ଫିଲିପାଇନ୍ସ ରେ ଭୟାବହ ଭୂମିକମ୍ପ

ତାଇୱାନ ଏବଂ ଜାପାନ ପାଇଁ ସୁନାମି ସତର୍କତା

ଫିଲିପାଇନ୍ସ ରେ ଭୟାବହ ଭୂମିକମ୍ପ
Samaya Live News Picture
Published On

ମାନିଲା: ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ ଝଟକା । ଫିଲିପାଇନ୍ସର ମିଣ୍ଡାନାଓ ଅଞ୍ଚଳରେ ଆଜି ସକାଳେ ଏକ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୭.୮ ରେକର୍ଡ କରାଯାଇଛି । ଏହାର କେନ୍ଦ୍ରସ୍ଥଳ ମିଣ୍ଡାନାଓ ଅଞ୍ଚଳର ବୁରିଆସ୍ ନିକଟବର୍ତ୍ତୀ ଅଞ୍ଚଳ ବୋଲି ଜଣାପଡ଼ିଛି । ଭୂମିଠାରୁ ଏହାର ଗଭୀରତା ପ୍ରାୟ ୧୦ରୁ ୫୫ କିଲୋମିଟର ମଧ୍ୟରେ ରହିଥିବା ଅନୁମାନ କରାଯାଉଛି । ​ଭୂକମ୍ପର ଭୟାବହତାକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ କିଛି ଅଞ୍ଚଳ ସମେତ ପଡ଼ୋଶୀ ଦେଶ ତାଇୱାନ ଏବଂ ଜାପାନ ପାଇଁ ସୁନାମି ସତର୍କତା (Alert) ଜାରି କରାଯାଇଛି । 

ଭୂକମ୍ପ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ଖୋଲା ସ୍ଥାନକୁ ଚାଲିଯିବା ପାଇଁ ଜନସାଧାରଣଙ୍କୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ତେବେ ଏହି ପ୍ରାକୃତିକ ବିପର୍ଯ୍ୟୟରେ ବର୍ତ୍ତମାନ ସୁଦ୍ଧା କେତେ କ୍ଷୟକ୍ଷତି କିମ୍ବା ମୃତାହତ ହୋଇଛନ୍ତି, ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଫିଲିପାଇନ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଭୋଲକାନୋଲୋଜି ଆଣ୍ଡ ସିସମୋଲୋଜିର ସୂଚନା ଅନୁଯାୟୀ, ସୋମବାର ସକାଳ ପ୍ରାୟ ୭ଟା ୩୭ ମିନିଟରେ ଏହି ଭୂକମ୍ପ ଝଟକା ଲାଗିଥିଲା । ଶକ୍ତିଶାଳୀ ଝଟକା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି ଏବଂ ପ୍ରଶାସନ ପକ୍ଷରୁ ଉଦ୍ଧାର ଓ ସତର୍କତାମୂଳକ ପଦକ୍ଷେପକୁ ଜୋରଦାର କରାଯାଇଛି ।ଭୂମିକମ୍ପର ପ୍ରଭାବରେ କୋଠାବାଡ଼ି ଓ ଅନ୍ୟାନ୍ୟ ଭିତ୍ତିଭୂମିରେ କ୍ଷୟକ୍ଷତି ହୋଇଥିବା ନେଇ ଆଶଙ୍କା କରାଯାଉଛି, କିନ୍ତୁ ତୁରନ୍ତ କୌଣସି ବଡ଼ ଧରଣର ଜୀବନହାନି ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ ।

 

Tags: