ବାଂଲାଦେଶ ଫେରିଲେ ତାରିକ ରେହମାନ

ବାଂଲାଦେଶ ଫେରିଲେ ତାରିକ ରେହମାନ
Samaya Live News Picture
Published On

ବଙ୍ଗଳାଦେଶରେ ବର୍ତ୍ତମାନର ସ୍ଥିତି ଖରାପ ଥିଲାବେଳେ ୟୁନୁସଙ୍କୁ ନେଇ ବଙ୍ଗଳାଦେଶରେ ରାଜନୀତି ସରଗରମ । କିନ୍ତୁ ହଟାତ ବଙ୍ଗଳାଦେଶ ରାଜନୀତିରେ ପ୍ରବେଶ କଲେ ତାରିକ ରେହମାନ । ୧୭ବର୍ଷ ଅପେକ୍ଷାର ଅନ୍ତ ଘଟାଇ ବଙ୍ଗଳାଦେଶ ଫେରିଲେ  ତାରିକ ରହମାନ , ଲଣ୍ଡନରେ ଭୋଗୁଥିଲେ ନିର୍ବାସିତ ଦଣ୍ଡ, ସ୍ବଦେଶ ଫେରିବା ପରେ ଦେଖାଗଲା ଖୁସିର ଲହରୀ, ତାରିକଙ୍କ ସ୍ୱାଗତ ପାଇଁ ଢାକା ରେ ଜନସମୁଦ୍ର ଦେଖିବାକୁ ମିଳିଥିଲା। କଣ ବାଙ୍ଗଲାଦେଶ ରାଜନୀତିରେ ହେବକି ଐତିହାସକ ପରିବର୍ତ୍ତନ ? ବାଙ୍ଗଲାଦେଶ ନେସନାଲ ପାର୍ଟି ର କାର୍ୟ୍ୟକାରୀ ଅଧ୍ୟକ୍ଷ ଓ ପୂର୍ବ ପ୍ରଧାନମନ୍ତ୍ରୀ ଖାଲିଦା ଜିଆ ଙ୍କ ପୁଅ ତାରିକ ରହମାନ ସ୍ବଦେଶ ଫେରିଛନ୍ତି, ପାଖାପାଖି ୧୭ ବର୍ଷ ନିର୍ବାସନ ଦଣ୍ଡ ଭୋଗିବା ପରେ ସ୍ବଦେଶ ଫେରିଥିବାରୁ ଈଘଚ ସ୍ୱାଗତ ପାଇଁ ବ୍ୟବସ୍ଥା କରିଛି ।  ଢାକାର ରାଜରାସ୍ତାରେ ଜନ ସମୁଦ୍ର ଦେଖିବାକୁ ମିଳିଛି, ଢାକା ରେ ପ୍ରବଳ ଥଣ୍ଡାରେ ମଧ୍ୟ ଲୋକେ ତାରିକ ଙ୍କୁ ସ୍ୱାଗତ କରିବା ପାଇଁ ଜମା ହୋଇଛନ୍ତି, ଏବଂ ରାତିରୁ କର୍ମକର୍ତା, ନେତା ମଧ୍ୟ ଉପସ୍ଥିତ ରହିଛନ୍ତି, କିଛି ଲୋକ ସ୍ୱଇଚ୍ଛା ରେ କମ୍ବଳ, ପାଣି ଓ ଚା ବିତରଣ କରୁଛନ୍ତି । ଗୁରୁବାର ସକାଳ ୭ଟା ସୁଧା ବିଏନପି ର ଅନେକ ନେତା ରାସ୍ତାରେ ବସିଥିବା ଓ ଶୋଇ ଥିବାର ଦେଖିବାକୁ ମିଳିଥିଲା, ଶୀତ , କାକର ଓ କୁହୁଡ଼ିକୁ ଖାତିର ନକରି ଅପେକ୍ଷା କରି ରହିଥିଲେ ବାଙ୍ଗଲାଦେଶ ର କୁହାଯାଉଥିବା  ସେହି ଐତିହାସିକ ସମୟ କୁ , ସ୍ଥାନୀୟ ଗଣମାଧ୍ୟମ ର ରିପୋର୍ଟ ଅନୁସାରେ ତାରିକ ରହମାନ ଙ୍କର ସ୍ୱାଗତ ପାଇଁ ଦେଶର ବିଭିନ୍ନ ଅଂଚଳରୁ ଲୋକେ ପହଞ୍ଚିଥିଲେ ଢାକା , ଲୋକଙ୍କର ବିଶ୍ୱାସ ରହିଛି ଯେ ତାରିକ ଙ୍କର ଫେରିବା ଦ୍ୱାରା ବଙ୍ଗଳାଦେଶ ରାଜନୀତିରେ ଗୋଟିଏ ନୂଆ ଅଧ୍ୟାୟ ଆରମ୍ଭ ହେବ । ଲୋକତନ୍ତ୍ର ର ପ୍ରକ୍ରିୟା ଆଉଥରେ ମଜବୁତ ହେବ, ଏବଂ ବିଏନପି ରାଜନୀତି ରେ ନୂଆ ଇତିହାସ ସୃଷ୍ଟି କରିବ , ତାରିକ ଙ୍କ ସ୍ୱାଗତରେ ଲୋକେ ନାରା ଦେଉଛନ୍ତି "ତାରିକ ରହମାନ ଆସୁଛନ୍ତି , ମା- ମାଟି ତାଙ୍କୁ ଡାକୁଛନ୍ତି " । ୧୭ ବର୍ଷର ନିର୍ବାସନ ଦଣ୍ଡ ଭୋଗିବା ପରେ ଢାକା ଫେରି ଆସିଛନ୍ତି ବଙ୍ଗଳାଦେଶର କ୍ରାଉନ ପ୍ରିନ୍ସ ତାରିକ ରହମାନ, ୨୦୦୮ ରେ ଯେତେବେଳେ ବାଙ୍ଗଲାଦେଶ ନେସନାଲ ପାର୍ଟି ର ପୂର୍ବତନ ପ୍ରଧାନମନ୍ତ୍ରୀ ପୁଅ ତାରିକ ରହମାନ ଢାକା  ଛାଡିଥିଲେ ସେହି ସମୟ ତାରିକ ଙ୍କ ପାଇଁ ଖୁବ ଭାବପ୍ରବଣ ଥିଲା ।

WhatsApp Image 2025-12-26 at 5.23.59 PM

ସେହି ସମୟରେ ସେ ତତ୍କାଳୀନ ସରକାରଙ୍କର ରାଡ଼ାର ରେ ଥିଲେ, ତାରିକ ଙ୍କ ଉପରେ କରପସନ , ମନି ଲଣ୍ଡ୍ରିଙ୍ଗ ର ଗମ୍ଭୀର ଆରୋପ ଲାଗିଥିଲା, ସେତେବେଳେ ସେ ବଙ୍ଗଳାଦେଶ ର କାର୍ୟ୍ୟବାହକ ସରକାରଙ୍କୁ ଲିଖିତ ଗ୍ୟାରେଣ୍ଟି ଦେଇ ଶପଥ ନେଇଥିଲେ ଯେ ସେ ଦେଶର ରାଜନୀତିକୁ ଆଉ ଫେରିବେ ନାହିଁ, କିନ୍ତୁ ୧୭ ବର୍ଷ ମଧ୍ୟରେ ବଙ୍ଗଳାଦେଶ ରାଜନୀତି ରେ ଅନେକ କିଛି ଘଟିଯାଇଛି ଓ ତାରିକ ସମସ୍ତ ଶପଥ ଭୁଲି ବଙ୍ଗଳାଦେଶ ଫେରି ଆସିଛନ୍ତି। ପୂର୍ବରୁ ୨୦୦୧ ରୁ ୨୦୦୬ ମଧ୍ୟରେ ବାଙ୍ଗଲାଦେଶ ରେ ଖାଲିଦା ଜିଆ ଙ୍କ ସରକାର ଥିଲା, କିନ୍ତୁ ଜନତା ତାରିକ ଙ୍କୁ ନିଜର ନେତା ଭାବୁଥିଲେ, ୨୦୦୪ ରେ ଢାକା ରେ ଶେଖ ହସିନା ଙ୍କ ରାଲି ଚାଲିଥିଲା, ଏହି ସମୟ ରେ ଗ୍ରେନେଡ଼ ଆକ୍ରମଣ ହୋଇଥିଲା ଏବଂ ଏଥିରେ ଅନେକ ଲୋକ ମୃତାହତ ହୋଇଥିଲେ, ଏବଂ ଏଥିରେ ତାରିକ ଙ୍କୁ ମୁଖ୍ୟ ଆରୋପି ଭାବରେ ଗ୍ରହଣ କରାଯାଇଥିଲା । ଢାକା ର ଗୋଟିଏ ଅଦାଲତ ତାରିକ ଙ୍କୁ ଆଜୀବନ କାରାବାସ ଶୁଣାଇଥିଲା, ୨୦୦୬ ପରେ ବଙ୍ଗଳାଦେଶ ରେ ରାଜନୈତିକ ଅସ୍ଥିରତା ଥିଲା, ଅକ୍ଟୋବର ୨୦୦୬ ରେ ମା ଖାଲିଦା ଜୀଆ ଙ୍କ କାର୍ୟ୍ୟକାଳ ସାରିଥିଲା, ଏବଂ ଇଲେକ୍ସନ ବିବାଦ କାରଣରୁ ୨୦୦୭ ରେ ଏମର୍ଜେନ୍ସି ଘୋଷଣା କରାଗଲା ଏବଂ ଫଖ୍ରୁଧିନ ଅହମଦ ଙ୍କ ନେତୃତ୍ୱରେ ସୈନ୍ୟ ସମର୍ଥିତ ଅନ୍ତରୀଣ ସରକାର ଗଠନ ହୋଇଥିଲା, ଯିଏକି ଭ୍ରଷ୍ଟାଚାର ବିରୋଧରେ କାର୍ୟ୍ୟ ଆରମ୍ଭ କରିଥିଲେ ଓ ଏଥିରେ ଅନେକ ଭ୍ରଷ୍ଟ ନେତା ଙ୍କ ସହିତ ସରକାରୀ ଅଧିକାରୀ ଓ ବ୍ୟବସାୟୀ ଗିରଫ ହୋଇଥିଲେ, ଯାହାକୁ ମାଇନସ -୨ ଫର୍ମୁଲା କୁହାଗଲା, ଏବଂ ଏହି ଫର୍ମୁଲା ରେ ତାରିକ ଙ୍କ ଉପରେ ଲାଗିଥିଲା ୨୦ ମିଲିୟନ ଡଲାର ର ମନି ଲଣ୍ଡ୍ରିଙ୍ଗ ମାମଲା ରୁଜୁ କରାଯାଇ ଗିରଫ କରାଯାଇ ଆଜୀବନ କାରାବାସ ର ଶୁଣାଣି ହୋଇଥିଲା, କିନ୍ତୁ ୨୦୦୮ରେ ତାରିକ ରହମାନ ନିଜ ଚିକିତ୍ସା ପାଇଁ ସରକାର ଙ୍କୁ ଲଣ୍ଡନ ଯିବାପାଇଁ ଅନୁମତି  ମାଗିଥିଲେ, ତାଙ୍କୁ ଅନୁମତି ତ ମିଳିଗଲା କିନ୍ତୁ ତାଙ୍କ ନିକଟରୁ ଲିଖିତ ଶପଥ ମଗାଗଲା ଯେ ସେ ଆଉ ବାଙ୍ଗଲାଦେଶ ର ରାଜନୀତିକୁ ଫେରିବେ ନାହିଁ ।
ବାଂଲାଦେଶରେ ହସିନାଙ୍କ ଲୋକପ୍ରିୟତା ବଢିଚାଲିଥିବାବେଳେ ତାରିକ ରେହମାନଙ୍କୁ ଦେଖିବା ପାଇଁ ରାସ୍ତାରେ ହଜାର ହଜାର ସଂଖ୍ୟକ ସମର୍ଥକଙ୍କ ଭିଡ ଦେଖିବାକୁ ମିଳିଥିଲା । ସବୁ ବାଧା ବିଘ୍ନ ସତ୍ତ୍ୱେ ତାରିକ ବଂଲାଦେଶରେ ପହଞ୍ଚôଲେ ସତ କିନ୍ତୁ ୟୁନୁସଙ୍କ ଚିନ୍ତା ଏବେ ବଢିବାରେ ଲାଗିଛି । କଣ ଚାଲିଯିବ କି ୟୁନୁସଙ୍କ ଗାଦି । ଦେଖିଯାଉ ଆଗକୁ କଣ ହେଉଛି ।

Tags: