ପାକିସ୍ତାନର ଆତ୍ମଘାତୀ ବୋମା ବିସ୍ଫୋରଣ,୨୫ ମୃତ

ପାକିସ୍ତାନର ଆତ୍ମଘାତୀ ବୋମା ବିସ୍ଫୋରଣ,୨୫ ମୃତ

ଇସଲାମାବାଦ: ଶୁକ୍ରବାର ନମାଜ ପାଠ ସମୟରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଏକ ସିଆ ଧର୍ମ ପୀଠରେ ଭୟଙ୍କର ଆତ୍ମଘାତୀ ବମ ବିସ୍ଫୋରଣ । ଏହି ବିସ୍ଫୋରଣରେ ପ୍ରାର୍ଥନା ସଭାରେ ଉପସ୍ଥିତ ଥିବା ୨୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଗୁରୁତର ହୋଇଥିବା ପାକିସ୍ଥାନ ଗଣମାଧ୍ୟମ 'ଡ଼ନ' ପକ୍ଷରୁ ସୂଚନା ଦିଆଯାଇଛି । ପାକିସ୍ତାନର ରାଜଧାନୀ ଇସଲାମାବାଦ ଅନ୍ତର୍ଗତ ଶେହଜାଦ ଟାଉନର ତାରଲାଇରେ ଥିବା ଇମାମବାରଗାରେ ଏହି ବିସ୍ଫୋରଣ ଘଟିଥିଲା। ଏହି ଘଟଣା ପରେ, ଇସଲାମାବାଦରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି I

ସମ୍ବନ୍ଧିତ ଖବର ଲାଭ କାହାର

ପ୍ରତାକ୍ଷଦର୍ଶୀଙ୍କ କହିବା ଅନୁସାରେ ଆଜି ମଧ୍ୟାହ୍ନ ୨ ଟା ବେଳେ ଜଣେ ଆତ୍ମଘାତୀ ବିସ୍ଫୋରଣକାରୀ ସିଆ ଧର୍ମସ୍ଥଳର ମୁଖ୍ୟ ଫାଟକରେ ବିସ୍ଫୋରଣ କରିଥିଲେ। ଘଟଣା ପରେ ସେଠାରେ ଲୋକଙ୍କର ଧାଁ ଦୌଡ଼ ବଢି ଯାଇଥିଲା । ତୁରନ୍ତ ଉଦ୍ଧାରକାରୀ ଦଳ ପହଞ୍ଚି ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ଚିକିତ୍ସାଳୟ ନେଇଥିଲେ । ଅନେକ କିଲୋମିଟର ଯାଏଁ ବିସ୍ଫୋରଣର ପ୍ରଭାବ ଶୁଣାଯାଇଥିଲା । 

ସମ୍ବନ୍ଧିତ ଖବର ମହାସମର

ପାକିସ୍ତାନ ସରକାରଙ୍କ ମନ୍ତ୍ରୀ ଡକ୍ଟର ତାରିକ ଫଜଲ ଚୌଧୁରୀ ସୋସିଆଲ ମିଡିଆରେ ଲେଖିଛନ୍ତି, “ମୁଁ ଇସଲାମାବାଦରେ ହୋଇଥିବା ବିସ୍ଫୋରଣକୁ ଦୃଢ଼ ନିନ୍ଦା କରୁଛି। ଏହି ଆକ୍ରମଣରେ ଜୀବନହାନି ପାଇଁ ମୁଁ ଦୁଃଖିତ।” ଏପରି ଆତଙ୍କବାଦୀ ଘଟଣା ଦେଶ ଏବଂ ଏହାର ଲୋକଙ୍କ ମନୋବଳକୁ ଦୁର୍ବଳ କରିପାରିବ ନାହିଁ। ଆମ ସମସ୍ତଙ୍କୁ ଶାନ୍ତି, ସହିଷ୍ଣୁତା ଏବଂ ସ୍ଥିରତା ପାଇଁ ଏକତ୍ରିତ ହେବାକୁ ପଡିବ ଏବଂ ଆଇନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ ସହିତ ଦୃଢ଼ ଭାବରେ ଠିଆ ହେବାକୁ ପଡିବ।

ସମ୍ବନ୍ଧିତ ଖବର ଆରବ ଦେଶ କାହିଁକି ଛାଡିଲେ  ଇରାନ ହାତ

Tags: