ଟ୍ରମ୍ପ ଓ ଜେଲେନ୍ସ୍କିଙ୍କ ଯୁଦ୍ଧ ବନ୍ଦ ସମାଲୋଚନା

ଟ୍ରମ୍ପ ଓ ଜେଲେନ୍ସ୍କିଙ୍କ ଯୁଦ୍ଧ ବନ୍ଦ ସମାଲୋଚନା

ଋଷ୍ ଏବଂ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗିରହିଥିବାବେଳେ ବିଭିନ୍ନ ସମୟରେ ରାଷ୍ଟ୍ରପତି ଟ୍ରମ୍ପ ଚେଷ୍ଟା କରିଛନ୍ତି ଯୁଦ୍ଧ ବନ୍ଦ କରିବା ପାଇଁ । କିନ୍ତୁ ବିଫଳ ହୋଇଛନ୍ତି । ଋଷ୍ର ଦାବିକୁ ଜେଲେନ୍ସ୍କି ସବୁବେଳେ ଖାରଜ କରି ଆସୁଥିବାବେଳେ ଯୁଦ୍ଧର ଭୟାବହତାକୁ ଆଖି ଆଗରେ ରଖି ରାଷ୍ଟ୍ରପତି ଟ୍ରମ୍ପ ପୁଣିଥରେ ଯୁଦ୍ଧ ବନ୍ଦ କରିବା ପାଇଁ ପଦକ୍ଷେପ ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର ଆଞ୍ଚଳିକ ଦଳ ଗଠନ ହେବା ନେଇ ସଂକେତ ଦେଲେ ମୋକିମ

WhatsApp Image 2025-12-29 at 1.45.20 PM (1)

ସମ୍ବନ୍ଧିତ ଖବର ମହାରାଷ୍ଟ୍ରରେ ମହାମେଣ୍ଟ

ଆଜି ଟ୍ରମ୍ପ ଏବଂ ଜେଲେନ୍ସ୍କିଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସମାଲୋଚନା ସରିଥିବାବେଳେ ଆମେରିକା ରାଷ୍ଟ୍ରପତି କହୁଛନ୍ତି ଆମେ ସମାଧାନ ଆଡକୁ ଅଗ୍ରସର ହେଉଛୁ  ଏବଂ ଚେଷ୍ଟା କରୁଛୁ ଋଷ୍ ୟୁକ୍ରେନ ମଧ୍ୟରେ ବହୁତ ଜଲ୍ଦି ଯୁଦ୍ଧ ବନ୍ଦ ହେଉ । ଦୁଇଜଣ ରାଷ୍ଟ୍ରପତିଙ୍କ ମଧ୍ୟରେ ଆଜି ସକାଳୁ କଥାବାର୍ତ୍ତା ଶେଷ ହୋଇଛି । ଏହି ଆଲୋଚନା ପରେ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଶେଷ ହେବାକୁ ଶାନ୍ତି ସମାଲୋଚନା ଏବେ ବହୁତ ପାଖରେ । କିନ୍ତୁ ୟୁକ୍ରେନର ବିଭିନ୍ନ ଯାଗାରେ ଋଷ୍ ତାହାର ଦାବି ଜାହିର କରୁଛି । ଯାହାର ମାମଲା ଏବେ ବି ବହୁତ ବଡ । ଯାହାକୁ ନେଇ ବୁଝାସୁଝା କରିବା ବାକି ଅଛି । ଟ୍ରମ୍ପ ପୂର୍ବ ଡୋନବାସର କଥା କହୁଛନ୍ତି ଯାହା ଉପରେ ଋଷ୍ କବ୍ଚା କରିଛି ।

ସମ୍ବନ୍ଧିତ ଖବର ଭିବିଜି ରାମ ଜି କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରେସମିଟ୍

WhatsApp Image 2025-12-29 at 1.45.19 PM

ଟ୍ରମ୍ପ ଏହି ଆଲୋଚନା ପୂର୍ବରୁ ଋଷ୍ ରାଷ୍ଟ୍ରପତି ପୁତିନଙ୍କ ସହ ୨ ଘଣ୍ଟା ରୁ ଅଧିକ ସମୟ ଧରି କଥାବାର୍ତ୍ତା ହୋଇଥିଲେ । ଆଜି ଜେଲେନସ୍କିଙ୍କ ସହ ସମାଲୋଚନା ପରେ ଟ୍ରମ୍ପ କହିଛନ୍ତି ରାଷ୍ଟ୍ରପତି ପୁତିନ୍ ୟୁକ୍ରେନର ସାହାର୍ଯ୍ୟ କରିବାକୁ ଚାହୁଁଛନ୍ତି । ଋଷ୍ ଶସ୍ତାରେ ୟୁକ୍ରେନକୁ ବିଜୁଳି ଓ ଅନେକ ସାହାର୍ଯ୍ୟ ଯୋଗାଇଦେବାକୁ ଚାହୁଁଛି । ଟ୍ରମ୍ପ ଜେଲେନସ୍କିଙ୍କ ସାମ୍ନାରେ କହିଛନ୍ତି ଏବେ ବୁଝାମଣା କରିଦେଲେ ସବୁଠୁ ଭଲ । ଋଷ୍ ସହ ଯୁଦ୍ଧ ଶେଷ କରିବା ଉପରେ ଜେଲେନସ୍କି କହିଛନ୍ତି ସହକର୍ମୀଗଣ ସର୍ବପ୍ରଥମେ ମୁଁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ତାଙ୍କ ଦେଶର ଏହି ଚମକôାର ସ୍ଥାନରେ ଏକ ମହାନ ବୈଠକ ପାଇଁ ଧନ୍ୟବାଦ ଦେବାକୁ ଚାହୁଁଛି । ତାଙ୍କର ମାରା-ଲାଗୋର ଅଦ୍ଭୁତ ଘରେ ଏହି ଉତ୍ତମ ସଭା ଆୟୋଜନ କରିଥିବା ପାଇଁ । ଆମେ ସମସ୍ତ ବିଷୟ ଉପରେ ଖୁବ୍ ଭଲ ଆଲୋଚନା କରିଛୁ ଏବଂ ସାମ୍ପ୍ରତିକ ସପ୍ତାହଗୁଡିକରେ ଆମେରିକୀୟ ଏବଂ ୟୁକ୍ରେନୀୟ ଟିମ୍ମାନଙ୍କ ଦ୍ୱାରା ହୋଇଥିବା ଆଗ୍ରଗତୀକୁ ଆମେ ସ୍ୱୀକାର କରୁଛୁ । ଆମେ ଶାନ୍ତି ଢାଞ୍ଚାର ସମସ୍ତ ପ୍ରାଙ୍ଗଣ ଉପରେ ଆଲୋଚନା କରିଛୁ । ଏହାର ୨୦ ଦଳୀୟ ଶାନ୍ତି ଯୋଜନା ରହିଛି ଯାହାର ୯୦ ପ୍ରତିଶତ ଉପରେ ସମ୍ମତି ହୋଇଛି । ସେ କହିଛନ୍ତି ଆମେରିକା ଏବଂ ୟୁକ୍ରେନ୍ ସୁରକ୍ଷା ଗ୍ୟାରେଣ୍ଟି ଉପରେ ୧୦୦ ପ୍ରତିଶତ ସ୍ୱୀକୃତ ହୋଇଛି । ଆମେରିକା – ୟୁରୋପ - ୟୁକ୍ରେନ ସୁରକ୍ଷା ଗ୍ୟାରେଣ୍ଟି ପ୍ରାୟ ସମ୍ମତି ପାଇଛି । ସେନା ସମ୍ବନ୍ଧୀୟ ପ୍ରସଙ୍ଗ ୧୦୦ ପ୍ରତିଶତ ସ୍ୱୀକୃତ ହୋଇଛି । ସମୃଦ୍ଧି ଯୋଜନାକୁ ଅନ୍ତିମ ରୂପ ଦିଆଯାଇଛି । ପରବର୍ତ୍ତୀ କାର୍ଯ୍ୟକ୍ରମର କ୍ରମବିନ୍ୟାସ ଉପରେ ମଧ୍ୟ ଆମେ ଆଲୋଚନା କରିଛୁ ଏବଂ ଆମେ ସମ୍ମତ ଯେ ସୁରକ୍ଷା ଗ୍ୟାରେଣ୍ଟି ହେଉଛି ଦୀର୍ଘସ୍ଥାୟୀ ଶାନ୍ତି ହାସଲ କରିବାର ମୁଖ୍ୟ ମାଇଲ୍ଷ୍ଟୋନ୍ ।

WhatsApp Image 2025-12-29 at 1.45.19 PM (1)

ଆମର ଟିମ୍ମାନେ ସମସ୍ତ ପ୍ରାଙ୍ଗଣ ଉପରେ କାମ ଚାଲୁ ରଖିବେ । ଆମେ ୟୁରୋପୀୟ ନେତାମାନଙ୍କ ସହ ମଧ୍ୟ ଏକ ସଂଯୁକ୍ତ ଏବଂ ଫଳଦାୟକ ଆଲୋଚନା କରିଛୁ । ଯେପରିକି ରାଷ୍ଟ୍ରପତି ଟ୍ରମ୍ପ ପୂର୍ବରୁ କହିଥିଲେ । ନାଟୋ ଏବଂ ଇୟୁ ସମେତ ଅନେକ ନେତା ଏଥିରେ ଅଂଶଗ୍ରହଣ କରିଥିଲେ । ଆମେ ସହମତ ହୋଇଛୁ ଯେ ଆସନ୍ତା ସପ୍ତାହଗୁଡିକରେ ଆମ ଟିମ୍ମାନେ ଭେଟି ସମସ୍ତ ଆଲୋଚିତ ବିଷୟକୁ ଅନ୍ତିମ ରୂପ ଦେବେ । ଜେଲେନସ୍କି କହିଛନ୍ତି ୟୁକ୍ରେନ ଶାନ୍ତି ଚାହୁଁଛି ଏବଂ ଜାନୁଆରୀରେ ଏହାର ପରବର୍ତ୍ତୀ ଆଲୋଚନା ହେବ । ଯେଉଁଠାରେ ୟୁରୋପୀୟ ନେତାମାନେ ଓ ୟୁକ୍ରେନୀୟ ପ୍ରତିନିଧି ଦଳ ଉପସ୍ଥିତ ରହିବେ ।

Tags: