ନେପାଳରେ ଭୟଙ୍କର ବିମାନ ଦୁର୍ଘଟଣା,୫ ଭାରତୀୟଙ୍କ ସମେତ ୭୨ମୃତ
ନେପାଳ : ନେପାଳର ପୋଖରାରେ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣାରେ ସମସ୍ତ ୭୨ ଜଣଯାତ୍ରୀଙ୍କର ମୃତ୍ୟୁ । ଏନେଇ ସୋମବାର ନେପାଳ ସେନା ସ୍ପଷ୍ଟ କରିଛି I ସେନା ସୂଚନା ଦେଇ କହିଛି ଯେ ରବିବାର ଦିନ କେନ୍ଦ୍ରୀୟ ରିସୋର୍ଟ ସହର ପୋଖରାରେ ଘଟିଥିବା ବିମାନ ଦୁର୍ଘଟଣାସ୍ଥଳରୁ ସେମାନେ କାହାକୁ ଜୀବନ୍ତ ଉଦ୍ଧାର କରି ନାହାଁନ୍ତି। ନେପାଳ ସେନାର ମୁଖପାତ୍ର କୃଷ୍ଣ ପ୍ରସାଦ ଭଣ୍ଡାରୀ କହିଛନ୍ତି ଯେ ଆମେ ଦୁର୍ଘଟଣାସ୍ଥଳରୁ ଜୀବନ୍ତ କାହାକୁ ଉଦ୍ଧାର କରିନାହୁଁ। ନେପାଳର […]
ନେପାଳ : ନେପାଳର ପୋଖରାରେ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣାରେ ସମସ୍ତ ୭୨ ଜଣଯାତ୍ରୀଙ୍କର ମୃତ୍ୟୁ । ଏନେଇ ସୋମବାର ନେପାଳ ସେନା ସ୍ପଷ୍ଟ କରିଛି I ସେନା ସୂଚନା ଦେଇ କହିଛି ଯେ ରବିବାର ଦିନ କେନ୍ଦ୍ରୀୟ ରିସୋର୍ଟ ସହର ପୋଖରାରେ ଘଟିଥିବା ବିମାନ ଦୁର୍ଘଟଣାସ୍ଥଳରୁ ସେମାନେ କାହାକୁ ଜୀବନ୍ତ ଉଦ୍ଧାର କରି ନାହାଁନ୍ତି।
ନେପାଳ ସେନାର ମୁଖପାତ୍ର କୃଷ୍ଣ ପ୍ରସାଦ ଭଣ୍ଡାରୀ କହିଛନ୍ତି ଯେ ଆମେ ଦୁର୍ଘଟଣାସ୍ଥଳରୁ ଜୀବନ୍ତ କାହାକୁ ଉଦ୍ଧାର କରିନାହୁଁ। ନେପାଳର ପୋଖରାରେ ନବନିର୍ମିତ ବିମାନ ବନ୍ଦରରେ ଅବତରଣ କରୁଥିବାବେଳେ ଏକ ୟେଟି ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନ ସେତି ନଦୀ କୂଳରେ ଖସି ପଡ଼ିଥିଲା। ବିମାନରେ ଥିବା ପାଞ୍ଚ ଜଣ ଭାରତୀୟଙ୍କ ସମେତ ୭୨ ଜଣଙ୍କର ମୃତ୍ୟୁ ଘଟିଛି ।
୭୨ ସିଟ୍ ବିଶିଷ୍ଟ ୟେତି ATR- ୭୨ ବିମାନରେ ୬୮ ଯାତ୍ରୀ ଓ ୪ କ୍ର୍ୟୁ ମେମ୍ବର ଥିଲେ। ବିମାନଟି ସଂପୂର୍ଣ୍ଣ ଜଳି ସାରିଥିବାରୁ ଏହା ମଧ୍ୟରେ ଥିବା ସମସ୍ତ ଲୋକଙ୍କ ମୃତ୍ୟୁ ହୋଇଛି । କିନ୍ତୁ ଉଦ୍ଧାରକାରୀ ଦଳ ଏବେ ବି ମୃତଦେହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସେହିପରି ଉଦ୍ଧାର କାର୍ଯ୍ୟରେ ସେନା ବାହିନୀ ମଧ୍ୟ ସାମିଲ ହୋଇଛନ୍ତି। ଏହାକୁ ନେଇ ନେପାଳ ସରକାର ହେଲପଲାଇନ ନମ୍ବର ଜାରି କରିଛନ୍ତି। କାଠମାଣ୍ଡୁ ପାଇଁ ୯୭୭-୯୮୫୧୧୦୭୦୨୧ ଏବଂ ପୋଖରା ପାଇଁ +୯୭୭-୯୮୫୬୦୩୭୬୯୯ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି ।
ୟେତି ଏୟାରଲାଇନ୍ସ କହିଛି ଯେ, ବିମାନଟି ଦିନ ୧୦.୩୩ରେ କାଠମାଣ୍ଡୁରୁ ଉଡ଼ାଣ ଆରମ୍ଭ କରିଥିଲା। ତେବେ ଉଡ଼ାଣ ଆରମ୍ଭ ହେବାର ୨୦ ମିନିଟ୍ ପରେ ବିମାନଟି ପୁରୁଣା ଏୟାରପୋର୍ଟ ଓ ନୂଆ ଏୟାରପୋର୍ଟ ମଧ୍ୟରେ ଥିବା ସେତି ନଦୀ କୂଳରେ ଖସି ପଡ଼ିଥିଲା। ତେବେ ହଠାତ୍ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ଗୋଟିଏ ପଟକୁ ଦାବି ହୋଇ ଶେଷରେ ଦୁର୍ଘଟଣା ହୋଇଛି ବୋଲି ଏୟାରଲାଇନ୍ସ କହିଛି। ଜାନୁଆରୀ ୧ତାରିଖରେ ପୋଖରା ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍ଘାଟିତ ହୋଇଥିଲା ବୋଲି ଖବର ମିଳିଛି ।




