ବାକ୍ୟ, ସହାୟତା ଆସୁଛି।" ବିଶ୍ୱ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛିା ଏବେ ପ୍ରଶ୍ନ ହେଉଛି ଏହା କେବଳ ଏକ ରାଜନୈତିକ ବିବୃତ୍ତି ନା ଇରାନ ବିରୁଦ୍ଧରେ ଏକ ବଡ଼ ଆକ୍ରମଣ ନାଁ ଷଡଯନ୍ତ୍ରା । ଇରାନର ପରିସ୍ଥିତି ପୂର୍ବରୁ ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ଅଛିା । ମୁଦ୍ରାସ୍ଫୀତି, ବେକାରୀ ସମସ୍ୟା, ଲୋକମାନଙ୍କ ବିରୋଦ୍ଧରେ କଠୋର ଆଇନ ବିରୋଧରେ ପ୍ରତିବାଦ କରିବାକୁ ରାସ୍ତାକୁ ଓହ୍ଲାଇ ଆସିଛନ୍ତି ହଜାର ହଜାର ଲୋକ । ସରକାରୀ କୋଠା ବାହାରେ ସ୍ଲୋଗାନ, ସୁରକ୍ଷା ବାହିନୀ ସହିତ ସଂଘର୍ଷ ଏବଂ ବିଭିନ୍ନ ସ୍ଥାନରେ ହିଂସାର ହେଉଥିବାର ରିପୋର୍ଟ ଆସିଛି । ଏହି ସମୟରେ, ଆମେରିକା ରାଷ୍ଟ୍ରପତିଙ୍କ ଇରାନ ପ୍ରତିବାଦକାରୀଙ୍କୁ ଖୋଲା ସମର୍ଥନ ଇରାନ ସରକାରଙ୍କୁ ସିଧାସଳଖ ଚ୍ୟାଲେଞ୍ଜ ଦେଉଛନ୍ତି ଟ୍ରମ୍ପା ଏହା ବ୍ୟତୀତ, ଟ୍ରମ୍ପଙ୍କ ପୋଷ୍ଟର କିଛି ଘଣ୍ଟା ପରେ, ଇରାନର ନିର୍ବାସିତ ଯୁବରାଜ ରେଜା ପେହଲଭି ମଧ୍ୟ ସେ ଏକ ନୂତନ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି, "ମୋର ଦେଶବାସୀଗଣ, ବିଶ୍ୱ କେବଳ ତୁମର ସ୍ୱର ଏବଂ ସାହସ ଦେଖିନାହିଁ, ବରଂ ମୁଁ ମଧ୍ୟ ଏହା ଶୁଣିଛି, ଏବେ ତ ଆପଣମାନେହୁଏତଃ ଆମେରିକାର ରାଷ୍ଟ୍ରପତିଙ୍କ ବାର୍ତ୍ତା ଶୁଣିଥିବେ।ସାହାଯ୍ୟ ଆସୁଛି। ଯେପରି ଲଢ଼ି ଚାଲିଛ ସେହିପରି ଲଢ଼ି ଚାଲ । ଏଭଳି ବାର୍ତା ଶୁଣି ଆପଣମାନେ ମୁର୍ଖ ହୁଅନ୍ତୁନିା ଆପଣଙ୍କ ଜୀବନକୁ ଏଭଳି ବଳିଦାନ ଦିଅନ୍ତୁନିା । ସମସ୍ତ ହତ୍ୟାକାଣ୍ଡ ପରେ, ଆମ ଏବଂ ଏହି ଶାସନ ମଧ୍ୟରେ ରକ୍ତର ସମୁଦ୍ର ବୋହୁଛିା  ସମସ୍ତ ଅପରାଧୀଙ୍କ ନାମ ମନେରଖ। ସେମାନଙ୍କ କାର୍ୟ୍ୟ ପାଇଁ ସେମାନଙ୍କୁ ଦଣ୍ଡ ଦିଆଯିବ। କିନ୍ତୁ ମୋର ସାମରିକ ବାହିନୀର ସଦସ୍ୟମାନଙ୍କ ପାଇଁ ଏକ ବିଶେଷ ବାର୍ତ୍ତା ମଧ୍ୟ ଅଛି। ତୁମେମାନେ ଇରାନର ଜାତୀୟ ସେନା।ଇସଲାମିକ୍ ଗଣରାଜ୍ୟର ସେନା ନୁହେଁ । ଆପଣମାନଙ୍କର କର୍ତ୍ତବ୍ୟ ହେଉଛି ଆମ ଦେଶବାସୀଙ୍କ ଜୀବନକୁ ସୁରକ୍ଷା ଦେବା । ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଟ୍ରମ୍ପ ଏବଂ ପହଲାଭିଙ୍କ ବକ୍ତବ୍ୟ ଇରାନରେ ଚାଲିଥିବା ଆନ୍ଦୋଳନକୁ ଅନ୍ତର୍ଜାତୀୟ ସମର୍ଥନ ଯୋଗାଇ ଦେଉଛି।ଏହି ଆନ୍ଦୋଳନ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ପରିଣତ ହେବାର ଆଶଙ୍କା ମଧ୍ୟ ବଢୁଛି। ତେଣୁ, ପ୍ରଶ୍ନଟି ସ୍ପଷ୍ଟ:ଟ୍ରମ୍ପ କେବଳ ନୀଚ ରାଜନୀତି କରୁଛନ୍ତି କି, ନା ଇରାନରେ ଶାସନ ପରିବର୍ତ୍ତନର ସ୍କ୍ରିପ୍ଟ ପୂର୍ବରୁ ଲେଖା ହୋଇସାରିଛି? ସାହାଯ୍ୟ ଆସୁଛି କାହିଁକି କହିଛନ୍ତି ଟ୍ରମ୍ପା ଏହି ତିନୋଟି ଶବ୍ଦ ଇରାନ ପାଇଁ ଆଶାର ସଙ୍କେତ ନା ଏକ ବଡ଼ ସଂଘର୍ଷର ସଙ୍କେତ? ତାହା ଆଗାମୀ ଦିନରେ ହିଁ ଜଣାପଡିବା

ସମ୍ବନ୍ଧିତ ଖବର ସେବା କ୍ଷେତ୍ରରେ ଉଦାହରଣ ସୃଷ୍ଟି କଲେ ପାରଳାଖେମୁଣ୍ଡି ବିଧାୟକ

Tags: