ମୁଣ୍ଡ ନୁଆଁଇଲେ ଟ୍ରମ୍ପ ! ମାନିଲେ ଇରାନର ୧୦ ସର୍ତ୍ତ

ଚେତାବନୀ ଦେଲା ତେହେରାନ,ଏହା ଯୁଦ୍ଧର ଶେଷ ନୁହେଁ

ମୁଣ୍ଡ ନୁଆଁଇଲେ ଟ୍ରମ୍ପ ! ମାନିଲେ ଇରାନର ୧୦ ସର୍ତ୍ତ
Samaya Live News Picture
Published On

କଥାରେ ଅଛି ରଖେହରି , ମାରେକିଏ ? ଏହି ଉକ୍ତିଟି ପୁରା ଆମେରିକା ପାଇଁ ପ୍ରଯୁଜ୍ୟ । ପୃଥିବୀର ସବୁଠୁ ଶକ୍ତିସାଳିଦେଶ ଆଜି ମୁଣ୍ଡ ନୁଆଁଇଛି ।  ଟ୍ରମ୍ପ ଭାବିଥିଲେ ଖେମିନିଙ୍କୁ ମାରିଦେଲେ ତାଙ୍କ ଅକ୍ତିଆରକୁ ଇରାନ ଆସି ଯିବ । ଯେପରିକି ଭେନେଜୁଏଲ ରାଷ୍ଟପତିଙ୍କୁ ରାତିଅଧରେ ଘରୁ ଉଠାଇଆଣି ତାଙ୍କ ଦେଶକୁ ମୁଣ୍ଡନୁଆଇବା ପାଇଁ ବାଧ୍ୟ କରିଦେଲେ । କିନ୍ତୁ ଏଠି ପରିସ୍ଥିତି ପୁରା ଅଲଗା ହୋଇଗଲା । ଖେମିନି ମରିଗଲେ ସତ କିନ୍ତୁ ଇରାନ ପରିସ୍ଥିତି ଏମିତି କରିଦେଲା ବାଧ୍ୟ ହୋଇ ଆମେରିକା ମୁଣ୍ଡନୁଆଇଲେ । ଇରାନ କହିଲା ଆମ ସଂପ୍ରଭୁତା ଓ ଦେଶକୁ ବଞ୍ଚେଇବାପାଇଁ ଆମେ ମଲା  ପର୍ୟ୍ୟନ୍ତ ଯୁଦ୍ଧ କରିବୁ । ଆମେରିକା ଓ ଇସ୍ରାଇଲର ମିଳିତ ଆକ୍ରମଣରେ ଇରାନ ର କ୍ଷତି ହେଲା ସତ କିନ୍ତୁ ଇରାନ ମଧ୍ୟ କିଛି ପଛରେ ନଥିଲା । ଏକା ସାଙ୍ଗରେ ୭ଟା ଦେଶକୁ ମିସାଇଲ ଟାର୍ଗେଟ କଲା । ଆମେରିକା ବାରମ୍ବାର କହୁଛି ଆମେ ଇରାନ ର ସବୁ ସାମରିକ ଘାଟି କୁ ନଷ୍ଟ କରିଦେଇଛୁ କିନ୍ତୁ ପରବର୍ତୀ ମୁହୁର୍ତରେ ଇରାନ ମିସାଇଲ ଆକ୍ରମଣ କରି ଚେତେଇ ଦଉଛି ଆମେ ଏବେବି ଶକ୍ତ ଅଛୁ ।ଆମେରିକା ଯେତେ ଡ଼ରାଇଲେ ମଧ୍ୟ ଇରାନ ନ ଡରି ତାର ପ୍ରତି ଆକ୍ରମଣର ପୁରା ଜବାବ ଦେଉଥିଲା ।  ପରିସ୍ଥିତି ଏପରି ହୋଇଥିଲା ଆମେରିକାର ଫାଇଟର ଜେଟକୁ ଇରାନ ନଷ୍ଟ କରିଦେଇଥିଲା ଓ ପ୍ରାଣ ବଞ୍ଚାଇ ପାଇଲଟ ଛାଡିପାଳାଇଥିଲେ । କିନ୍ତୁ କାହିଁକି ଟ୍ରମ୍ପ ମୁଣ୍ଡ ନୁଆଁଇଲେ ତାର ମୁଖ୍ୟ କାରଣ ହେଉଛି ହର୍ମଉଜ଼ । ଯେତେବେଳେ ଇରାନ ହର୍ମୁଜ କୁ ବନ୍ଦ କରିଦେଲା ବିଶ୍ୱର ଅଧାଦେଶ ତୈଳ ଓ ଗ୍ୟାସ ସଙ୍କଟର ସମ୍ମୁଖୀନ ହେଲା । ପରିସ୍ଥିତି ଏପରି ହେଲା ବିଶ୍ୱରେ ତୈଳ ଓ ଗ୍ୟାସ ଦରଦାମ ବଢ଼ିବାରେ ଲାଗିଲା । ଏବଂ ଖୋଦ ଆମେରିକା ମଧ୍ୟ ଏଥିରୁ ବାଦ ପଡିଲା ନାହିଁ ।  ଟ୍ରମ୍ପ ଙ୍କୁ ତାଙ୍କ ଦେଶରେ ମଧ୍ୟ ଲୋକଙ୍କ ସହଯୋଗ ମିଳିଲା ନାହିଁ ଏବଂ ଆମେରିକାର ସବୁଠୁ ଭରୋସା ମନ୍ଦ ଇଂଲଣ୍ଡ ମଧ୍ୟ ସହଯୋଗର ହାତ ବଢ଼ାଇଲା ନାହିଁ । ଏହାକୁ ନେଇ ଟ୍ରମ୍ପ ମଧ୍ୟ ଖୁବ ବିରକ୍ତି ଭାବ ପ୍ରକାଶ କରିଥିଲେ । ଆମେରିକାରେ ଆଉକିଛି ମାସ ପରେ ମିଡ଼ ଟର୍ମ ଇଲେକ୍ସନ ହେବ ଏବଂ ଟ୍ରମ୍ପ ମଧ୍ୟ ତାଙ୍କ ଦେଶରେ ବିରୋଧର ସଂମୁଖିନ୍ନ ହୋଇପାରନ୍ତି । ଏସବୁ କଳ୍ପନା ଜଳ୍ପନା ଭିତରେ ଟ୍ରମ୍ପ ରାତି ଅଧରେ ବଡ ଘୋଷଣା କରିଦେଲେ । 
ଇରାନଉପରେ ସମ୍ଭାବ୍ୟ ବଡ଼ ଆକ୍ରମଣକୁ ଦୁଇ ସପ୍ତାହ ପାଇଁ ସ୍ଥଗିତ ରଖିଲେ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ପାକିସ୍ତାନର ଅସ୍ଥାୟୀ ଯୁଦ୍ଧବିରତି ଅନୁରୋଧକୁ ଗ୍ରହଣ କରିଛନ୍ତି। ଇରାନ ମଧ୍ୟ ଏକ ୧୦-ସୂତ୍ରୀ ପ୍ରସ୍ତାବ ରଖିଛି, ଯାହାକୁ ଆଲୋଚନା ପାଇଁ ଆଧାର ଭାବରେ ବିବେଚନା କରାଯାଉଛି । ଆମେରିକା ସହିତ ଦୁଇ ସପ୍ତାହର ଅସ୍ତ୍ରବିରତି ପାଇଁ ରାଜି ହେବା ପରେ ଇରାନର ସର୍ବୋଚ୍ଚ ନେତା ମୋଜତାବା ଖେମିନି ନିଜର ସମସ୍ତ ସାମରିକ ୟୁନିଟକୁ ଗୁଳିଚାଳନା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ,ତେହେରାନ ସ୍ପଷ୍ଟ କରିଛି ଯେ, ଏହା ଯୁଦ୍ଧର ଶେଷ ନୁହେଁ । ରାଷ୍ଟ୍ରାୟତ୍ତ ଇସଲାମିକ୍ ରିପବ୍ଲିକ୍ ଅଫ୍ ଇରାନ୍ ବ୍ରଡକାଷ୍ଟିଂ (ଆଇଆର୍ଆଇବି)ରେ ଏହି ଖବର ପ୍ରସାରିତ କରିଛି । ଇରାନ ‘ହ୍ୟାଣ୍ଡସ୍ ଅନ୍ ଟ୍ରିଗର’ ଚେତାବନୀ ଦେଇଛି। ଇରାନ ସ୍ପଷ୍ଟ କରିଛି ଯେ ଅସ୍ତ୍ରବିରତି ଯୁଦ୍ଧର ଅନ୍ତକୁ ବୁଝାଉ ନାହିଁ। ଶତ୍ରୁ ପକ୍ଷ ସେ ଆମେରିକା କିମ୍ବା ଇସ୍ରାଏଲ ହୁଅନ୍ତୁ ଯେକୌଣସି ପ୍ରକାର ଉଲ୍ଲଂଘନ କାର୍ୟ୍ୟ କଲେ ଆମ ସେନାର ହାତ ଟ୍ରିଗର ଉପରେ ରହିବ ।

ଯୁଦ୍ଧବିରତିରେ ରାଜି ହେବା ପରେ ଆମେରିକୀୟ ସେନା ଇରାନଭିତରେ ଆକ୍ରମଣ ବନ୍ଦ କରିଦେଇଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ ଅନୁଯାୟୀ, ଯୁଦ୍ଧ ଆରମ୍ଭ ହେବା ପରଠାରୁ ଆମେରିକା ଇରାନରେ ୧୩,୦୦୦ ରୁ ଅଧିକ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇରାନ ହର୍ମୁଜ୍ ପ୍ରଣାଳୀକୁ ପୁଣି ଖୋଲିବାକୁ ରାଜି ହେବା ସର୍ତ୍ତରେ ସେ ଇରାନ ସହିତ ଦୁଇ ସପ୍ତାହର ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି ।

ଇରାନର ବୈଦେଶିକ ମନ୍ତ୍ରୀ ସେୟଦ ଆବାସ୍ ଆରାଘଚି କହିଛନ୍ତି ଯେ ଏହି ଦୁଇ ସପ୍ତାହ ମଧ୍ୟରେ ଦେଶର ସେନା ହର୍ମୁଜ୍ ପ୍ରଣାଳୀ ଦେଇ ସୁରକ୍ଷିତ ପଥ ସୁନିଶ୍ଚିତ କରିବା ପାଇଁ ସମନ୍ୱୟ ସ୍ଥାପନ କରିବ। ଇରାନର ସରକାରୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦର ଏକ ବିବୃତ୍ତିରେ କୁହାଯାଇଛି ଯେ ଇରାନ ଏକ ବଡ଼ ବିଜୟ ହାସଲ କରିଛି ଏବଂ ଆମେରିକାକୁ ଏହାର ୧୦-ସୂତ୍ରୀ ଯୋଜନା ଗ୍ରହଣ କରିବାକୁ ବାଧ୍ୟ କରିଛି। ପରିଷଦ କହିଛି ଯେ ଏହି ଯୋଜନା ଅନୁଯାୟୀ ଆମେରିକା ନୀତିଗତ ଭାବରେ ଇରାନ ବିରୁଦ୍ଧରେ ସମସ୍ତ ପ୍ରାଥମିକ ଏବଂ ଦ୍ୱିତୀୟ କଟକଣା ଉଠାଇବା ଏବଂ ଅଞ୍ଚଳର ସମସ୍ତ ଘାଟିରୁ ଆମେରିକୀୟ ଯୁଦ୍ଧ ସୈନ୍ୟଙ୍କୁ ପ୍ରତ୍ୟାହାର କରିବାକୁ ରାଜି ହୋଇଛି।

ପରିଷଦ ଅନୁଯାୟୀ ଆମେରିକା ଇରାନର ପରମାଣୁ ସମୃଦ୍ଧିକୁ ସ୍ୱୀକାର କରିବାକୁ ଏବଂ ହର୍ମୁଜ୍ ପ୍ରଣାଳୀ ଉପରେ ଇରାନର ନିରନ୍ତର ନିୟନ୍ତ୍ରଣକୁ ସ୍ୱୀକାର କରିବାକୁ ମଧ୍ୟ ରାଜି ହୋଇଛି। ପରିଷଦ ଆହୁରି କହିଛି ଯେ ଏହି ଜଳପଥ ଦେଇ ନିୟନ୍ତ୍ରିତ ପରିବହନ ଇରାନର ସଶସ୍ତ୍ର ବାହିନୀ ସହିତ ସମନ୍ୱୟରେ କରାଯିବ । ଯୋଜନା ସହିତ ପରିଚିତ ଦୁଇଟି ସୂତ୍ରକୁ ଉଦ୍ଧୃତ କରି ଆକ୍ସିଓସ୍ ରିପୋର୍ଟ କରିଛି ଯେ ଯୁଦ୍ଧ ସମାପ୍ତ କରିବା ପାଇଁ ଏକ ଚୁକ୍ତି ଉପରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ୟ୍ୟାୟ ଆଲୋଚନା ଶୁକ୍ରବାର ଇସଲାମାବାଦରେ ହେବାକୁ ଯାଉଛି। ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ମୁହାଁମୁହିଁ ଆଲୋଚନା ହେବ । ଆମେରିକାର ପ୍ରେସ୍ ସଚିବ କାରୋଲିନ୍ ଲେଭିଟ୍ ଆକ୍ସିଓସ୍ କୁ କହିଛନ୍ତି, ମୁହାଁମୁହିଁ ଆଲୋଚନା ସମ୍ପର୍କରେ ଆଲୋଚନା ଚାଲିଛି, କିନ୍ତୁ ରାଷ୍ଟ୍ରପତି କିମ୍ବା ହ୍ୱାଇଟ୍ ହାଉସ୍ ଦ୍ୱାରା ନିଷ୍ପତ୍ତି ନ ନେବା ପର୍ୟ୍ୟନ୍ତ କିଛି ଚୂଡ଼ାନ୍ତ ନୁହେଁ । 

ଯଦିଓ ଡୋନାଲ୍ଡ ଟ୍ରମ୍ପଙ୍କ ଦୂତ ଷ୍ଟିଭ୍ ୱିଟକଫ ଉପରାଷ୍ଟ୍ରପତି ଭାନ୍ସଙ୍କ ସମର୍ଥନରେ ସଂଘର୍ଷ ସମୟରେ ଇରାନ ସହିତ କୂଟନୀତିର ନେତୃତ୍ୱ ନେଇଥିଲେ, କିନ୍ତୁ ମୁହାମୁହିଁ ଆଲୋଚନା ସମୟରେ ଏହି ଭୂମିକା ପରିବର୍ତ୍ତନ ହୋଇପାରେ । ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଆମେରିକୀୟ ପ୍ରତିନିଧିମଣ୍ଡଳର ନେତୃତ୍ୱ ନେବାର ସମ୍ଭାବନା ରହିଛି ।  ଇରାନର ସର୍ବୋଚ୍ଚ ନେତା ସମସ୍ତ ସାମରିକ ୟୁନିଟ୍କୁ ଗୁଳିବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଚୁକ୍ତି ହୋଇଥିବା ଘୋଷଣା କରିବାର ପ୍ରାୟ ଦୁଇ ଘଣ୍ଟା ପରେ, ରାଷ୍ଟ୍ରାୟତ୍ତ ସମାଚାର ଚ୍ୟାନେଲ ଆଇଆରଆଇବିରେ ପଠିତ ଏକ ବିବୃତ୍ତିରେ ଏହା କୁହାଯାଇଛି । ବିବୃତ୍ତିରେ କୁହାଯାଇଛି, "ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ ସର୍ବୋଚ୍ଚ ନେତାଙ୍କ ନିର୍ଦ୍ଦେଶ ପାଳନ କରି ସମସ୍ତ ସାମରିକ ଶାଖାଗୁଡ଼ିକୁ ଗୁଳିବିରତି ବନ୍ଦ କରିବାକୁ ପଡିବ ।

ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଯୁଦ୍ଧବିରତି ଘୋଷଣାକୁ ସ୍ୱାଗତ କରିଛନ୍ତି ଏବଂ ‘ସମସ୍ତ ବିବାଦର ସମାଧାନ’ ପାଇଁ ଅଧିକ ଆଲୋଚନା ପାଇଁ ଆମେରିକା ଏବଂ ଇରାନର ନେତୃତ୍ୱକୁ ତାଙ୍କ ଦେଶ ଗସ୍ତ କରିବାକୁ ନିମନ୍ତ୍ରଣ କରିଛନ୍ତି । ‘ମୁଁ ଏହି ବୁଦ୍ଧିମାନ ପଦକ୍ଷେପକୁ ହୃଦୟର ସହିତ ସ୍ୱାଗତ କରୁଛି ଏବଂ ଉଭୟ ଦେଶର ନେତୃତ୍ୱ ପ୍ରତି ମୋର ଗଭୀର କୃତଜ୍ଞତା ପ୍ରକାଶ କରୁଛି, ସରିଫ ଏକ୍ସରେ ଏକ ବିବୃତ୍ତିରେ କହିଛନ୍ତି । ଶାହବାଜ ସରିଫ ଶୁକ୍ରବାର ଏପ୍ରିଲ ୧୦ରେ ଇସଲାମାବାଦରେ ‘ସମସ୍ତ ବିବାଦର ସମାଧାନ’ ପାଇଁ ଆହୁରି ଆଲୋଚନାରେ ଯୋଗଦେବା ପାଇଁ ଇରାନ ଏବଂ ଆମେରିକାର ପ୍ରତିନିଧିମଣ୍ଡଳକୁ ନିମନ୍ତ୍ରଣ କରିଛନ୍ତି। ସେ କହିଛନ୍ତି, ଆମେ ଆନ୍ତରିକ ଭାବରେ ଆଶା କରୁଛୁ ଯେ 'ଇସଲାମାବାଦ ସଂଳାପ ସ୍ଥାୟୀ ଶାନ୍ତି ହାସଲ କରିବାରେ ସଫଳ ହେବ ଏବଂ ଆଗାମୀ ଦିନରେ ଆମେ ଅଧିକ ଭଲ ଖବର ବାଣ୍ଟିବାକୁ ଅପେକ୍ଷା କରିଛୁ !

 

Tags: