ଡୋଭ ଓ ଟ୍ରେସମୀ ଶାମ୍ପୁରେ କ୍ୟାନସର ସମ୍ଭାବନା !

ନୂଆଦିଲ୍ଲୀ: ଲୋକପ୍ରିୟ କମ୍ପାନୀ ଡୋଭ ଓ ଟ୍ରେସମୀ ସାମ୍ପୁରେ କର୍କଟ ରୋଗ ସୃଷ୍ଟି ହେବା ସମ୍ଭାବନା ! ଏହି ଦୁଇଟି ଶାମ୍ପୂ ସହିତ ଅନେକ ଅନ୍ୟ ବ୍ରାଣ୍ଡ ର ଶାମ୍ପୂ ରେ ମଧ୍ୟ କର୍କଟ ରୋଗ ସୃଷ୍ଟି ହେଉଥିବା ରାସାୟନିକ ପଦାର୍ଥ ମିଶୁଥିବା ଅଭିଯୋଗ ହୋଇଛି I ଏଭଳି କିଛି ଦାବି କରିଛି ଦେଶ ତଥା ବିଶ୍ୱର ଜଣାଶୁଣା କମ୍ପାନୀ ୟୁନିଲିଭର। ଫୁଡ୍ ଆଣ୍ଡ ଡ୍ରଗ୍ସ ଆଡମିନଷ୍ଟେ୍ରସନ୍‌ର ଓ୍ବେବସାଇଟ୍‌ରେ ପୋଷ୍ଟ କରାଯାଇଥିବା ନୋଟିସ୍ ଅନୁସାରେ, ଆମେରିକା ବଜାରରୁ […]

Samaya Live Picture
Published On

ନୂଆଦିଲ୍ଲୀ: ଲୋକପ୍ରିୟ କମ୍ପାନୀ ଡୋଭ ଓ ଟ୍ରେସମୀ ସାମ୍ପୁରେ କର୍କଟ ରୋଗ ସୃଷ୍ଟି ହେବା ସମ୍ଭାବନା ! ଏହି ଦୁଇଟି ଶାମ୍ପୂ ସହିତ ଅନେକ ଅନ୍ୟ ବ୍ରାଣ୍ଡ ର ଶାମ୍ପୂ ରେ ମଧ୍ୟ କର୍କଟ ରୋଗ ସୃଷ୍ଟି ହେଉଥିବା ରାସାୟନିକ ପଦାର୍ଥ ମିଶୁଥିବା ଅଭିଯୋଗ ହୋଇଛି I ଏଭଳି କିଛି ଦାବି କରିଛି ଦେଶ ତଥା ବିଶ୍ୱର ଜଣାଶୁଣା କମ୍ପାନୀ ୟୁନିଲିଭର। ଫୁଡ୍ ଆଣ୍ଡ ଡ୍ରଗ୍ସ ଆଡମିନଷ୍ଟେ୍ରସନ୍‌ର ଓ୍ବେବସାଇଟ୍‌ରେ ପୋଷ୍ଟ କରାଯାଇଥିବା ନୋଟିସ୍ ଅନୁସାରେ, ଆମେରିକା ବଜାରରୁ ଡୋଭ୍‌, ନେକ୍ସସ୍‌, ଟ୍ରେସମି ଏୟାରୋସେଲ ଡ୍ରାଏ ଶାମ୍ପୁ, ସୁଆଭୋ ଓ ଟିଜିି ସମେତ ଅନେକ ଡ୍ରାଏ ଶାମ୍ପୁକୁ ଫେରସ୍ତ କରିବାକୁ କହିଛି ୟୁନିଲିଭର । ଏହି ଆକ୍ସନ ଆମେରିକା ମାର୍କେଟରେ ନିଆଯାଇଛି। ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ, କମ୍ପାନୀର ବହୁ ଶାମ୍ପୋ ବ୍ରାଣ୍ଡରେ ବେନଜେନ ନାମକ ବିପଦଜନକ କେମିକାଲ ରହିଛି, ଯେଉଁଥିରେ କ୍ୟାନସର ହେବାର ବିପଦ ରହିଛି।

ବ୍ଲୁମବର୍ଗର ରିପୋର୍ଟ ଅନୁସାରେ, ଡ୍ରାଏ ସାମ୍ପୋରେ ବେନଜେନ ରହିଛି। ଏହାଦ୍ବାରା ଏହି କେମିକାଲରୁ କ୍ୟାନସର ହେବାର ସମ୍ଭାବନା ରହିଛି। ଆମେରିକା ଖାଦ୍ୟ ଓ ଔଷଧ ପ୍ରଶାସନ ତଥା ଏଫ୍‌ଡିଏ ଅନୁଯାୟୀ, ଏହି ଉତ୍ପାଦନ ଗୁଡିକ ୨୦୨୧ ଅକ୍ଟୋବର ପୂର୍ବରୁ ପ୍ରସ୍ତୁତ କରାଯାଇଥିବା ଏହି ପ୍ରୋଡକ୍ଟ ଗୁଡିକୁ ଆମେରିକା ବଜାରରୁ ଫେରସ୍ତ କରି ନିଆ ଯାଇଛି I ଏହି ଖବର ପୁଣିଥରେ ପର୍ସନାଲ କେୟାର ଥିବା ପ୍ରଡକ୍ଟର ସେଫଟି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବେନଜେନ ଦ୍ବାରା ଲ୍ୟୁକୋମିୟା ଓ ବ୍ଲଡ କ୍ୟାନସର ହୋଇପାରେ। ନାକ, ମୁହଁ ଓ ଚର୍ମ ଜରିଆରେ ଏହା ଶରୀର ଭିତରେ ପ୍ରବେଶ କରି କ୍ୟାନସର ବିପଦ ସୃଷ୍ଟି କରିଥାଏ। ଏଫଡିଏର କହିବା ଅନୁସାରେ, ଲୋକଙ୍କୁ ଏଭଳି ପ୍ରଡକ୍ଟ ବନ୍ଦ କରିବା ଦରକାର ଓ ନିଜର ଟଙ୍କା ଫେରାଇ ନେବା ପାଇଁ UnileverRecall.com ଓ୍ବେବସାଇଟ୍‌ରେ ଭିଜିଟ୍‌ କରିପାରିବେ। ଏ ସମ୍ପର୍କରେ ୟୁନିଲିଭର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

ସୂଚନା ଅନୁସାରେ ଗତ ବର୍ଷ ୨୦୨୧ରେ, ପ୍ରକ୍ଟର୍ ଆଣ୍ଡ୍ ଗମବଲ୍ ମଧ୍ୟ ୩୦ ରୁ ଅଧିକ ଏରୋସୋଲ୍ ସ୍ପ୍ରେ ହେୟାର କେୟାର ପ୍ରଡୋକ୍ଟକୁ ଫେରାଇବାକୁ କହିଥିଲା। ଏଥିରେ ଡ୍ରାଏ ସାମ୍ପୋ ଏବଂ ଡ୍ରାଏ କଣ୍ଡିସନର ସାମିଲ୍ ଥିଲା। ଏହା ସହିତ ଓଲଡ଼ ସ୍ପIଇସ ଓ ସିକ୍ରେଟ ବ୍ରାଣ୍ଡ ର ଡିଓଡ୍ରାଣ୍ଟ ଓ ସ୍ପ୍ରେ କୁ ମଧ୍ୟ କମ୍ପାନୀ ବଜାରରୁ ଫେରସ୍ତ ନେଇଥିଲା I ସେହିପରି କିଛି ଦିନ ହେଲା ଜନ୍‌ସନ୍ ଆଣ୍ଡ ଜନ୍‌ସନ୍ ବେବି ପାଉଡର୍‌ରୁ କ୍ୟାନସର ହେଉଥିବା ନେଇ ଦାବି କରାଯାଉଛି। ଆମେରିକା ବଜାରରୁ ଏହି ପ୍ରଡକ୍ଟକୁ ବ୍ୟାନ୍ କରିବା ପାଇଁ ବହୁଥର ଦାବି ଉଠିଛି।